No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୦ଅକ୍ଟୋବର,ସୋମବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୟୁ ଟେକ୍ କମ୍ପ୍ୟୁଟର ସେଣ୍ଟର୍ ପରିସରରେ ପୁରାତନ ସାସ୍କୁତ୍ରିକ ଅନୁଷ୍ଠାନ “ରଙ୍ଗବେରଙ୍ଗ” ଏବଂ “ପ୍ରଗତି ମହିଳା ଅନୁଷ୍ଠାନ”ର ମିଳିତ ଆନୁକୁଲ୍ୟରେ ଚଳିତ ବର୍ଷର କୁମାର ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି।ଓଡ଼ିଆ ତଥା ଉତ୍କଳୀୟ ପରମ୍ପରା ଓ ସଂସ୍କୃତିର ସୁରକ୍ଷା ଆଜିର ଯୁଗରେ ନିହାତି ଭାବେ ଯୁବପିଢୀ ବଜାୟ ରଖିବା ଜରୁରୀ ବୋଲି ବକ୍ତା ମାନେ କହିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ଏବଂ ପ୍ରଗତିମହିଳା ସଂଗଠନର ସଂପାଦିକା ତନୁଜା ଶତପଥୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ପ୍ରତିଯୋଗିତା ଛାତ୍ରୀ ଏବଂ ଗୃହିଣୀ ମାନଙ୍କ ଦ୍ଵାରାହୋଇଥିଲାତର୍କ,ଝୋଟି,ଶଙ୍ଖ,ହୁଳହୁଳି,ଚୁଡ଼ିସଜ୍ଜା,ଅଳତା ,ମେହେନ୍ଦି,ପୂଚି,ଦଉଡ଼ି ଡ଼ିଆ,ନୃତ୍ୟ,ପ୍ରଭୃତିଅନୁଷ୍ଟିତହୋଇଥିଲା।
ମୁଖ ବକ୍ତା ନରସିଂହ ଗୌଡ,ସ୍ବତନ୍ତ୍ର ଅତିଥି ଆଇବ୍ ମଣ୍ଡଳ (ଓ.ପ୍ର.ସେ),ମୁଖ୍ୟ ଅତିଥି ହରିମୋହନପଟ୍ଟନାୟକ,ସମ୍ମାନିତ ଅତିଥି ଗୀତାରାଣୀ ପାଣିଗ୍ରାହୀ,ସଂଯୋଜକ ୟୁଟେକ୍ ମୁଖ୍ୟ ଲୋକନାଥ ମିଶ୍ର, କାର୍ଯ୍ୟକାରିଣୀ ସଭାନେତ୍ରୀ,କଳ୍ପନା ପଟ୍ଟନାୟକ,ଉପ ସଭାନେତ୍ରୀ ମାନସୀ ପଣ୍ଡା,ଭାଗବତ ପାଢ଼ୀ,ପ୍ରମୋଦ ଚନ୍ଦ୍ର ପାଢୀ,ସୌଦାଗରସିଅ,ମୁରଲୀପରିଛା,ନମିତାନାୟକ, ମୋହିନୀ ପ୍ରଧାନ, ପ୍ରଭୃତି ଯୋଗଦାନକରିଥିଲେ।ଏହି ଅବସରରେ ଗଜପତିର ବିଶିଷ୍ଠ ପ୍ରକୃତିପ୍ରେମୀ ବହୁମୁଖି ପ୍ରତିଭାଧର ତ୍ରିପତି ପ୍ରସାଦ ପଣ୍ଡାଙ୍କୁ ରଙ୍ଗବେରଙ୍ଗ ସମ୍ମାନ ୨୦୨୨ ପ୍ରଦାନ କରାଯାଇଥିଲା। ଶେଷରେ ବାବାଜୀ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ। ଆରୁପାଞ୍ଜଳି ମହାନ୍ତିଙ୍କ ନିର୍ଦ୍ଦେଶନାରେ ଓଡ଼ିଶୀ ନୃତ୍ୟ ତନିଶା ବେବର୍ତ୍ତା ,ତାଇକଣ୍ଡୁ ବରର୍ଷୀତା ଦାସ ପ୍ରଦର୍ଶନ କରିଥିଲେ। ପ୍ରତିଯୋଗୀ ମାନେ ଆକର୍ଷଣୀୟ ପୁରସ୍କାର ସହ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ।


No Result
View All Result