• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଅପରାଧ

ଶର୍ମିଷ୍ଠାଙ୍କ ପରେ ଅର୍ଚ୍ଚନା ! ପୋଲିସ୍ ପ୍ରଶାସନର ଦକ୍ଷତା ଉପରେ ପ୍ରଶ୍ନବାଚୀ ..??

Proprietor Abhimanyu Maharana by Proprietor Abhimanyu Maharana
October 10, 2022
in ଅପରାଧ, ଓଡ଼ିଶା, ହୋମ୍
0
ଶର୍ମିଷ୍ଠାଙ୍କ ପରେ ଅର୍ଚ୍ଚନା ! ପୋଲିସ୍ ପ୍ରଶାସନର ଦକ୍ଷତା ଉପରେ ପ୍ରଶ୍ନବାଚୀ ..??
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୦ଅକ୍ଟୋବର,ସୋମବାର) ଭୁବନେଶ୍ୱର :- ଓଡିଶା ସରକାର ନାରୀ ସଶକ୍ତିକରଣକୁ ସୁଦୃଢ କରୁଛନ୍ତି ବୋଲି ଡିଣ୍ଡିମ୍ ପିଟୁଥିବା ବେଳେ,କିଛି ମହିଳା ଏହାର ସୁଯୋଗ ନେଇ ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟରେ ଲିପ୍ତ ରହି ରାଜ୍ୟ ପ୍ରଶାସନକୁ ସନ୍ଦେହ ଘେରକୁ ଟାଣିନେଉଛନ୍ତି । କିଛି ବର୍ଷ ପୁର୍ବରୁ ଜଣେ ଶିକ୍ଷିତ ମହିଳା ନିଜକୁ ସମାଜ ସେବୀ ବୋଲାଇ ଟିଭି ମିଡିଆ ଦ୍ବାରା ଆଖିଦୃଷ୍ଟିଆ ହେଲା ପରେ, କିଛି ବ୍ୟକ୍ତି ମାନଙ୍କୁ ବ୍ଲାକମେଲ୍ କରି ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିଲେ। ଯେଉଁଠି ଟଙ୍କା ଆଦାୟ କରିବାରେ ବିଫଳ ହେଉଥିଲେ,ତାଙ୍କ ନାମରେ ପୋଲିସ ଥାନାରେ କପୋଳକଳ୍ପିତ ମିଛ ମକଦ୍ଦମା କରି ନିରିହ ଲୋକମାନଙ୍କୁ ଅଯଥାରେ ହଇରାଣ ହରକତ କରୁଥିଲେ ।

ପୋଲିସ୍ ପ୍ରଶାସନ ମଧ୍ୟ ମହିଳା ଜଣଙ୍କ ଓକିଲ ହୋଇଥିବାରୁ,ତାଙ୍କ ଉପରେ ଭରସା କରି ବିନା ତଦନ୍ତରେ ମକଦ୍ଦମା ଋଜ୍ଜୁ କରିଦେଉଥିଲେ । ମହିଳା ସ୍ୱେଚ୍ଛାସେବୀଙ୍କ କଳା କାରନାମାର ଅସଲ ପରିଚୟ ଲୋକ ଲୋଚନକୁ ଆସିବା ପରେ ତାଙ୍କର ପୁରୁଷ ବନ୍ଧୁଙ୍କ ସହିତ ଗତ ୩ – ୪ ବର୍ଷ ହେବ କେଉଁଆଡେ ଉଭାନ ହୋଇଯାଇଛନ୍ତି ଯେ ତାଙ୍କର ପତା ଗତା ମିଳୁନାହିଁ ।

କିଛି ମାସ ତଳେ ଶର୍ମିଷ୍ଠାଙ୍କ ଆବିର୍ଭାବ ହେଲା,ସିଏ ପୁଣି ଜଣେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିବା ( ସୁଚନା ଓ ଲୋକ ସମ୍ପର୍କ ) ପ୍ରଶାସନିକ ଅଧିକାରୀଙ୍କ ସହିତ ମିଶି ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟ କରିବା ସହିତ ନର ହତ୍ୟାକରିବାକୁ ପଛାଇନଥିଲେ । ଖୋଦ୍ ରାଜ୍ୟ ରାଜଧାନୀ ଭୁବନେଶ୍ଵରରେ ତାଙ୍କର କାୟା ବିସ୍ତାର କରିଥିଲେ ମଧ୍ୟ,ସୁଦୃଢ କମିଶନରେଟ୍ ପୋଲିସ ସେମାନଙ୍କର କଳା କାରନାମାର ସୁରାକ ପାଉନଥିଲା କିପରି ?

ବର୍ତ୍ତମାନ ମଇଦାନ୍ କୁ ଓହ୍ଲାଇଲେ ଅର୍ଚ୍ଚନା ନାଗ,ସିଏବି ରାଜ୍ୟ ରାଜଧାନୀରେ ତାଙ୍କର ବିରାଟ ବୁଢିଆଣୀ ଜାଲ ବିଛାଇ ଦେହ ବ୍ୟବସାୟ ନାମରେ ପୁଞ୍ଜିପତ୍ତି ଅଫିସର, ରାଜନେତା ଏବଂ ବ୍ୟବସାୟୀ ମାନଙ୍କୁ ତାଙ୍କ ଜାଲରେ କୈଦ୍ କରି କୋଟି କୋଟି ଟଙ୍କାର ଅଧିକାରୀଣି ହୋଇଗଲେ । ଏଠାରେ ପ୍ରଶ୍ନ ଉଠୁଛି ଯେ,ରାଜ୍ୟ ସରକାରଙ୍କ ପ୍ରଶାସନିକ ଅଧିକାରୀ ମାନେ କରୁଛନ୍ତି କ’ଣ ? କେବଳ ନିରୀହ ଜନସାଧାରଣଙ୍କୁ ବିଭିନ୍ନ ପ୍ରକାର ମିଛ, ମନଗଢା ମକଦ୍ଦମାରେ ଛନ୍ଦି ବାହାବା ନେଉନାହାନ୍ତି କି ? ରାଜ୍ୟ ସରକାରଙ୍କ ରାଜକୋଷରୁ ବେତନ ନାଁରେ ଲକ୍ଷ ଲକ୍ଷ କୋଟି ଟଙ୍କା ଆତ୍ମସାତ କରୁନାହାନ୍ତି କି ?

ମାୟାବିନୀ ଅର୍ଚ୍ଚନା ନାଗ ଜଣେ ମହିଳାଙ୍କୁ ବ୍ୟବହାର କରି ଜନୈକ ଫିଲ୍ମ ପ୍ରଯୋଜକଙ୍କୁ ବ୍ଲାକ୍ ମେଲ କରୁଥିଲେ। ଫିଲ୍ମ ପ୍ରଯୋଜକଙ୍କ ସହ ମହିଳାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ନଗ୍ନ ଫଟୋ ଓ ଭିଡିଓକୁ ହାତେଇବା ପରେ ଏହାକୁ ବ୍ୟବାହାର କରି ଟଙ୍କା ଆଦାୟ କରୁଥିଲେ। ଟଙ୍କା ନ ଦେଲେ ବିଭିନ୍ନ ପ୍ରକାର ଧମକ ଚମକ ଦେଉଥିଲେ। ସମ୍ପୃକ୍ତ ଅଭିଯୋଗକାରୀ ମହିଳାଙ୍କ ଏତଲା ଆଧାରରେ ଅର୍ଚ୍ଚନାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଆଜି ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ୍ ସିଂହ।

ସେ ଗଣମାଧ୍ୟମକୁ କହିଛନ୍ତି, ୨ ଅକ୍ଟୋବରରେ ଜଣେ ମହିଳା ପୁଲିସର ଦ୍ୱାରସ୍ଥ ହୋଇଥିଲେ। ସେ ଅର୍ଚ୍ଚନାଙ୍କ ବିରୋଧରେ ଏତଲା ଦେଇଥିଲେ। ଯେଉଁଥିରେ ଜଣାଇଥିଲେ ଯେ, ତାଙ୍କ ସହ ଅର୍ଚ୍ଚନା ବନ୍ଧୁତା ଜରିଆରେ ଘନିଷ୍ଠତା ବଢ଼ାଇବା ପରେ କିଛି ନଗ୍ନ ଫଟୋ ହାତେଇ ନେଇଥିଲେ। ଏହା ଜରିଆରେ ତାଙ୍କୁ ସେ ବ୍ଲାକ୍ ମେଲ କରିଥିଲେ। ବଡ଼ବଡ଼ିଆ ଫିଲ୍ମ ପ୍ରଯୋଜକଙ୍କୁ ଯୋଜନାବଦ୍ଧ ଭାବେ ଫସାଇବା ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡ଼ିଓ ଆଣି ଦେବାକୁ କହୁଥିଲେ। ଏହା ପାଇବା ପରେ ଅର୍ଚ୍ଚନା ଏହା ଜରିଆରେ ବ୍ଲାକ୍ ମେଲ କରି ଟଙ୍କା ମାଗୁଥିଲେ। ଏଭଳି କରିବାକୁ ମନା କଲେ ବିଭିନ୍ନ ପ୍ରକାର ଡର, ଭୟ ଦେଖାଉଥିଲେ। ପୂରା ଯୋଜନାବଦ୍ଧ ଭାବେ ବ୍ଲାକମେଲ କରାଯାଉଥିଲା।

ମହିଳାଙ୍କ ଅଭିଯୋଗ ଆଧାରରେ ଖଣ୍ଡଗିରି ଥାନାରେ ୪୯୬/୨୨ରେ ମାମଲା କରାଯାଇ ତଦନ୍ତ ଆରମ୍ଭ ହୋଇଛି। ଅର୍ଚ୍ଚନାଙ୍କୁ ଗିରଫ କରାଯିବା ପରେ ତାଙ୍କ ଘରକୁ ପୁଲିସ ଯାଇ ମୋବାଇଲ, ଟାବ୍‌ଲେଟ, ଲାପଟପ, ପେନ୍‌ଡ୍ରାଇଭ ପ୍ରଭୃତି ସମସ୍ତ ପ୍ରକାର ବୈଦ୍ୟୁତିକ ଯନ୍ତ୍ରପାତି ଜବତ କରି ଆଣିଛି। ଏହାକୁ ଯାଞ୍ଚ କରାଯାଉଛି। ତାଙ୍କ ପାସ୍ ବୁକ୍ ଓ ଅନ୍ୟାନ୍ୟ ଦସ୍ତାବିଜ୍ ଜବତ କରାଯାଇଛି। ତାଙ୍କୁ ପଚରାଉଚରା ପାଇଁ ରିମାଣ୍ଡରେ ଅଣାଯିବ। ତାଙ୍କ ବ୍ୟାଙ୍କ ଓ ସମ୍ପତ୍ତିର ଯାଞ୍ଚ କରାଯିବ। ବ୍ୟାଙ୍କ କାରବାର, ଫିକ୍ସ ଡିପୋଜିଟ୍ ପ୍ରଭୃତି ବାବଦରେ ତଥ୍ୟ ଦେବାକୁ ଆରବିଆଇକୁ ଚିଠି କରାଯାଇଛି। ତାଙ୍କ ନାମରେ କମ୍ପାନୀ ରହିଛି ନା ନାହିଁ, ଥିଲେ ଏ ବାବଦରେ ତଥ୍ୟ ଦେବାକୁ ରେଜିଷ୍ଟର ଅଫ୍ କମର୍ସକୁ ଚିଠି କରାଯାଇଛି ।

ବିଚାର କରନ୍ତୁ ଓଡିଶାର ସାଢେ ୪ କୋଟିରୁ ଉର୍ଦ୍ଧ୍ବ ସାଧାରଣ ଜନତା ???

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Vigilance Day against Child Marriage on the Occasion of Akshaya Tritiya

ଅକ୍ଷୟ ତୃତୀୟା ଅବସରରେ ବାଲ୍ୟ ବିବାହ ବିରୋଧରେ ସତର୍କତା ଦିବସ ପାଳିତ

April 23, 2026
Vigilance Day against Child Marriage on the Occasion of Akshaya Tritiya

Vigilance Day against Child Marriage on the Occasion of Akshaya Tritiya

April 23, 2026
ଶ୍ରମ କୋଡ ପ୍ରତ୍ଯାହାର ଦାବିରେ ସିଟୁର ବିକ୍ଷୋଭ

ଶ୍ରମ କୋଡ ପ୍ରତ୍ଯାହାର ଦାବିରେ ସିଟୁର ବିକ୍ଷୋଭ

April 23, 2026
କୋଷ୍ଟାଲ ମାରାଥନ ଓଡିଶା ପର୍ଯ୍ୟଟନ କୁ ଅଧିକ ଋଦ୍ଧିମନ୍ତ କରିବ

କୋଷ୍ଟାଲ ମାରାଥନ ଓଡିଶା ପର୍ଯ୍ୟଟନ କୁ ଅଧିକ ଋଦ୍ଧିମନ୍ତ କରିବ

April 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Vigilance Day against Child Marriage on the Occasion of Akshaya Tritiya

ଅକ୍ଷୟ ତୃତୀୟା ଅବସରରେ ବାଲ୍ୟ ବିବାହ ବିରୋଧରେ ସତର୍କତା ଦିବସ ପାଳିତ

April 23, 2026
Vigilance Day against Child Marriage on the Occasion of Akshaya Tritiya

Vigilance Day against Child Marriage on the Occasion of Akshaya Tritiya

April 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version