No Result
View All Result

ଓଡ଼ିଶା ତାଜା ନ୍ୟୁଜ (6 ତାରିଖ ଆଶ୍ୱିନ ୨୦୨୨,ଗୁରୁବାର) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସିଙ୍ଗାର ପଲ୍ଲୀ ପଞ୍ଚାୟତ ରେ ଜଗତ ଜନନୀ ମା ଦୁର୍ଗା ଙ୍କ ଅନ୍ତିମ ଦିବସ ଉପଲକ୍ଷେ ମା ଖମ୍ବେଶ୍ଵରୀ ବଣିକ ସଂଘ ଆନୁକୂଲ୍ୟରେ ଦୁର୍ଗାପୂଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ମା ଦୁର୍ଗା ଙ୍କ ଦର୍ଶନ କରିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପାଳନ ଦ୍ଵାରା କିପରି ଭାତୃଭାବ ସୃଷ୍ଟି ହୁଏ ସେ ଉପରେ ବକ୍ତବ୍ୟ ରଖିଥିଲେ ।
ସମ୍ମାନୀତ ଅତିଥି ଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷା ଙ୍କ ପ୍ରତିନିଧି ଶଙ୍କର୍ଷଣ ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ, ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା, ସିଙ୍ଗାର ପଲ୍ଲୀ ପଞ୍ଚାୟତ ସରପଞ୍ଚ ଗାୟତ୍ରୀ ବେହେରା,ସମିତି ସଭ୍ୟା,ଆତ୍ମା ଅଧ୍ୟକ୍ଷ ସଞ୍ଜୟ କୁମାର ସାହୁ,ଯୁବ ବିଜେଡ଼ି ସଭାପତି ଶୁଭ୍ରାଂଶୁ ଶେଖର ସେନାପତି,ବ୍ଲକ୍ ବିଜେଡ଼ି ଉପ ସଭାପତି ମୂରଲୀଧର ଜେନା, ଢେଙ୍କେଣା ସରପଞ୍ଚ ଯୁଗଳ କିଶୋର ସାହୁ,ସମାଜ ସେବୀ ସୂର୍ଯ୍ୟ ନାରାୟଣ ସାହୁ,ବଣିକ ସଂଘ ସଭାପତି ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ସଫଳ ପରିଚାଳନାରେ ମା ଖମ୍ବେଶ୍ଵରୀ ବଣିକ ସଂଘ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।



No Result
View All Result