ଓଡ଼ିଶା ତାଜା ନ୍ୟୁଜ (୨୮ ସେପ୍ଟେମ୍ବର ବୁଧବାର ) ଭୁବନେଶ୍ୱର :- ହାଇ ସିକ୍ୟୁରିଟି ନମ୍ବର ଆଳରେ ରୋଜଗାର ଛଡ଼ାଇ ନେବା ଏବଂ ଜୋରିମାନା ଆଦାୟ ପାଇଁ ଜନସାଧାରଣଙ୍କ ଉପରେ ଜୁଲମ କରିବା ବିରୁଦ୍ଧରେ ଅଲ ଓଡ଼ିଶା ପେଣ୍ଟିଂ ଆର୍ଟିଷ୍ଟ ୱାର୍କରସ୍ ଆସୋସିଏନ ପକ୍ଷରୁ ଭୁବନେଶ୍ୱରସ୍ଥିତ ମାଷ୍ଟର କ୍ୟାଣ୍ଟିନ ଛକଠାରେ ତୀବ୍ର ପ୍ରତିବାଦ କରାଯାଇଛି । ସରକାର ବିଚାର ବିମର୍ଷ ନକରି ତରବରିଆ ଭାବେ ପୁରୁଣା ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ପାଇଁ ନିଷ୍ପତ୍ତି ନେଲେ । ଫଳରେ ସରକାରଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏହା ପୂର୍ବରୁ ଦୁଇଥର ଗାଡ଼ିରେ ନମ୍ବର ପ୍ଲେଟ ପରିବର୍ତ୍ତନ ହୋଇଛି କିନ୍ତୁ ସରକାରଙ୍କୁ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିନଥିଲା ।
ଗାଡ଼ିର ନମ୍ବର ପ୍ଲେଟ ପରିବର୍ତ୍ତନ ପାଇଁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅଛି । କେନ୍ଦ୍ର ସରକାର ପ୍ରତି ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ ପ୍ରତି ଗାଡ଼ିରେ ଲଗାଇବା ପାଇଁ ନିର୍ଦ୍ଦେଶନାମା ଜାରି କଲେ । ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ, କିନ୍ତୁ ଯାହାକୁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ କୁହାଯାଉଛି ସେଥିରେ କଣ ସିକ୍ୟୁରିଟି ଅଛି ଯାହା ଜନସାଧାରଣଙ୍କ ଉପକାରରେ ଲାଗିବ, ଏହି କଥାକୁ ସଂଘ ଆଇନ ହେବା ଠାରୁ ପ୍ରଶ୍ନ କରି ଆସିଛି । ଏହା ଜନସାଧାରଣ ଜାଣିବା ଦରକାର । କାରଣ ବିମୁଦ୍ରୀକରଣ ବେଳେ ୨୦୦୦ ଟଙ୍କାରେ ଚିଫ୍ ଲାଗିଛି, ତାକୁ ମାଟିରେ ପୋତିଦେଲେ ସେ ଟଙ୍କା କେଉଁଠାରେ ଅଛି ଜଣାପଡ଼ିବ ବୋଲି ସେତେବେଳେ ଜଣାପଡ଼ିଥିଲା ।
ନମ୍ବର ପ୍ଲେଟ ଆର୍ଟିଷ୍ଟ ମାନଙ୍କ ସହ ଆଲୋଚନା ନକରି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା କାହା ସ୍ୱାର୍ଥରେ ବୋଲି ସାଧାରଣରେ ଆଲୋଚନା ହେଉଛି । ଏହି ନମ୍ବର ପ୍ଲେଟ ଆର୍ଟିଷ୍ଟମାନେ ଆଜକୁ ୩ ମାସ ହେବ ଏଠାକୁ ସେଠାକୁ ଦୌଡ଼ି ଦୌଡ଼ି ନୟନ୍ତ ହେଲେଣି । ଗତ ବିଧାନସଭା ଅଧିବେଶନରେ ୧୬ ଦିନ କାଳ ଧାରଣାରେ ବସିଥିଲେ । ପ୍ରଶାସନ ସେମାନଙ୍କ କଥାକୁ ତିଳେମାତ୍ର ଖାତିର କଲେନାହିଁ । ଗଣତନ୍ତ୍ର ରାଷ୍ଟ୍ରରେ ଏହା ସବୁଠାରୁ ବିପଦ । ଆଜି ଗଣତନ୍ତ୍ରକୁ ନଷ୍ଟ କରି ଦିଆଯାଉଛି, କ୍ଷମତାସୀନ ସରକାରମାନେ ଇଂରେଜ ସରକାରଙ୍କୁ ବି ଟପିଗଲେଣି । ଦେଶରେ ବେରୋଜଗାରୀ, ଶୋଷଣ, ଅନ୍ୟାୟ, ଅତ୍ୟାଚାର, ଚୋରି, ଡ଼କାୟତିର ସୀମା ଉଲଂଘନ କରିଛି । କର୍ପୋରେଟ ମାନଙ୍କୁ ଋଣ ଛାଡ଼ କରି ଆର୍ଥିକ ବୋଝକୁ ସାଧାରଣ ଜନତାଙ୍କ ଉପରେ ଲଦି ଦିଆଯାଉଛି ବୋଲି ସଂଘର ସାଧାରଣ ସମ୍ପାଦକ ରଞ୍ଜନ ମିଶ୍ର କହିଛନ୍ତି । 

© 2023 Odisha Taza News.