ଓଡ଼ିଶା ତାଜା ନ୍ୟୁଜ (୨୫ ସେପ୍ଟେମ୍ବର ରବିବାର ) ନୟାଗଡ଼ :- ନୟାଗଡ଼ ସର୍କିଟ ହାଉସ ନିକଟସ୍ଥ ଭାରତ ବିକାଶ ପରିଷଦ ନବଗଡ ଶାଖା ଶ୍ରୀକମଳାଦେବୀ ନ୍ଯାସ ଭବନରେ ଶାଖା ଅଧ୍ଯକ୍ଷ ହରେକୃଷ୍ଣ ସାହୁ ଓ ସଚିବ ଅନାଦି ଚରଣ ମହାନ୍ତିଙ୍କ ନେତୃତ୍ବରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ସକାଳ ୦୯ଟା ସମୟରେ ଆୟୋଜିତ ରକ୍ତ ଦାନ ଶିବିରରେ ମୋଟ ୩୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।
ଶିବିରକୁ ବ୍ଳଡ ବ୍ଯାଙ୍କ,ନୟାଗଡର ଡାକ୍ତର ଅଜୟ କୁମାର ବାହିନୀପତି, ସରେଜ କୁମାର ସାହୁ, ଅଭିମନ୍ୟୁ ସାହୁ,ପଞ୍ଚୁ ଦଳେଇ ପରିଚାଳନା କରିଥିଲାବେଳେ ଶାଖାର ବରିଷ୍ଠ ସଦସ୍ଯ ଅରୁଣ କୁମାର ମହାନ୍ତି, ପ୍ରାକ୍ତନ ଅଧ୍ୟକ୍ଷ ବିଦ୍ୟାଧର ଆଚାର୍ଯ୍ଯ, ନବୀନ କୁମାର ସାହୁ, ଉଦୟ ନାଥ ନାୟକ, ଶ୍ରୀଯୁକ୍ତ ଘନଶ୍ୟାମ ସାହୁ, ଶ୍ରୀଯୁକ୍ତ ବସନ୍ତ କୁମାର ମିଶ୍ର,
ଦାମୋଦର ସାହୁ, ଗଣେଶ୍ଵର ଓଝା, ତାପସ ରଞ୍ଜନ ପାଢୀ, ଦିଲ୍ଲୀପ କୁମାର ଦାସ, ଉପ ସଭାପତି ପ୍ରସନ୍ନ କୁମାର ବସନ୍ତିଆ, କୋଷାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ନାୟକ, ସେବା ସଚିବ ଶ୍ରୀଯୁକ୍ତ ଦୁର୍ଯ୍ଯୋଧନ ସାହୁ, ସଂସ୍କାର ସଚିବ ଶ୍ରୀଯୁକ୍ତ ଅଜୟ କୁମାର ପଟ୍ଟନାୟକ, ସଂଗଠନ ସଚିବ ଶ୍ରୀଯୁକ୍ତ କାମାକ୍ଷା ପ୍ରସାଦ ଦାଶ , ଶ୍ରୀଧର ସାହୁ ଆଦି ବହୁ ସଦସ୍ଯ ଯୋଗଦେଇ ସହଯୋଗ କରିଥିଲେ ।

© 2023 Odisha Taza News.