
ଓଡ଼ିଶା ତାଜା ନ୍ୟୁଜ (୧୮ ସେପ୍ଟେମ୍ବର ରବିବାର) ରଣପୁର :- ପ୍ରାଚୀନ ଗ୍ରନ୍ଥ ଉପନିଷଦ ଏବଂ ପୁରାଣ ଅନୁସାରେ ବିଶ୍ଵକର୍ମା ହେଉଛନ୍ତି ଶ୍ରେଷ୍ଠ ଶିଳ୍ପୀ । ଗତକାଲି ବିଶ୍ଵକର୍ମାଙ୍କ ପବିତ୍ର ପୂଜା ଅବସରରେ ସମସ୍ତ କାର୍ଯ୍ୟାଳୟ , ଇଞ୍ଜିନିୟର୍, ୱେଲଡର୍, ମେକାନିକ୍ ଓ ବିଭିନ୍ନ କାରିଗର ମାନଙ୍କ ମଧ୍ୟରେ ଆନନ୍ଦ ଉତ୍ସାହ ଦେଖିବାକୁ ମିଳିଥିଲା । ସେହିଭଳି କାରିଗରୀ ମାନଙ୍କ ଘରେ ଘରେ ପ୍ରଭୁ ବିଶ୍ଵକର୍ମାଙ୍କ ପୂଜା କରାଯାଇଥାଏ ।
ତେବେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ଅନ୍ତର୍ଗତ ମଙ୍ଗରାଜପୁର ସ୍ଥିତ ବିଦ୍ୟୁତ୍ ବିତରଣ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ବଡ ଧୁମ୍ ଧାମରେ ବିଶ୍ଵକର୍ମା ପୂଜା ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ବିଶ୍ଵକର୍ମା ପୂଜା ପାଇଁ ପୂର୍ବ ପ୍ରସ୍ତୁତି କରାଯାଇଥିବା ବେଳେ ଜେଲଛକ ଠାରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ତଥା ବିଦ୍ୟୁତ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଜଗତକର୍ତ୍ତା ପ୍ରଭୂ ଶ୍ରୀ ବିଶ୍ଵକର୍ମାଙ୍କ ପୂଜା ଅନୁଷ୍ଠିତ ହୋଇଯାଇଥିଲା । ଏବଂ ବିଶ୍ଵକର୍ମା ପୂଜା ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ ପ୍ରସାଦ ସେବନ ର ମଧ୍ୟ ଆୟୋଜନ କରାଯାଇଥିଲା ।















