No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୭ ସେପ୍ଟେମ୍ବର ଶନିବାର ) ଗଜପତି :- ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଖଣି ଗ୍ରାମରେ ଥିବା ସରକାରୀ ଅନୁସୂଚିତ ଜନଜାତି ଉଚ୍ଚ ବିଦ୍ୟାଳୟ ନୂତନ କୋଠା ରେ ଶିକ୍ଷାଦାନ ଆରମ୍ଭ ହେବା ଦିନ ଠାରୁ ବର୍ତ୍ତମାନ ସୁଦ୍ଧା ବହୁ ଅବ୍ୟବସ୍ଥା ଚାଲିଛି ଯାହା ଫଳରେ ଶିକ୍ଷାଦାନ ଠପ ହୋଇ ପଡ଼ିଛି। ଏହା ଆରମ୍ଭ ହେବା ଦିନ ଠାରୁ ବର୍ତମାନ ସୁଦ୍ଧା ବିଦ୍ୟାଳୟ ରେ ଶିକ୍ଷାଦାନ ନ’କହିବା ଭଲ।ରାଜ୍ୟ ସରକାର କୋଟି କୋଟି ଟଙ୍କାରେ ଚକା ଚକ କୋଠା ନିର୍ମାଣ କରି ଜନଜାତି ଛାତ୍ର ଛାତ୍ରୀ ଙ୍କ ଶିକ୍ଷା ନିମନ୍ତେ ଖର୍ଚ୍ଚ କରୁଥିବା ବେଳେ ମୁଖ୍ୟ ଯାହା ଦରକାର ତାହା ବର୍ତ୍ତମାନ ସୁଦ୍ଧା ପୂରଣ ହୋଇନଥିବା ଅଭିଯୋଗ ହେଉଛି।
ବିଦ୍ୟାଳୟ ରେ ଷଷ୍ଠ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଞ୍ଚ ଟି ଶ୍ରେଣୀରେ ସମୁଦାୟ ୩୮୧ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ବିଦ୍ୟାଳୟ ପରିସର ମଧ୍ୟରେ ଏକ ଶହ ଆସନ ବିଶିଷ୍ଟ ଛାତ୍ର ନିବାସ ଏବଂ ଏକସହ ଆସନ ବିଶିଷ୍ଟ ଛାତ୍ରୀ ନିବାସ ନିର୍ମାଣ ହୋଇ ଛାତ୍ର ଛାତ୍ରୀ ରହି ଶିକ୍ଷା ଗ୍ରହଣ କରୁଥିବା ଦେଖିବାକୁ ମିଳୁଛି।କିନ୍ତୁ ଛାତ୍ର ଛାତ୍ରୀ ଙ୍କ ନିମନ୍ତେ ଖେଳ ପଡିଆ ନଥିବା ବେଳେ ବିଦ୍ୟାଳୟ ମଧ୍ୟରେ ରୋଷେଇ ଘର ମଧ୍ୟ ନିର୍ମାଣ ହୋଇ ନ ଥିବାରୁ ବାଧ୍ୟ ହୋଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଏକ ଟିଣ ଛପର କରି ଖୋଲା ପଡିଆ ମଧ୍ୟରେ ଖାଦ୍ୟ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି।କୌଣସି କାରଣ ବଶତଃ ବିଦ୍ୟୁତ କଟିଗଲେ ଛାତ୍ର ଛାତ୍ରୀ ଅନ୍ଧାରରେ ରହୁଥିବା ସଙ୍ଗେ ପିଇବାକୁ ପାଣି ମୁନ୍ଦେ ମିଳୁନଥିବା କହିଛନ୍ତି ବିଦ୍ୟାଳୟ ପରିଚାଳନା କମିଟି ସଭ୍ୟ ଜୁନେସ ଶବର।
ଏହା ସହ ବିଦ୍ୟାଳୟକୁ ସ୍ୱତନ୍ତ୍ର ଭାବେ ବିଦ୍ୟୁତ ଟ୍ରା ନ୍ସସଫର୍ମର ବସାଯାଇଥିଲେ ତାହା ବର୍ତ୍ତମାନ ସୁଦ୍ଧା ଚାର୍ଜ ହୋଇନଥିବା ଦେଖିବାକୁ ମିଳିଛି।ସେହି ବିଦ୍ୟାଳୟରେ ପାଞ୍ଚ ଟି ଶ୍ରେଣୀରେ ୩୮୧ଛାତ୍ର ଛାତ୍ରୀ ଥିବା ବେଳେ ପ୍ରଧାନ ଶିକ୍ଷକଙ୍କୁ ମିଶାଇ ତିନି ଜଣ ଶିକ୍ଷକ ଅଛନ୍ତି।ଜଣେ କ୍ଲାସିକାଲ ଶିକ୍ଷକ ସହ ଜଣେ କଳା ଶିକ୍ଷକ ଏବଂ ଜଣେ ପ୍ରଧାନ ଶିକ୍ଷକ ନିଯୁକ୍ତ ଅଛନ୍ତି।ବିଦ୍ୟାଳୟ କମିଟି ଏବଂ ଅଭିଭାବକ ତରଫରୁ ଶିକ୍ଷକ ନିଯୁକ୍ତି ଦାବୀ ହେଲେ ମଧ୍ୟ କୌଣସି ଅଧିକାରୀ ବାରମ୍ବାର ଗସ୍ତ କରି ସ୍ଥିତି ଅନୁଧ୍ୟାନ କଲେ ମଧ୍ୟ ଅବସ୍ଥା ସୁଧୁରୁନଥିବା କହିଛନ୍ତି ଶିକ୍ଷା କମିଟି ସଭ୍ୟ ।ବହୁ ଅବ୍ୟବସ୍ଥା ମଧ୍ୟରେ ବିଦ୍ୟାଳୟ ରେ ଶିକ୍ଷା ଦାନ ହେଉଥିବାରୁ ଜିଲ୍ଲାପାଳ ମହାଶୟ ଦୃଷ୍ଟି ଦେବାକୁ ଦାବୀ ହେଉଛି।


No Result
View All Result