No Result
View All Result

ଓଡ଼ିଶା ତାଜା ନ୍ୟୁଜ (୧୫ ସେପ୍ଟେମ୍ବର ଗୁରୁବାର ) ଭୁବନେଶ୍ୱର :- ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଶିଶୁପାଳଗଡ ଗ୍ରାମପଞ୍ଚାୟତ ବଡ଼ଟାଙ୍ଗୀ ସିମେଣ୍ଟ କଂକ୍ରିଟ ରାସ୍ତା , ଶୌଚାଳୟ ନିର୍ମାଣ ପାଇଁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶିଳାନ୍ୟାସ କରିଥିଲେ। ସେହିପରି ଲିଙ୍ଗୀପୂର୍ ଗ୍ରାମପଞ୍ଚାୟତ ର ଲୀଙ୍ଗିପୁର୍ ହରିଜନ ସାହି ରାସ୍ତା ଓ ନାଥପୁର୍ ମିଶ୍ର ସାହି ରାସ୍ତା ଧଉଳି ଗ୍ରାମପଞ୍ଚାୟତ ସରଦେଇପୂର୍ ରାସ୍ତାକୁ ମନ୍ତ୍ରୀ ଶ୍ରୀ ପଣ୍ଡା ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
କାର୍ଯ୍ୟକ୍ରମରେ ଭୁବନେଶ୍ୱର ପଞ୍ଚାୟତ ସମିତି ଅଧ୍ୟକ୍ଷା ନିରୁପମା ସାହୁ, ଜିଲ୍ଲା ପରିଷଦ ସଭ୍ୟ ସୁବାସ ସୁନ୍ଦରାୟ,ସରପଞ୍ଚ ରଶ୍ମିରଞ୍ଜନ ଶ୍ରୀଚନ୍ଦନ,କ୍ଷୀରୋଦ ପ୍ରଧାନ,ଚନ୍ଦନ ମଲ୍ଲିକ,ରଞ୍ଜିତ ସୁବୁଦ୍ଧି,ସମିତି ସଭ୍ୟ ବିନୋଦ ରାଉତରାୟ,ପ୍ରକାଶ ସାହୁ,ସରସ୍ଵତୀ ସେଠି, ମନ୍ତ୍ରୀଙ୍କ ଭୁବନେଶ୍ୱର ବ୍ଲକ ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାହୁ,
ପୂର୍ବତନ ସମିତି ସଭ୍ୟ ହେମନ୍ତ ପ୍ରଧାନ, ଭଗବାନ ସାହୁ, ପଞ୍ଚାୟତ ସଭାପତି ଦିଲ୍ଲୀପ ଜେନା, ପ୍ରକାଶ ସାହୁ,ସୁଧାରଞ୍ଜନ ପ୍ରଧାନ, ମନୋରଞ୍ଜନ ମହାନ୍ତି, ରୀନାରାଣୀ ବେହେରା,ସଦାଶିବ ଜେନା , ଗଜେନ୍ଦ୍ର ବେହେରା,ପ୍ରମୋଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।



No Result
View All Result