ଓଡ଼ିଶା ତାଜା ନ୍ୟୁଜ (୫ ସେପ୍ଟେମ୍ବର ସୋମବାର) ଭୁବନେଶ୍ୱର :- ସ୍ୱାଧୀନତା ସଂଗ୍ରାମର ବାର୍ତ୍ତା ତଥା ଜାତିର ଜନକ ଗାନ୍ଧିଜୀଙ୍କ ଅହିଂସା ମନ୍ତ୍ରର ରାଜ୍ୟବ୍ୟାପୀ ପ୍ରସାରଣ ଉଦ୍ଦେଶ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତ ‘ଅହିଂସା ରଥ’ ଆଜି କଳାହାଣ୍ଡି ଓ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନ ପରିକ୍ରମା କରିଛି । ସୂଚନାଯୋଗ୍ୟ ଯେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ଆଜାଦି କା ଅମୃତ ମହୋତ୍ସବ ଅବସରରେ ୧୫ ଅଗଷ୍ଟ ସ୍ୱାଧୀନତା ଦିବସରୁ ୨ ଅକେଫାବର ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ୪ ଗୋଟି ‘ଅହିଂସା ରଥ’ ସାରା ରାଜ୍ୟ ପରିକ୍ରମା କରି ଆମ ରାଜ୍ୟର ବୀର ସ୍ୱାଧୀନତା ସଂଗ୍ରାମୀମାନଙ୍କ ଜୀବନାଦର୍ଶକୁ ଉଜ୍ଜୀବିତ କରିବ । ଏହି କ୍ରମରେ ଆଜି ଗୋଟିଏ ଅହିଂସା ରଥ କଳାହାଣ୍ଡି ଜିଲ୍ଲା କେସିଙ୍ଗାରୁ ବାହାରି ବେଲଖଣ୍ଡିରେ ପହଞ୍ଚିଥିଲା । ବେଲଖଣ୍ଡି ସରପଞ୍ଚ ଶ୍ରୀ ସୁଶାନ୍ତ ବାଗ,ପଞ୍ଚାୟତସମିତି ସଭ୍ୟ ଶ୍ରୀ ପ୍ରମୋଦ ଦାସ, ସରୋଜ ସେଠ୍, ପ୍ରଦୀପ ନାଏକ, ଜିଲ୍ଲା ପରିଷଦ ସଭ୍ୟ ଦୀପାଞ୍ଜଳୀ ସାହୁ, କର୍ଲାମୁଣ୍ଡା ଓ କେସିଙ୍ଗାର ବିଡ଼ିଓ ଏବଂ ଗ୍ରାମବାସୀମାନେ ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।
ଏଠାରେ ଭିଡ଼ିଓ ସୋ ଜରିଆରେ ମହାତ୍ମା ଗାନ୍ଧୀଙ୍କ ବାର୍ତ୍ତା ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ସହ ଭିଡ଼ିଓ ସୋ ପ୍ରଦର୍ଶିତ ହୋଇଥିଲା । ଏମ୍ ରାମପୁର ସହରରେ ଦୁର୍ଗା ମାଧବ ସରକାରୀ ଉଚ୍ଚ ବିଦ୍ୟାଳୟର ୧୦୦ ଜଣ ଛାତ୍ରଛାତ୍ରୀଙ୍କ ଦ୍ୱାରା ମେଗା ଜାତୀୟ ପତାକା ମାର୍ଚ୍ଚ ହୋଇଥିଲା । ୨୫୦ ମିଟର ଲମ୍ବ ଏହି ଜାତୀୟ ପତାକାକୁ ଓଡ଼ିଶା ଜୀବିକା ମିଶନ, ମିଶନ ଶକ୍ତି ପକ୍ଷରୁ ପ୍ରଦାନ କରାଯାଇଥିଲା । ସହିଦ ରେଣ୍ଡୋ ମାଝୀଙ୍କ ଜନ୍ମସ୍ଥାନ ଉର୍ଲାଦାନିଠାରେ ଏହି ରଥ ପହଞ୍ଚିଲା ପରେ ଆଦିବାସୀ ନୃତ୍ୟ, ଘୁମୁରା, ସଂକୀର୍ତ୍ତନ ଆଦି ସହ ମହିଳା ସ୍ୱୟଂ ସହାୟକ ସଦସ୍ୟା ଓ ଛାତ୍ରଛାତ୍ରୀମାନେ ଏହାକୁ ସ୍ୱାଗତ କରିଥିଲେ । ଏହି ଅବସରରେ ନର୍ଲା ବିଧାୟକ ଶ୍ରୀ ଭୂପିନ୍ଦର ସିଂ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ଉର୍ଲାଦାନି ସରପଞ୍ଚ ଶ୍ରୀମତୀ ସୁପ୍ରିୟା ମାଝୀ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମନ୍ଦାକିନୀ ସିଂହଦେଓ, ଏମ ରାମପୁରର ବିଡ଼ିଓ ଉତ୍ତମ ବାଗ, ଲୁବେଙ୍ଗଡର ସରପଞ୍ଚ ଶ୍ରୀମତୀ ରମା ମାଝୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ମନୋଜ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
କଲମପୁରଠାରେ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀ ଆଧାରିତ ଭିଡ଼ିଓ ସୋ ଆୟୋଜିତ ହୋଇଥିଲା । ଅନୁରୂପ ଭାବରେ ଗତ ୨ ତାରିଖଠାରୁ ସୁନ୍ଦରଗଡ଼ ଜିଲ୍ଲାରେ ଅହିଂସା ରଥ ପରିକ୍ରମା କାର୍ଯ୍ୟକ୍ରମ ଜାରି ରହିଛି । ଆଜି ରଥ ଗୁରୁଣ୍ଡିଆ, ଲାଠିକଟା, କୁଆରମୁଣ୍ଡା, ବିରମିତ୍ରପୁର ଓ ନୁଆଗାଁ ବଣାଇଁ ବ୍ଲକ ପରିକ୍ରମା କରିଛି । ଅହିଂସା ରଥକୁ କୁଆରମୁଣ୍ଡା ବ୍ଲକରେ ଭବ୍ୟ ସ୍ୱାଗତ ଦିଆଯାଇଛି । ବ୍ଲକ ଅଧ୍ୟକ୍ଷା ଶ୍ରୀମତି ଜ୍ୟୋତି କେରକେଟା, ଉପାଧ୍ୟକ୍ଷା ସୁନିତା ଅହିର, ସମିତି ସଭ୍ୟ ମଂଜୁ ନେଭିଲ କେରକେଟା, ବିଡିଓ ତୃପ୍ତି ବରେଇ, ପଦ୍ମପୁର ସରପଂଚ ଦିଲ୍ଲିପ ଓ କୁମଝର ସରପଂଚ ବାତ୍ୱା ଲାକ୍ରା, କୁଆରମୁଣ୍ଡା ସରପଂଚ ରାଜେଶ ହାଂସଦା,ଏବିଡିଓ ପ୍ରଶାନ୍ତ ଜେନା, ଡବ୍ଲìଇଓ ଅଭିଜିତ ପ୍ରଧାନ, ଓଏଲଏମ ବିପିଏମ ପ୍ରସନ୍ନ ମୋଦି, ଏକଲବ୍ୟ ଆବାସିକ ବିଦ୍ୟାଳୟ, ତୁମଝରିଆ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଓ ଗ୍ରାମବାସୀ ପ୍ରମୁଖ ସ୍ୱାଗତ ସମୟରେ ଉପସ୍ଥିତ ଥିଲେ ।
ସେହିପରି ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଜରାସିନି ବୁଡ, ବିଡ଼ିଓ ବେର୍ଣ୍ଣାଦଥ ଲାକ୍ରା, ସମିତି ସଭ୍ୟ, ସରପଞ୍ଚ, ସିଡ଼ିପିଓ, ଏବିଇଓ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଗ୍ରାମବାସୀ, ଛାତ୍ରଛାତ୍ରୀ ଆଦି ଉପସ୍ଥିତ ଥିଲେ । ବିରମିତ୍ରପୁରଠାରେ ମଧ୍ୟ ବ୍ଲକ ଉପାଧ୍ୟକ୍ଷ ନିବେଦିତା ବାଗେ ଓ ସିଟି ମିଶନ ମ୍ୟାନେଜର ସୁପ୍ରିମ ଲେଙ୍କା ୱାର୍ଡ କାଉନସିଲର ଉପସ୍ଥିତ ରହି ମୁନିସିପାଲିଟି ଅଫିସ ପରିସରରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମାରେ ମାଲ୍ୟାର୍ପଣ କରିଥିଲେ । ଏଠାରେ ଜନସାଧାରଣ ଓ ଛାତ୍ରଛାତ୍ରୀଙ୍କ ଦ୍ୱାରା ମହାତ୍ମା ଗାନ୍ଧି କି ଜୟ ସ୍ଳୋଗାନ ମଧ୍ୟରେ ରଥ ପରିକ୍ରମା କାର୍ଯ୍ୟ ସଂପନ୍ନ ହୋଇଥିଲା । ନୂଆଗାଁରେ ଏବଂ କରଡେଗାରେ ମଧ୍ୟ ବିପୁଳ ଜନସମାଗମ ମଧ୍ୟରେ ରଥକୁ ସ୍ୱାଗତ କରାଯାଇଥିଲା । ନୂଆଗାଁ ବିଡିଓ ବକ୍ରାନି କିସପଟା, ଅଧ୍ୟକ୍ଷ ବଶ୍ୱାସୀ ଟେªା, ଉପାଧ୍ୟକ୍ଷ ଇନ୍ଦ୍ରିସ କୁଲା, ପିଇଓ କୁର ଡେଗା ରଂଜିତ ବିଶ୍ୱାଳ ଏବିଡିଓ ସମରେନ୍ଦ୍ର କୁମାର ସର ଉପସ୍ଥିତ ଥିଲେ । ବଣାଇର କେନାଭେଟା ଗ୍ରାମ ପଞ୍ଚାୟତଠାରେ ଅହିଂସା ରଥକୁ ବଣାଇ ଜିଲ୍ଲାପାଳ ସୁରଞ୍ଜନ ସାହୁ, ବଣାଇ ବିଡ଼ିଓ ସ୍ୱଦୀପ କୁମାର ଟେªା ପ୍ରମୁଖ ସ୍ୱାଗତ କରିଥିଲେ । ଏହି ଅବସରରେ ଗ୍ରାମବାସୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

© 2023 Odisha Taza News.