No Result
View All Result
ଓଡ଼ିଶା ତାଜା ନ୍ୟୁଜ (୦୨ସେପ୍ଟେମ୍ବର ଶୁକ୍ର ବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର କାଶୀନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡ:ସଚିନ ମହାପାତ୍ର ରାଜ୍ୟ ଆୟୁଷ ଡାକ୍ତର ସଂଘର ସଭାପତି ଭାବେ ନିର୍ବାଚିତ ହୋଇଥିବା ଜଣା ପଡ଼ିଛି ଦୀର୍ଘ ୧୪ ବର୍ଷ କାଶୀନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଆୟୁଷ ଡାକ୍ତର ଭାବେ କାର୍ଯ୍ୟ କରି କୋଭିଡ ସମୟ ରେ ଲୋକ ଙ୍କ ଆସ୍ଥା ଭାଜନ ହୋଇଥିବା ଡା. ସଚିନ ମହାପାତ୍ର ଗଜପତି ଜିଲ୍ଲାକାଶୀନଗର ବ୍ଲକ ର ଖରାଡ଼ା ଗ୍ରାମ ରେ ଜନ୍ମିତ ବାପାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇସେ ଆୟୁର୍ବେଦିକ ଡାକ୍ତର ପାଠ୍ୟକ୍ରମ ରେ ଯୋଗ ଦେଇଥିଲେ ମଧ୍ୟ ଡାକ୍ତର ଅପେକ୍ଷା ସମାଜସେବା କୁ ପ୍ରଧାନ୍ୟତା ଦେଇ ଆସୁଥିଲେ ।
ହେଲେ ଶେଷ ରେ ଡାକ୍ତର ହେବା ପରେ ଏବେ ଆୟୁଷ ଡାକ୍ତର ଭାବେ ନିଜ କର୍ମ ମୟ ଜୀବନ ଆରମ୍ଭ କରିଥିଲେ କାଶୀନଗର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ର ଡା. ସଚିନ ମହାପାତ୍ର ରାଜ୍ୟ ଆୟୁଷ ଡାକ୍ତର ସଙ୍ଘ ର ରାଜ୍ୟ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଏଣୁ ତାଙ୍କୁ ଶୁଭେଚ୍ଛା ର ସୁହଛୁଟିଛି, ଗଜପତି ଜିଲ୍ଲାପରିଷଦ ଅଧ୍ୟକ୍ଷ ଶ୍ରୀ ଜି ତିରୁପତି ରାଓ, ଖରାଡା ସରପଞ୍ଚ ଶ୍ରୀ ଅଖିଳ ପାତ୍ର ଆଦିବାସୀ ନେତା ଆପୋଲୋ ନାୟକ, ଶିକ୍ଷକ ନେତା ଅମୁଲ୍ୟ ପାତ୍ର, ଜଗଦୀଶ ପାତ୍ର, କାଶୀନଗର ପୌର ଉପାଧ୍ୟକ୍ଷ ଶ୍ରୀ ରଘୁରାମ ସାହୁ ଶୁଭେଚ୍ଛା ଜଣାଇଛନ୍ତି ।


No Result
View All Result