• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନୂଆଁଖାଇର ନିଆରା ଧାରା

Proprietor Abhimanyu Maharana by Proprietor Abhimanyu Maharana
September 1, 2022
in ଓଡ଼ିଶା, ବରଗଡ଼, ହୋମ୍
0
ନୂଆଁଖାଇର ନିଆରା ଧାରା
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧ ସେପ୍ଟେମ୍ବର ଗୁରୁବାର) ଅନ୍ନର ଅନ୍ୟ ନାମ ବ୍ରହ୍ମ, ଈଶ୍ୱର । ପ୍ରତ୍ୟେକ ଏଇ ଅନ୍ନରୁ ଜାତ । ଜୀବନର ପ୍ରତ୍ୟେକ ପର୍ଯ୍ୟାୟରେ ଅନ୍ନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହା ଜୀବନ ଧାରଣର ମାଧ୍ୟମ, ଆନନ୍ଦର ଉତ୍ସ ଏବଂ ଆତ୍ମାର ଅଙ୍ଗ । ତେଣୁ ଜୀବନ ଧାରଣ ପାଇଁ ଯିଏ ଅସରନ୍ତି ଭାବେ ଖାଦ୍ୟ ସମ୍ଭାରର ସନ୍ଧାନ ଦିଅନ୍ତି, ତାଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବା ଉଦ୍ଦେଶ୍ୟରେ ନବାନ୍ନ ପର୍ବର ସୃଷ୍ଟି । ଭାରତରେ ଆବହମାନ କାଳରୁ ପ୍ରଚଳିତ ବହୁ ପର୍ବପର୍ବାଣି ମଧ୍ୟରୁ ଶସ୍ୟ ପୂଜା ବା ନବାନ୍ନ ଏକ ପ୍ରାଚୀନ ପର୍ବ। ଭାରତର ବିଭିନ୍ନ ସ୍ଥାନରେ, ବିଭିନ୍ନ ସମାଜରେ, ବିଭିନ୍ନ ଧର୍ମରେ ଏହି ପର୍ବ ପାଳନ କରାଯାଏ, ମାତ୍ର ପଶ୍ଚିମ ଓଡ଼ିଶା ଭଳି ଏତେ ସାମୂହିକ ଭାବରେ ନୁହେଁ । ନୂଆଁଖାଇ ପର୍ବ ଅବସରରେ ସାଧାରଣତଃ ଲୋକମାନେ ୯ଟି ମୁଖ୍ୟବିଧି ପାଳନ କରିଥାନ୍ତି । ୧. ବେହରଣ – ନୂଅଁାଖାଇ ପାଳନର ତିଥି ନିର୍ଣ୍ଣୟ ପାଇଁ ବୈଠକ। ୨. ଲଗ୍ନ ଦେଖା – ଶସ୍ୟ ଅମଳ କରିବାର ପ୍ରଥମ ଦିନ ଧାର୍ଯ୍ୟ ।

୩. ଡକାହକା – ନିଜ ବନ୍ଧୁବାନ୍ଧବଙ୍କୁ ନିମନ୍ତ୍ରଣ କରିବା। ୪. ସଫାସୁତରା – ଘର ଦୁଆରକୁ ଲିପାପୋଛା କରି ନୂଆ କରି ସଜାଇବା। ୫. ଘିନା ବିକା – ଏହି ଦିନ ନୂତନ ଦ୍ରବ୍ୟ ଓ ପୋଷାକପତ୍ର କିଣାବିକା କରିବା। ୬. ନୂଅଁାଧାନ ଖୋଜା – ଏହି ଦିନ ଘରକୁ ନୂଆଧାନ ଆଣିବା। ୭. ବାଲିପକା – ଦେବୀଙ୍କ ନିକଟରେ ନୂଆ ଧାନକୁ ଭୋଗଲାଗି କରିବା। ୮. ନୂଅଁାଖାଇ – ସମସ୍ତ ପରିବାରବର୍ଗ ଭୋଗଲାଗି ହୋଇଥିବା ପ୍ରସାଦ ଖାଇବାର ବିଧି। ୯. ଜୁହାର ଭେଟ – ଏହି ଦିନ ଘରେ ଓ ଗଁାରେ ଗୁରୁଜନମାନଙ୍କୁ କନିଷ୍ଠମାନେ ଭକ୍ତି ପ୍ରଦର୍ଶନ କରିବାର ବିଧି।

ଖ୍ରୀଷ୍ଟପୂର୍ବ ଦ୍ୱାଦଶ ଶତାବ୍ଦୀରେ ଚୌହାନ ବଂଶର ରମାଇ ଦେଓ ନାମରେ ଜଣେ ରାଜା ଥିଲେ। ସେ ପାଟନାର ରାଜା। ପଶ୍ଚିମ ଓଡ଼ିଶାର କେତେକାଂଶ ବିଶେଷତଃ ବଲାଙ୍ଗୀର ଜିଲା ପାଟନା ରାଜାଙ୍କ ଅଧୀନରେ ଥିଲା। ଅର୍ଥନୈତିକ ଅଭିବୃଦ୍ଧି ତଥା ଜୀବିକା ନିର୍ବାହ କରିବା ପାଇଁ ରାଜା ରମାଇ ଦେଓ କୃଷିକାର୍ଯ୍ୟ ନିମନ୍ତେ ଲୋକମାନଙ୍କୁ ଉତ୍ସାହ ପ୍ରଦାନ କଲେ ଏବଂ ସମ୍ବଲପୁରକୁ ରାଜ୍ୟ ଭାବେ ଘୋଷଣା କଲେ। ଫଳରେ ଏଠାରେ କୃଷିଭିତ୍ତିକ ପରମ୍ପରା ଗଢ଼ିଉଠିଲା। ଏହି କୃଷିଭିତ୍ତିକ ପରମ୍ପରା ଅନୁଯାୟୀ ସେବେଠାରୁ ଏହି ନୂଅଁାଖାଇ ପର୍ବ ପାଳନ ହୋଇଆସୁଛି ବୋଲି ବିଶ୍ୱାସ କରାଯାଏ।

ପଶ୍ଚିମ ଓଡ଼ିଶାରେ ବସବାସ କରୁଥିବା ଆଦିମ ଅଧିବାସୀମାନଙ୍କର ନୂଅଁାଖାଇ ମୂଳ ପର୍ବ। ଜଙ୍ଗଲକୁ ପ୍ରାଣଠାରୁ ଅଧିକ ଭଲ ପାଉଥିବା ଆଦିବାସୀମାନେ ସଭ୍ୟତା ଉନ୍ମେଷର ବହୁ ବର୍ଷ ପୂର୍ବରୁ ଖାଦ୍ୟ ଅନ୍ବେଷଣ କରୁଥିଲେ ଏବଂ ପ୍ରତିଟି ଖାଦ୍ୟକୁ ନିଜ ପାଟିକୁ ନେବା ପୂର୍ବରୁ ତାଙ୍କର ପ୍ରିୟ ‘ଜୀ’ ବା ଡୁମା (ପିତୃ-ପୁରୁଷଙ୍କ) ଉଦ୍ଦେଶ୍ୟରେ ଭୋଗ ଲଗାଉଥିଲେ। ସେମାନଙ୍କର ବିଶ୍ୱାସ ଯେ ଯେତିକି ଶସ୍ୟ ବା ଫଳକୁ ଖାଦ୍ୟ ଉପଯୋଗୀ ବୋଲି ଭାବି ଖାଉଛନ୍ତି ତାହା ତାଙ୍କର ପିତୃ ପୁରୁଷମାନେ ତାଙ୍କ ପାଇଁ ଛାଡ଼ି ଯାଇଛନ୍ତି। ସେମାନେ ବି ସେମାନଙ୍କର ପରପିଢ଼ି ପାଇଁ କିଛି ନୂଆ ଖାଦ୍ୟ ଅନୁସନ୍ଧାନ ଓ ଆବିଷ୍କାର କରି ଛାଡ଼ିଯାଆନ୍ତି।

ଏହି ପ୍ରକ୍ରିୟାରେ ଅନେକ ନୂଆଖାଦ୍ୟ ଯଥା ଟୋଲ, ଚର, ମହୁଲ, କେନ୍ଦୁ, କୋଦୁଅ ମାଖନ୍‌ ଏବଂ ଧାନ ଆଦି ଖାଇବା ଯୋଗ୍ୟ ପଦାର୍ଥ ସେମାନେ ତାଙ୍କର ପରପିଢ଼ି ପାଇଁ ଜଣାଇ ଦେଇଯାଇଥିଲେ। ଏହିସବୁ ନୂଆ ଫଳକୁ ଖାଇବା ଓ ଚାଖିବାର ପ୍ରକ୍ରିୟାକୁ ନୂଅଁାଖାଇ କୁହାଯାଏ। ଯାହାକି ଆଦିବାସୀ ପରମ୍ପରା ଓ ସଂସ୍କୃତି ସହ କାହିଁ କେଉଁ କାଳରୁ ଜଡ଼ିତ। ତେଣୁ ଯେତେବେଳେ ଆଦିବାସୀମାନେ କୌଣସି ଫଳ ବା ଶସ୍ୟକୁ ଖାଇବା ପାଇଁ ଯାଆନ୍ତି ତା’ ପୂର୍ବରୁ ସେ ତାଙ୍କର ପ୍ରିୟ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥାନ୍ତି। ବହୁ ପ୍ରାଚୀନ କାଳରୁ ଅନ୍ନକୁ ଭଗବାନଙ୍କ ଅନ୍ୟରୂପ ଏବଂ ତାଙ୍କ ଦାନର ସ୍ବରୂପ ରୂପରେ କଳ୍ପନା କରାଯାଇଛି।

ସଂସାର ଜଞ୍ଜାଳ ମଧ୍ୟରେ ମଣିଷ ନିଜକୁ ଖୁବ୍‌ ଛୋଟ ମନେକରେ, ମାତ୍ର ଏପରି ଏକ ସୁଯୋଗ ଖୋଜେ ଯାହା ମାଧ୍ୟମରେ କି ସେଇ ପୃଥିବୀର ସଂକୀର୍ଣ୍ଣ ପରିସର ଊର୍ଦ୍ଧ୍ୱରେ ରହି ଏକ ସ୍ଥିର ଚିନ୍ତନରେ ରହି ସେଇ ଭଗବତ୍‌ ଶକ୍ତି ସହ ସମ୍ମିଳିତ ହୋଇପାରିବ। ଏଇ ଚିନ୍ତନ ହିଁ ରୂପରେଖ ନେଇଛି ନାନା ପର୍ବ ଓ ପର୍ବାଣି, ପୂଜା ଓ ପାଠ ମାଧ୍ୟମରେ। ଆଉ ଏହିପରି ଅନେକ ପର୍ବ ମଧ୍ୟରେ ନବାନ୍ନ ପର୍ବ ଅନ୍ୟତମ। ଏହା ପଶ୍ଚିମ ଓଡ଼ିଶାରେ ନୂଆଁଖାଇ ନାମରେ ଜଣାଯାଏ। ଭାରତର ଅନ୍ୟାନ୍ୟ ପ୍ରଦେଶରେ ତଥା ଓଡ଼ିଶାର ଅନ୍ୟାନ୍ୟ ଜିଲାରେ ନୂତନ ଅନ୍ନକୁ ଭଗବାନଙ୍କ ପାଖରେ ଦେଇ ତାହା ପରେ ତାକୁ ନିଜେ ଗ୍ରହଣ କରିବା ବିଧି ପ୍ରଚଳିତ ଥିଲେ ମଧ୍ୟ ‘ନୂଆଁଖାଇ’ ପର୍ବ ତା’ଠାରୁ ବହୁତ ଅଲଗା । କେତେକ ସ୍ଥାନରେ ବିଜୟାଦଶମୀ ଏବଂ ଅନ୍ୟ କେତେକ ସ୍ଥାନରେ ଦୀପାବଳି ଓ ଅନ୍ୟ ଭଲ ଦିନ ଦେଖି ନବାନ୍ନ ଭକ୍ଷଣ କରାଯାଇଥାଏ ।

ଅର୍ଥାତ୍‌ ନୂଆଁଖାଇ ପାଳନ କରାଯାଇଥାଏ । ଏହି ମାସରେ ପ୍ରଥମ ଧାନ କଟା ଯାଇ ନ ଥାଏ । କେବଳ ଧାନ ଫଳ ଧରିବା ଆରମ୍ଭ କରିଥାଏ। ଏହି ଦିବସରେ ପୂର୍ବ ଦିନରୁ ନୂତନ ଧାନ ସଂଗ୍ରହ କରାଯାଏ । ଦିବସର ପାହାନ୍ତିଆରୁ ଘରର ବୋହୂମାନେ ସ୍ନାନାଦି ସାରି ସମଗ୍ର ଅଞ୍ଚଳଟିକୁ ପରିଷ୍କାର କରି ରଖନ୍ତି । ଏହି ଦିନ ପ୍ରତ୍ୟେକ ଘରେ ପିଠାପଣା, ଖିରି ତଥା ଅନ୍ୟ ପୂଜା ସାମଗ୍ରୀ ତିଆରି ହୁଏ । ପ୍ରଥମେ ତାହା ଇଷ୍ଟଦେବ ବା ମହାଲକ୍ଷ୍ମୀଙ୍କ ଆଗରେ ପୂଜା କରାଯାଇଥାଏ। ପୂଜା ପରେ ଘରର ସଭିଏ ଏକତ୍ର ବସି ଏହି ପ୍ରସାଦ ସେବନ କରନ୍ତି। ପ୍ରସାଦ ସେବନ ପରେ ଘରେ ଇଷ୍ଟଦେବଙ୍କ ଦର୍ଶନ କରାଯାଏ ଏବଂ ତା’ ପରେ ସାନମାନେ ବଡ଼ମାନଙ୍କୁ ଭୂମିଷ୍ଠ ପ୍ରଣାମ କରିଥାନ୍ତି।

କେବଳ ଯେ ପାରିବାରିକ କ୍ଷେତ୍ରରେ ଏହା ସୌହାର୍ଦ୍ଦ୍ୟର ସଂହତି ସ୍ଥାପନ କରେ ତାହା ନୁହେଁ, ସାମାଜିକ କ୍ଷେତ୍ରରେ ମଧ୍ୟ ଏହାର ଉପାଦେୟତା ରହିଛି । ନବାନ୍ନ ଦିନ ନୂଆ ଅନ୍ନ ଭକ୍ଷଣ ପରେ ବଡ଼ମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବା ଏହାର ଅନ୍ୟ ଏକ ମୁଖ୍ୟ ଅଙ୍ଗ । ନୂଆଁଖାଇ ଜୁହାର ବର୍ତ୍ତମାନ ଏହି ଦିବସର ସାମାଜିକ ପରମ୍ପରା । ନବାନ୍ନ ଭକ୍ଷଣ ପରେ ଦେବଦର୍ଶନ ଆରମ୍ଭ ହୋଇଥାଏ । ଏହି ଦିବସରେ ହସଖୁସିରେ ଲୋକେ ପରସ୍ପରକୁ ଜୁହାର କରି ‘ଜିଇଁ ଜାଗିଥିଲେ ବରଷେ’ ବୋଲି କହିଥାନ୍ତି ।

ଅର୍ଥାତ୍‌ ଭଗବାନଙ୍କ ଦୟାରୁ ଜୀବନରେ ଥିଲେ ପୁଣି ଏପରି ଏକ ମଧୁମୟ ଉତ୍ସବ ପାଳନ କରିବାର ସୁଯୋଗକୁ ଅତି ଆଗ୍ରହଭରା ପ୍ରାଣରେ ଅପେକ୍ଷା କରିବାର ଆଶାପୋଷଣ କରାଯାଏ । ଏଥିସହ ଆଗାମୀ ବର୍ଷ ପୁଣି ନୂତନ ଫସଲ ଉପୁଜାଇ ଏଇ ଉତ୍ସବର ପାଳନ ପାଇଁ ଚାଷୀ ସଂକଳ୍ପ ନେଇଥାଏ । ତେଣୁ ଏହାକୁ ସଂକଳ୍ପ ଦିବସ ମଧ୍ୟ କୁହାଯାଏ । ନବାନ୍ନ ପର୍ବ କେବଳ ପଶ୍ଚିମ ଓଡ଼ିଶାରେ ପାଳନ ହୁଏ ନାହିଁ ବସ୍ତର, ଛତିଶଗଡ଼, ସାରଙ୍ଗଗଡ଼, ବୈସନା, ସରାଇପାଲି, ଫୁଲଝର ଓ ରାୟଗଡ଼ ପ୍ରଭୃତି ଅଞ୍ଚଳରେ ଓଡ଼ିଆ ଲୋକଙ୍କ ମଧ୍ୟରେ ମହାସମାରୋହରେ ପାଳନ କରାଯାଏ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଛୋଟା ଭୀମ୍ କଲେକ୍ସନ୍ ସହ କେନ୍ଦୁଝରରେ ଖୋଲିଲା ଶ୍ରୀଲେଦର୍ସର ନୂତନ ଶୋ’ରୁମ

ଛୋଟା ଭୀମ୍ କଲେକ୍ସନ୍ ସହ କେନ୍ଦୁଝରରେ ଖୋଲିଲା ଶ୍ରୀଲେଦର୍ସର ନୂତନ ଶୋ’ରୁମ

March 13, 2026
ନୀତିଗତ ସଂସ୍କାର ଏବଂ ସ୍ଥାୟୀ ଖଣି ହେଉଛି ଭାରତର ଖଣିଜ ସୁରକ୍ଷାର ଚାବିକାଠି : ଅରୁଣ କୁମାର

ନୀତିଗତ ସଂସ୍କାର ଏବଂ ସ୍ଥାୟୀ ଖଣି ହେଉଛି ଭାରତର ଖଣିଜ ସୁରକ୍ଷାର ଚାବିକାଠି : ଅରୁଣ କୁମାର

March 13, 2026
ଜାହାନିଆଁ ପୀଠ ଠାରେ “ସୁମନ “ଓ ଶ୍ରୀଅରବିନ୍ଦର ପାଠଚକ୍ର କାର୍ଯ୍ୟକ୍ରମ

ଜାହାନିଆଁ ପୀଠ ଠାରେ “ସୁମନ “ଓ ଶ୍ରୀଅରବିନ୍ଦର ପାଠଚକ୍ର କାର୍ଯ୍ୟକ୍ରମ

March 13, 2026
ଭିଜିଲାନ୍ସ ଜାଲରେ କଣ୍ଟାପଡ଼ା ତହସିଲଦାର,୭ଟି ଦାମୀ ପ୍ଲଟ,୨ଟି ୩ ମହଲା ବିଶିଷ୍ଟ କୋଠା, ନଗଦ ଟଙ୍କା ଜବତ

ଭିଜିଲାନ୍ସ ଜାଲରେ କଣ୍ଟାପଡ଼ା ତହସିଲଦାର,୭ଟି ଦାମୀ ପ୍ଲଟ,୨ଟି ୩ ମହଲା ବିଶିଷ୍ଟ କୋଠା, ନଗଦ ଟଙ୍କା ଜବତ

March 13, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଛୋଟା ଭୀମ୍ କଲେକ୍ସନ୍ ସହ କେନ୍ଦୁଝରରେ ଖୋଲିଲା ଶ୍ରୀଲେଦର୍ସର ନୂତନ ଶୋ’ରୁମ

ଛୋଟା ଭୀମ୍ କଲେକ୍ସନ୍ ସହ କେନ୍ଦୁଝରରେ ଖୋଲିଲା ଶ୍ରୀଲେଦର୍ସର ନୂତନ ଶୋ’ରୁମ

March 13, 2026
ନୀତିଗତ ସଂସ୍କାର ଏବଂ ସ୍ଥାୟୀ ଖଣି ହେଉଛି ଭାରତର ଖଣିଜ ସୁରକ୍ଷାର ଚାବିକାଠି : ଅରୁଣ କୁମାର

ନୀତିଗତ ସଂସ୍କାର ଏବଂ ସ୍ଥାୟୀ ଖଣି ହେଉଛି ଭାରତର ଖଣିଜ ସୁରକ୍ଷାର ଚାବିକାଠି : ଅରୁଣ କୁମାର

March 13, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version