No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧ ସେପ୍ଟେମ୍ବର ଗୁରୁବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି ଏହି ଅବସରରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାଶୀନଗର ଏନଏସି ର ସମସ୍ତ ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟ ଜାରି ରହିବ ବୋଲି କହିଛନ୍ତିଆଜିସର୍ବଭାରତୀୟ ସ୍ୱାୟତ୍ତ ଶାସନ ଦିବସରେ ପୌର ଅଧ୍ୟକ୍ଷା ଶ୍ରୀମତୀ ଏମ. ସୁଧାରାଣୀଙ୍କସଭାପତିତ୍ୱରେ ଅନୁଷ୍ଠିତ ଏହିଉତ୍ସବରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ଜି. ତିରୁପତି ରାଓ, ଅତିରକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା, କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ଶ୍ରୀ ରଘୁରାମ ସାହୁ ,
ହାଇଟେକ୍ ଗ୍ରୁପର ଅଧକ୍ଷ ତଥା ବରିଷ୍ଠ ବିଜେଡି ନେତା ଡ : ତ୍ରିପତି ପାଣିଗ୍ରାହୀ, ଲକ୍ଷ୍ମୀକାନ୍ତ ପରିଚ୍ଛାଭରତ ଭୂଷଣ ମହାନ୍ତି ଗୋଷାଣୀ ବ୍ଲକ ଅଧ୍ୟକ୍ଷା ଏସ ବିର ରାଜୁ ଓ ଗୁମ୍ମା ବ୍ଲକର ଅଧ୍ୟାକ୍ଷା ପ୍ରମୁଖ ଯୋଗ ଦେଇଥିଲେ ପ୍ରଥମେ ପତାକା ଉତ୍ତୋଳନ କରାଯାଇ ଥିଲା । ଶ୍ରୀମତୀ ସୁଧା ରାଣୀ ଅଧ୍ୟକ୍ଷତା କରି କହିଥିଲେଯେ ଆଜିର ଦିନଟି ହେଉଛି କାଶୀନଗର ପାଇଁ ଗର୍ବ ଓ ଗୌରବରବିଷୟବୋଲିକହିଥିଲେ ଉପାଧ୍ୟକ୍ଷ ଶ୍ରୀ ସାହୁ ୱାର୍ଡ ନ ୧ ଠାରୁ ୧୦ ପର୍ଯ୍ୟନ୍ତ ବଂଶଧାରା ନଦୀରେ ହୁଡ଼ା ନିର୍ମାଣ ପାଇଁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ଜିଲ୍ଲା ପରିଷଦ ଅଧ୍ୟାକ୍ଷ ଶ୍ରୀ ଗବରା ତ୍ରିପତି ରାଓ ଗୁଣୁପୁର ସହ ତୁଳନା କରି କାଶୀନଗର ର ଉନ୍ନୟନ କାର୍ଯ୍ୟ କରିବାକୁ ମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପରେ ମନ୍ତ୍ରୀ ଭେଣ୍ଡିଂ ଜୋନ କାଶୀନଗର ସେଲ୍ଫି ଇତ୍ୟାଦି ବହୁ ଉନ୍ନୟନ ମୂଳକ କାର୍ଯ୍ୟ ଉଦଘାଟନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ ରେ ପୌର ନିର୍ବାହୀ ଅଧିକାରୀ ଡା ସତ୍ୟ ସଂପୂର୍ଣ୍ଣା ରାଉତ ଯୋଗ ଦେଇ ଧନ୍ୟବାଦ ଅର୍ପଣ କରିଥିଲେ ଓ ବାର୍ଷିକ ବିବରଣୀ ପାଠ କରିଥିଲେ । ସ୍ୱଚ୍ଛ ବିଦ୍ୟାଳୟ ଭାବେ ମାଜାଲା ସାହି ଉଚ୍ଚ ବିଦ୍ୟାଳୟକୁ ପୁରସ୍କୃତ କରାଯାଇଥିଲା

No Result
View All Result