No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧ ସେପ୍ଟେମ୍ବର ଗୁରୁବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ଏକ ମାତ୍ର ଶତାୟୁ ପୌରପରିଷଦ ପାରଳାଖେମୁଣ୍ଡି ପକ୍ଷରୁ ଆଡମ୍ବର ସହକାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ପୌରାଧ୍ୟକ୍ଷା ନିର୍ମଳା ସେଠୀ ପତାକା ଉତ୍ତୋଳ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ମୁଖ୍ୟ ଅତିଥି ବାବେ ଯୋଗଦେଇ ସ୍ୱାୟତ୍ତ ଶାସନ ଦିବସର ଗୁରୁତ୍ୱ ବିଷୟରେ ଆଲୋକପାତ କରିଥିଲେ । ଗଣତନ୍ତ୍ରର ବିକେନ୍ଦ୍ରୀକରଣର ଏକ ଉଦାହରଣ ହୋଇଛି ସ୍ୱଂୟ ଶାସିତ ବ୍ୟବସ୍ଥା । ଯାହା ସହରାଞ୍ଚଳରେ ନିଜେ ନିଜର ଶାସନ ଭାର ହାତକୁ ନେଇ ପରିଷଦର ବିକାଶ କରିବା ସୁଯୋଗ ଦିଆଯାଇଛି । ତେବେ ଆଜିକା ଦିନରେ ପାରଳାଖେମୁଣ୍ଡି ସହରର ବିକାଶ ପାଇଁ ସମସ୍ତ ଲୋକ ପ୍ରତିନିଧି ତଥା ପୌର କର୍ମଚାରୀ ଓ ବୁଦ୍ଧିଜୀବୀ ସଙ୍କଳ ନେବାକୁ ଆହ୍ୱାନ ଦେଇଛନ୍ତି ।
ପୌରାଧ୍ୟକ୍ଷା ଶ୍ରୀମତୀ ସେଠୀ ନିଜ ବକ୍ତବ୍ୟରେ ସହରର ବିକାଶ ପାଇଁ ବିଭିନ୍ନ ପରିଯୋଜନା ସମ୍ପର୍କରେ କହିଥିବା ବେଳେ ସ୍ୱାୟତ୍ତ ଶାସନ ଦିବସରେ ପାରଳା ପୌରପରିଷଦର ସମସ୍ତ ଜନସାଧାରଣ ଓ ପୌରକର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ ଆଜି ଦିନ ତମାମ ସହରରାଞ୍ଚଳରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା । ସେହିଭଳି ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା । ଏହି ଦିବସ ପାଳନ ଅବସରରେ ଆଜି ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସନ୍ଧ୍ୟା ସମୟରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିଥିଲେ ।
ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ସାଂସଦ ପାଣ୍ଠିରେ ଲଗାଯାଇଥିବା ରାମସାଗର ରାସ୍ତାରେ ଷ୍ଟ୍ରିଟଲାଇ ତଥା ହାଇମ୍ୟାକ୍ସ ଲାଇଟକୁ ସାଂସଦ ଚନ୍ଦ୍ରଶେଖର ସାହୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ, ବେତାଗୁଡା ଠାରେ ଟାଉନ ହଲର ଶୀଳାନ୍ୟାଶ, ହାଇଟେକନ୍ନୋଲଜି ଶ୍ମଶାନଘାଟ ଆଦିର ଶୀଳା ନ୍ୟାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗଦେଇଥିଲେ । ସମସ୍ତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଶ୍ରୀ ପଣ୍ଡାଙ୍କ ସମେତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥି, ପୌରନିର୍ବାହୀ ଅଧିକାରୀ ଜୁବୁଲିଚରଣ ବେହେରା, ପୌରାଧ୍ୟକ୍ଷା ଶ୍ରୀମତୀ ସେଠୀ, ପୌରଉପାଧ୍ୟକ୍ଷ ଲେଙ୍କା ମଧୁ ପ୍ରମୁଖଙ୍କ ସହ ପାରଳା ଜନସାଧାରଣ, ବୁଦ୍ଧିଜୀବୀ ଓ ବହୁ ବିଜେଡି ନେତା ଉପସ୍ଥିତ ଥିଲେ ।

No Result
View All Result