No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୧ ଅଗଷ୍ଟ ରବିବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅଡବା ଥାନା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଏକ ଦୁର୍ଗମ ଜଙ୍ଗଲ ମଧ୍ୟରେ ଥିବା ଏକ ପରିତ୍ୟକ୍ତ ସ୍ଥାନରୁ ଚାରି କୁଇଣ୍ଟାଲ ଗଞ୍ଜେଇ ଜବତ କରିଥିବା କହିଛନ୍ତି ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ।
ଏହି ଗଞ୍ଜେଇ ସ୍ଥାନୀୟ ପୋଲିସ ଦୁର୍ଗମ ପାହାଡ଼ିଆ ଅଞ୍ଚଳ ଡକରପଙ୍କା ଜଙ୍ଗଲ ମଧ୍ୟରେ କିରିଲିପାଜୁ ପାହାଡ଼ ଭିତରେ ଥିବା ପରିତ୍ୟକ୍ତ ସ୍ଥାନରୁ ଜବତ କରି ତଦନ୍ତ କରୁଥିବା ଜଣାପଡିଛି । ଏହି ଘଟଣାରେ କେହି ଆସାମୀ ଧରାପଡି ନାହାଁନ୍ତି । ମୋହନା ଅତିରିକ୍ତ ତହସିଲଦାର ହିମାଂଶୁ ଭୂଷଣ ପଲାଇ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଦେଖିବାକୁ ମିଳିଛି ।

No Result
View All Result