No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୦ ଅଗଷ୍ଟ ଶନିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନେକ ଉଦାସୀନତାର ଶିକାର ହୋଇଥିବା ଆଦିବାସୀ ବହୁଳ ଗୁମ୍ମା ବ୍ଲକ ସଦର ମହକୁମା ଗୁମ୍ମାର ସାପ୍ତାହିକ ହାଟ ଗୁରୁବାର ଦିନ ଟ୍ରାଫିକ ସମସ୍ୟା ଅତି ଜଟିଳ। ଏପରିକି ଆମ୍ବୁଲାନ୍ସବି ସେ ରାସ୍ତା ପାରି ହେବା ପାଇଁ ଅନେକ ସମୟ ଲାଗେ। ଫଳରେ ଗୁରୁବାର ସକାଳ ୧୦ଟା ସମୟରେ ଦୀର୍ଘ ସମୟ ଧରି ଅଟକି ଯାଇଛିଥିଲା ଏମ୍ବୁଲେସ। ଅନ୍ୟ ଦିନମାନଙ୍କରେ ମଧ୍ୟ ଗୁମ୍ମା ମୁଖ୍ୟ ଛକରେ କୌଣସି ଟ୍ରାଫିକ ବ୍ୟବସ୍ଥା ନଥିବାରୁ ଯାନବାହନ ଚଳାଚଳ ଅତି ବିପଦ ସଂକୁଳ ଭାବେ ଗତିକରୁଛି।ଏହି ଛକ ପ୍ରତି ସମୟରେ ଜନଗହଳି ଲାଗି ରହିଥିବା ବେଳେ ଅତି ନିକଟରେ ସରକାରୀ ବିଦ୍ୟାଳୟ,ସରକାରୀ କାର୍ଯ୍ୟାଳୟ ଓ ମୁଖ୍ୟ ଚିକିତ୍ସାଳୟ ଯାହାକି ଛାତ୍ରଛାତ୍ରୀ,ଚିକିତ୍ସିତ ବ୍ୟକ୍ତିମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।
ବିଶେଷତ୍ଵ ଅନେକ ଭାରି ଯାନବାହନ ଏ ରାସ୍ତାରେ ଚଳାଚଳ କରୁଥିବାରୁ ଜନସାଧାରଣ କ୍ଷୋଭ ପ୍ରକାଶ କରୁଛନ୍ତି।ଏହି ରାସ୍ତାଟି ସେରଙ୍ଗ ଠାରୁ ପାରଳାଖେମୁଣ୍ଡି ମୁଖ୍ୟ ରାସ୍ତା ହେଉଥିବା ବେଳେ ବୋସ,ଟ୍ରକ,କମାଣ୍ଡର,ବାଇକ,ମାଲ ପରିବହନ ଗାଡ଼ି ଓ ଯାତ୍ରୀବାହୀ ବୋସ ଚଳାଚଳ କରୁଛି। ପୋଲିସ କାର୍ଯ୍ୟାଳୟର ସାମ୍ନା ରାସ୍ତା ଦେଇ କେମିତି ଅନେକ ଭାରି ଯାନବାହନ ଯାତାୟତ କରୁଛି ବୋଲି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।
ସାପ୍ତାହିକ ହାଟ ହେଲେ ଏଠାକୁ ଗୁମ୍ମା ବ୍ଲକ,ନୂଆଗଡ଼ ବ୍ଲକ ଓ ପାରଳାଖେମୁଣ୍ଡି ସହରର ଅଧିକାଂଶ ବେପାରୀଙ୍କ ଫେଣ୍ଡସ୍ଥଳୀ ଭାବେ ବେପାର ବଣିଜ କରିବାକୁ ଆସିଥାନ୍ତି। ଗୁରୁବାର ଦିନ ହେଲେ ଅଞ୍ଚଳର ହଜାର ହଜାର ଲୋକ ନିଜର ଜିନିଷ ପତ୍ର କିଣିବାକୁ ଏଠାକୁ ଆସିଥାନ୍ତି କିନ୍ତୁ ବିଡ଼ମ୍ବନାର ବିଷୟ ଯେ ପୋଲିସର ଅନୁପସ୍ଥିତ ଥିବା ଅସନ୍ତୋଷ ଜନକ ପ୍ରକାଶ ପାଇଛି। ଗତ ଜୁଲାଇ ୨୭ତାରିଖରେ ରାସ୍ତା କୋଡ଼ରୁ ଉଠା ଦୁକାନୀଙ୍କୁ ନୂତନ ମାର୍କେଟ କମ୍ପ୍ଲେକ୍ସକୁ ସ୍ଥାନାନ୍ତରିତ କରାଯାଇଥିଲେ ମଧ୍ୟ ଏହି ଟ୍ରାଫିକ ସମସ୍ୟା ସୁଧୁରିବାର ନା ନେଉନାହିଁ। ଏଣୁ ସ୍ଥାନୀୟ ଜନ ବାସିନ୍ଦା ତଥା ବୁଦ୍ଧିଜୀବୀ ମହଲରେ ଏହି ଟ୍ରାଫିକ ସମସ୍ୟା ପ୍ରତି ସରକାର ଓ ବିଭାଗ୍ୟ ଅଧିକାରୀ ଦୃଷ୍ଟି ଦେବା ନିମନ୍ତେ ଦାବି କରିଛନ୍ତି।

No Result
View All Result