No Result
View All Result
ଭ୍ରମରପୁର ଗ୍ରାମର ପ୍ରାଥମିକ ବିଦ୍ୟାଳୟ ପାଲଟିଛି କୁତ୍ରୀମ ପୋଖରୀ
ଓଡ଼ିଶା ତାଜା ନ୍ୟୁଜ (୨୦ ଅଗଷ୍ଟ ଶନିବାର ) ପାରଳାଖେମୁଣ୍ଡି :- ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ସ୍କୁଲ ପଡ଼ିଆ ପାଲଟିଛି କୃତ୍ରିମ ପଖୋରି । ଶ୍ରେଣୀ ଗୃହ ପୁନାଦି ତଳୁ ବିଭିନ୍ନ ସ୍ଥାନରେ ବାହାରୁଛି ଝର । ବିଦ୍ୟାଳୟ ଗେଟ ପାଖରୁ ପଡ଼ିଆ ଦେଇ ଯାଉଥିବା ମୁଖ୍ୟ ରାସ୍ତାରେ ଜମି ରହିଛି ଆଣ୍ଠୁଏ ପାଣି । ଆଣ୍ଠୁଏ ଲାଖି ପାଣିରେ ପଶି ସ୍କୁଲକୁ ଯାଉଛନ୍ତି ଛାତ୍ରଛତ୍ରୀ । ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ଭ୍ରମର ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିସରରେ ଏଭଳି ଅବସ୍ଥା ହୋଇଥିବା ଦେଖିବାକୁ ମିଳିଛି । ଏଠାରେ ଶ୍ରେଣୀଗୃହ ଭିତର ଦେଇ ବିଭିନ୍ନ ସ୍ଥାନରେ ଝର ବାହାରି ଶ୍ରେଣୀ କକ୍ଷ ସମ୍ମୁଖରେ ଏବଂ ପଡ଼ିଆ ମଧ୍ୟରେ ଆଣ୍ଠୁଏ ଆଣ୍ଠୁଏ ଲାଖି ପାଣି ଜମିରହୁଛି ।
ତେଣୁ ଅଙ୍ଗୱାଡ଼ି କୁନି କୁନି ପିଲା ମାନେ ଏବଂ ସ୍କୁଲ ଛାତ୍ର ଛାତ୍ରୀ ଯିବା ଆସିବା କରିବା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ବିପଦ ସଙ୍କୁଳ ଅବସ୍ଥାରେ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ସ୍କୁଲ ଯାଉଛନ୍ତି ପାଠ ପଢି । ଏଭଳି ଅବସ୍ଥା ହୋଇଥିବାରୁ ଶ୍ରେଣୀ କକ୍ଷ ସମ୍ମୁଖରେ କେଉଁ କେଉଁ ସ୍ଥାନରେ ଇଟା, ପଥର ରଖି ତା ଉପରେ ଡେଇଁ ଡେଇଁ ଯାଉଛନ୍ତି ତ ରାସ୍ତା ଉପରେ ଜମିରହିଥିବା ଆଣ୍ଠୁଏ ଆଣ୍ଠୁଏ ପାଣିରେ ଭିତରେ ପସି ସ୍କୁଲ ଯାଉଛନ୍ତି ଛାତ୍ରଛତ୍ରୀ । ଛାତ୍ରଛାତ୍ରୀ କେତେବେଳେ ପଡ଼ିଯିବାର ସମ୍ଭାବନା ମଧ୍ୟ ରହି ଥିବାରୁ ସମସ୍ତଙ୍କ ମନରେ ଭୟଭୀତ ହେବାର ପରିଲକ୍ଷିତ ହୋଇଛି । ତେଣୁ ଅଭିଭାବକ ମାନଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଉଛି ।
ସୂଚନା ଅନୁସାରେ ପାଣି ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନାହିଁ । ପଡ଼ିଆ ମଧ୍ୟଦେଇ ଯିବା କଷ୍ଟକର ହୋଇ ପଡୁଥିବା ବେଳେ ଶ୍ରେଣୀ ଗୃହ ପ୍ରବେଶ କରିବା ନ କହିବା ଭଲ । ବର୍ଷା କମିଲା ପରେ ମଧ୍ୟ ଦୀର୍ଘ ଦିନ ଧରି ଝର କମୁନଥିବା କହିଛନ୍ତି ଛାତ୍ର ଛାତ୍ରୀଙ୍କ ଠାରୁ ଆରମ୍ଭ କରି ଅଭିଭାବକ ମାନେ।ଏହି ବିଦ୍ୟାଳୟର ପଛପଟରେ ରହିଛି ଚାଷଜମି । ବର୍ଷାହେଲେ ଚାଷ ଜମିରେ ଜଳ ମଗ୍ନ ହୋଇ ରହି ଥାଏ। ବିଦ୍ୟାଳୟ ପଛପଟ ପାଚେରୀ ନାହିଁ କି ଡ୍ରେନ ବ୍ୟବସ୍ଥା ନାହିଁ । ଏଠାରେ ସାମାନ୍ୟ ବର୍ଷା ହେଲେ ଏଭଳି ପରିସ୍ଥିତି ସୃଷ୍ଟି ହୋଇ ଥାଏ । ସୂଚନା ଅନୁଯାୟୀ ବିଦ୍ୟାଳୟ ରେ ୧ମ ଶ୍ରେଣୀ ଠାରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ରହି ଥିବାବେଳେ ୧୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଏଠାରେ ଅଧ୍ୟୟନ କରୁଛନ୍ତି ।
ବିଦ୍ୟାଳୟ ପରିସରରେ ୨ଟି ଅଙ୍ଗନବାଡି଼ ଏବଂ ଗୋଟିଏ ମିନି ଅଙ୍ଗନବାଡି଼ କେନ୍ଦ୍ର ରହିଅଛି । ଏଥିରେ ୫୦ରୁ ଉର୍ଦ୍ଧ କୁନି ପିଲା ମାନେ ଅଙ୍ଗନବାଡି କେନ୍ଦ୍ରକୁ ନୀତି ଆସିଥାନ୍ତି । ଏହି ଭଳି ପଡ଼ିଆ ମଧ୍ୟରେ ଆଣ୍ଠୁଏ ଲାଖି ପାଣି ଜମି ରହିଥିବାରୁ । ଛତ୍ର ଛାତ୍ରୀ ମାନେ ଅଙ୍ଗନୱାଡି ଏବଂ ସ୍କୁଲ ଯିବା ଆସିବା ନାହିନଥିବାର ଅସୁବିଧାର ସମ୍ମୁଖିନ ହେଉଛନ୍ତି।ତେଣୁ ଛାତ୍ରଛାତ୍ରି ମାନଙ୍କ ଶାରୀରିକ ସୁସ୍ଥତା ପାଇଁ ଖେଳ କୁଦ କିମ୍ବା ବ୍ୟାୟାମ ମଧ୍ୟ ପଡ଼ିଆରେ କରି ପାରୁ ନାହାଁନ୍ତି । ଏହା ପ୍ରତି ବିଭାଗୀୟ ଅଧିକାରୀ ମାନେ ଯଥାଶୀଘ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେଇ କାର୍ଯ୍ୟ କରିବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ ଠାରୁ ଆରମ୍ଭ କରି ଅଭିଭାବକ ଏବଂ ଶିକ୍ଷକ ମାନେ ।

No Result
View All Result