No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୦ ଅଗଷ୍ଟ ଶନିବାର ) ପାରଳାଖେମୁଣ୍ଡି :- ଭାରତ ସରକାର ଜିଲ୍ଲା ପ୍ରଶାସନ ଏବଂ ୟୁନୀୟନ୍ ବ୍ୟାଙ୍କର ଏକ ସହଯୋଗ ସଂସ୍ଥା ପକ୍ଷରୁ ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ପି.ଅନ୍ତରଡା ଗ୍ରାମପଞ୍ଚାୟତ ମାଣିକପୁର ଗ୍ରାମ ଠାରେ ସଂସ୍ଥାର ନିର୍ଦ୍ଦେଶକ ଅଚୂତା ନନ୍ଦ ବ୍ରମ୍ବାଙ୍କ ତତ୍ପାବଧାନରେ ଛତୁ ଚାଷ ତାଲିମ ଶିବିର ୧୦ଦିନ ଧରି ଅନୁଷ୍ଠିତ ହୋଇ ଆଜି ଉଦଯାପିତ ହୋଇଯାଇଛି । ଏଥିରେ ଛତୁ ଚାଷ ନିମନ୍ତେ ବିଭିନ୍ନ ଜ୍ଞାନ କୌଶଳ ବିଷୟରେ ପ୍ରଶିକ୍ଷକ ଲିଙ୍ଗରାଜ ପାଣିଗ୍ରାହୀ ଏଥିରେ ତାଲିମ ଦେବା ସହ କିଭଳି ନିଜେ ଏହାକୁ ଚାଷ କରି ସ୍ବାବଲମ୍ବୀ ହୋଇ ପାରିବେ ଏବିଷୟରେ ବୁଝାଇ ଥିଲେ ।
ତାଲିମ ଶିବିରର ଉଦଯାପନ ଦିନରେ ତାଲିମ ନେଇଥିବା ସ୍ଥାନୀୟ ପଞ୍ଚାୟତର ୩୩ଜଣ ଏସେଜି ମହିଳା ଏବଂ ୨ ଜଣ ବେକାରୀ ଶିକ୍ଷିତ ଯୁବକଙ୍କୁ ଓଡ଼ିଶା ଜୀବିକା ମିଶନ ବିଟିସି ଗିରିଜା ଶଙ୍କର ଶର୍ମା, ବିଟିସି ବାବୁଲିଟି ଲିମ୍ମା ଙ୍କ ଉପସ୍ଥିତିରେ ମାନପତ୍ର ପ୍ରଦାନ କରାଯାଇ ଥିଲା । ଅନୁଷ୍ଠାନର ପାଠ୍ୟ ସଂଯଜକ ଦିଲୀପ କୁମାର ତନ୍ତୀ ଏହି ତାଲିମ ଶିବିରକୁ ପରିଚାଳନା କରିଥିଲେ ।

No Result
View All Result