ଓଡ଼ିଶା ତାଜା ନ୍ୟୁଜ (୧୯ ଅଗଷ୍ଟ ଶୁକ୍ରବାର ) ଖୋର୍ଦ୍ଧା-ଜଟଣୀ :- ଜଟଣୀ ନିର୍ବାଚନ ମଣ୍ଡଳିର ଖୋର୍ଦ୍ଧା,ଜଟଣୀ ଓ ଭୁବନେଶ୍ୱର ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଏବଂ ବନ୍ୟା ନାହିଁ ନ’ଥିବା କ୍ଷତି ଘଟାଇଛି । ବନ୍ୟା ବିପନ୍ନ ଲୋକମାନେ ଅତି ଦୟନୀୟ ଅବସ୍ଥାରେ ରହିଛନ୍ତି ।
ହେଲେ ସରକାରୀ ସାହାଯ୍ୟ କେତକ ସ୍ଥାନରେ ଅପହଞ୍ଚ ତ ଆଉ କେତକ ସ୍ଥାନରେ ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ ହୋଇଛି । ହେଲେ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଅରକ୍ଷୀତଙ୍କୁ ଦୈଵ ସାହା ଭଳି ସାହା ହୋଇଛନ୍ତି ଜିଲ୍ଲାର ବେଶ ଜଣାଶୁଣା ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ପାଣ୍ଡବ ଜେନା ଫାଉଣ୍ଡେସନ”।
ଅନୁଷ୍ଠାନର ଅଧ୍ୟକ୍ଷ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସନ୍ତୋଷ ଜେନା।ପାଣିଘେର,ଯୋଗାଯୋଗ ବିଚ୍ଛିନ୍ନ ବନ୍ୟାଞ୍ଚଳ ଲୋକଙ୍କ ପାଖରେ ପହଞ୍ଚି ଶୁଖିଲା ଖାଦ୍ୟ ଓ ପାଣି ବଣ୍ଟନ କରି ପ୍ରଶଂସା ପାତ୍ର ସାଜିଛନ୍ତି ।

© 2023 Odisha Taza News.