• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆନ୍ଧ୍ର ଜମି ମାଫିଆଙ୍କ କବଜାରେ କଳାହାଣ୍ଡି ଜମି

Proprietor Abhimanyu Maharana by Proprietor Abhimanyu Maharana
August 17, 2022
in ଓଡ଼ିଶା, କଳାହାଣ୍ଡି, ଦେଶ, ହୋମ୍
0
ଆନ୍ଧ୍ର ଜମି ମାଫିଆଙ୍କ କବଜାରେ କଳାହାଣ୍ଡି ଜମି
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୭ ଅଗଷ୍ଟ ବୁଧବାର ) କଳାହାଣ୍ଡି :- ଗତ କିଛି ଦିନ ତଳେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଅଞ୍ଚଳରେ ଆନ୍ଧ୍ର ଜମି ମାଫିଆଙ୍କ ଦ୍ଵାରା ଆଦିବାସୀ ଓ ସରକାରୀ ଜମି ଜବରଦଖଲ ନେଇ ବିବାଦ ଦେଖାଦେଇଥିଲା । ସେହି ସମସ୍ୟା ବର୍ତ୍ତମାନ ନର୍ଲା ଅଞ୍ଚଳକୁ ବ୍ୟାପି ଚାଲିଛି । ଗତ କିଛି ବର୍ଷ ହେଲା ଏହି ତହସିଲ ଅଞ୍ଚଳରେ ବାହାର ରାଜ୍ୟ ବିଶେଷ କରି ଆନ୍ଧ୍ର ଜମି ମାଫିଆଙ୍କ ପ୍ରବେଶ ଅବାଧରେ ବଢ଼ିଚାଲିଛି । ବିଭିନ୍ନ ଅଞ୍ଚଳରେ ଏକର ଏକର ସ୍ଥାନୀୟ ଲୋକଙ୍କ ଚାଷଜମି କିଣି ଘରଡିହ ଭାବରେ ପ୍ଲଟିଙ୍ଗ୍ କରିବା ସହ ଅନେକ ସ୍ଥାନରେ ସରକାରୀ ଓ ଜଙ୍ଗଲ ଜମି ଗୁଡ଼ିକୁ ଜବରଦଖଲ କରୁଥିବା ଦେଖାଯାଉଛି । ସ୍ଥାନୀୟ ଆଦିବାସୀ ମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନାରେ ଯୋଗାଇ ଦିଆଯାଇଥିବା ଜଙ୍ଗଲ ନିକଟବର୍ତ୍ତୀ ଜମି ଗୁଡ଼ିକୁ ଯୋଜନାବଦ୍ଧ ଭାବରେ ଏମାନେ ସେମାନଙ୍କ ଠାରୁ ଲିଜ ସୂତ୍ରରେ ନେଇ କବଜା କରୁଥିବା ଅଭିଯୋଗ ହେଉଛି ।

ସହର ଓ ଜନବସତି ନିକଟବର୍ତ୍ତୀ ଚାଷଜମି ଗୁଡିକୁ ଏମାନେ ଘରଡିହ ଭାବରେ ପ୍ଲଟିଙ୍ଗ୍ କରିବା ସହ ପରବର୍ତ୍ତୀ ସମୟରେ ଚଢା ଦରରେ ବିକ୍ରୀ କରୁଥିବା ଦେଖିବାକୁ ମିଳୁଛି । ଶହ ଶହ ଏକର ଚାଷ ଜମିକୁ ଘରଡିହ ଭାବରେ କନଭର୍ଟ କରୁଥିବା ଯୋଗୁଁ ଲୋକସଂଖ୍ୟା ଅନୁପାତରେ ଚାଷଜମି କମିବାରେ ଲାଗିଛି । ସ୍ଥାନୀୟ ଆଦିବାସୀ ମାନଙ୍କୁ ସରକାରଙ୍କ ବିଭିନ୍ନ ଆଦିବାସୀ କଲ୍ୟାଣ ସ୍କିମରେ ଦିଆଯାଇଥିବା ଜମି ଗୁଡ଼ିକୁ ବିଶେଷ କରି ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ସେମାନଙ୍କୁ ଅଳ୍ପ କିଛି ଅର୍ଥର ପ୍ରଲୋଭନ ଦେଖାଇ ସେମାନଙ୍କ ଜମି ସହ ନିକଟବର୍ତ୍ତୀ ଜଙ୍ଗଲର ହେକ୍ଟର ହେକ୍ଟର ଜଙ୍ଗଲ ଜମି ଗୁଡ଼ିକୁ କବଜାରେ ନେଉଥିବା ଦେଖାଯାଉଛି । ଜଙ୍ଗଲ ନିକଟବର୍ତ୍ତୀ ଜମି ଗୁଡ଼ିକୁ ଅଳ୍ପ ମୂଲ୍ୟରେ କିଣି ନିକଟବର୍ତ୍ତୀ ସରକାରୀ ଜମି ଜବରଦଖଲ କରୁଥିବା ବେଳେ ସେହି ଜମି ଗୁଡିକରେ ନୀଳଗିରି, ଶାଗୁଆନ ଆଦି ଗଛ ଲଗାଇଥିବା ଦେଖାଯାଉଛି ।

ବିନା ପରମିଟରେ ଉକ୍ତ ଗଛ ଗୁଡ଼ିକୁ କାଟି ଟ୍ରକ୍ ଟ୍ରକ୍ ମୂଲ୍ୟବାନ ଗଛ ଆନ୍ଧ୍ର ଚାଲାଣ କରାଯାଉଛି । ଏହି ବେଆଇନ କାର୍ଯ୍ୟରେ ସ୍ଥାନୀୟ କିଛି କୁଜିନେତା ଓ ଅସାମାଜିକ ବ୍ୟକ୍ତି ସହଯୋଗ କରୁଥିବା ଦେଖାଯାଉ କୁରମେଲ, ବାଲସିଙ୍ଗା, ପାଙ୍ଗା, ଡୁଡାଲୁ, ପିପଲପଡା, ପଟାଙ୍ଗପଦର, ଲାମେର, ଗଟେଣ, ଶିରପାଲି, ଦହଲ, କରଞ୍ଜା, ଧୁର୍କୁଟି ତଥା ନର୍ଲା ବ୍ଲକର ସୀମାନ୍ତବର୍ତୀ  ଲାଞ୍ଜିଗଡ଼ ବ୍ଲକର କମର୍ଦ୍ଧା, ଗୋବର୍ଦ୍ଧନପୁର, ଲାଞ୍ଜିଗଡ଼ ରୋଡ,ଭୁର୍ଟିଗଡ,କାଦୋମସ୍କା ପଞ୍ଚାୟତର ଗ୍ରାମ ଗୁଡ଼ିକରେ ଏମାନେ ସେମାନଙ୍କ ସାମ୍ରାଜ୍ୟ ବିସ୍ତାର କରି ଆସୁଛନ୍ତି । ଗତ କିଛି ଦିନ ତଳେ ନର୍ଲା ବ୍ଲକ କୁର୍ମେଲ୍ ଓ ମସ୍କାଗୁଡା ଅଞ୍ଚଳରୁ ଜନୈକ ଆଦିବାସୀ ଗୋଷ୍ଠୀର ଲିଜ୍ ପାଇଥିବା ଜମିରୁ ନୀଳଗିରି ଗଛ କାଟି ଟ୍ରକ୍ ମାଧ୍ୟମରେ ନେଉଥିବା ବେଳେ ସ୍ଥାନୀୟ କିଛି ଯୁବକ ଅଟକାଇଥିଲେ । ଗଛ ଗୁଡ଼ିକ ନେଉଥିବା ଆନ୍ଧ୍ର ବ୍ୟବସାୟୀ କୈାଣସି ସନ୍ତୋଷଜନକ ଉତ୍ତର ଦେଇ ନଥିଲେ ।

ପରେ ସ୍ଥାନୀୟ ଜନୈକ ପୂର୍ବତନ ସମିତି ସଭ୍ୟ ଯୁବକ ନିଜ ଲୋକଙ୍କୁ ଧମକାଇ ଦେଇ ଟ୍ରକ୍ ଗୁଡ଼ିକୁ କଳାହାଣ୍ଡି ସୀମାନ୍ତ ପର୍ଯ୍ୟନ୍ତ ବାଟ ଦେଖାଇ ଗାଡ଼ି ଗୁଡ଼ିକୁ ପାର କରାଇଥିଲେ । ଏନେଇ ରାଜସ୍ଵ ବିଭାଗ ଓ ବନବିଭାଗ ସହିତ ଯୋଗାଯୋଗ କରାଯାଇଥିଲେ ହେଁ କେହି ମଧ୍ୟ ଗୁରୁତ୍ଵ ଦେଉନଥିବା ଦେଖାଯାଉଛି । ରାଜସ୍ବ ବିଭାଗର ଜମି କିଣିବାକୁ ଭାରତୀୟ ନାଗରିକ ଭାବରେ କାହାକୁ ବାରଣ କରାଯାଇ ପାରିବ ନାହିଁ । ହେଲେ ଅନଧିକୃତ ଉପାୟରେ ଜମି ଜବରଦଖଲ କରିବା ବେଆଇନ । ଏହା ଉପରେ ନଜର ରଖାଯିବ ବୋଲି ରାଜସ୍ବ ବିଭାଗ ତରଫରୁ ସୂଚନା ଦିଆଯାଇଛି । ବେଆଇନ ଜମି ଜବରଦଖଲ ଓ ଗଛ ଚୋରାଚାଲାଣ ଉପରେ ଅପରାଧିକ ମାମଲା ରୁଜୁ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି । ଏହା ଦୂର କାର୍ଯ୍ୟକାରୀ ହେବ ତାହା ଆଗାମୀ ସମୟ ହଁ କହିବ ! 

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଲକ୍ଷ୍ମୀ ମନ୍ଦିର ରତ୍ନମୁଦ ଉତ୍ସବ ଅବସରରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

ଲକ୍ଷ୍ମୀ ମନ୍ଦିର ରତ୍ନମୁଦ ଉତ୍ସବ ଅବସରରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

March 18, 2026
ଦ୍ୱିତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ସେବତୀ ବେଶରେ ଦର୍ଶନ ଦେଲେ ମା ‘ପାଟଖଣ୍ଡା

ଦ୍ୱିତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ସେବତୀ ବେଶରେ ଦର୍ଶନ ଦେଲେ ମା ‘ପାଟଖଣ୍ଡା

March 18, 2026
ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟା, ନାଟକ ‘ଏକ ନାୟକର ମୃତ୍ୟୁ’ : ବ୍ୟବସ୍ଥା ଓ ଦୁର୍ନୀତି ବିରୋଧରେ ଏକ ଶାଣିତ ସ୍ୱର

ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ତୃତୀୟ ସନ୍ଧ୍ୟା, ନାଟକ ‘ଏକ ନାୟକର ମୃତ୍ୟୁ’ : ବ୍ୟବସ୍ଥା ଓ ଦୁର୍ନୀତି ବିରୋଧରେ ଏକ ଶାଣିତ ସ୍ୱର

March 18, 2026
ବାଲିପାଟଣାରେ ବ୍ଲକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ

ବାଲିପାଟଣାରେ ବ୍ଲକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ

March 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଲକ୍ଷ୍ମୀ ମନ୍ଦିର ରତ୍ନମୁଦ ଉତ୍ସବ ଅବସରରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

ଲକ୍ଷ୍ମୀ ମନ୍ଦିର ରତ୍ନମୁଦ ଉତ୍ସବ ଅବସରରେ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

March 18, 2026
ଦ୍ୱିତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ସେବତୀ ବେଶରେ ଦର୍ଶନ ଦେଲେ ମା ‘ପାଟଖଣ୍ଡା

ଦ୍ୱିତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା : ସେବତୀ ବେଶରେ ଦର୍ଶନ ଦେଲେ ମା ‘ପାଟଖଣ୍ଡା

March 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version