No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ଅଗଷ୍ଟ ସୋମବାର ) ନୟାଗଡ :- ସ୍ବାଧୀନତାର ଅମ୍ରୃତ ମହୋତ୍ସବ ତଥା ୭୬ ତମ ସ୍ବାଧିନତା ଦିବସ ସମର୍ପଣ ପରିସରରେ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ନୟାଗଡ ଷ୍ଟେଟ ବ୍ଯାଙ୍କ ( କ୍ରୁଷି ଉନ୍ନୟନ) ଶାଖାର ମୂଖ୍ଯ ପରିଚାଳକ ଶ୍ରୀଯୁକ୍ତ ଶିବରାମ ପାଣିଗ୍ରାହୀ ମୁଖ୍ଯ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିବା ସହିତ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଆଜି ପ୍ରତ୍ଯେକ ଆଦିବାସୀ ଅଧୁଷିତ ଅଞ୍ଚଳରେ ମଧ୍ଯ ଅତି ସୁନ୍ଦର ଭାବେ ଦେଖିବାକୁ ମିଳିଛି ବୋଲି ଉଦବୋଧନ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ସମର୍ପଣ ପରିଚାଳନା କମିଟିର କାର୍ଯ୍ୟକାରୀ ସଭାପତି ଅରୁଣ କୁମାର ମହାନ୍ତି, ସଂପାଦକ ଦାମୋଦର ସାହୁ, କୋଷାଧ୍ୟକ୍ଷ ଶ୍ରୀଧର ସାହୁ, କାର୍ଯ୍ଯନିର୍ବାହୀ ସଦସ୍ଯ ପ୍ରସନ୍ନ କୁମାର ବସନ୍ତିଆ ଉପସ୍ଥିତ ଥିଲାବେଳେ ସଦସ୍ଯ ଶ୍ରୀକାନ୍ତ କୁମାର ପଟ୍ଟନାୟକ, ମଦନମୋହନ ମହାପାତ୍ର, ରାଧେଶ୍ଯାମ ମୋହୋତା, ରବିନ୍ଦ୍ର କୁମାର ସାହୁ, ମିହିର ରଂଜନ ନାୟକ,
ରୋଟାରୀ କ୍ଲବ୍ ସଭାପତି ପ୍ରବୀର କୁମାର ପ୍ରୁଷ୍ଟି ରୋଟାରୀଆନ୍ ରଶ୍ମୀରଂଜନ ପାତ୍ର, ସାମ୍ବାଦିକ ବାସୁଦେବ ମହାନ୍ତି ଉପସ୍ଥିତ ଥିଲେ । ପତାକା ଉତ୍ତୋଳନ ପରେ ନୟାଗଡ଼ ବ୍ଳକ ଚେୟାରମ୍ୟାନ କିଶୋର ଚନ୍ଦ୍ର ସାହୁ, ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ବାଘୁଆ ବାର୍ତ୍ତା ସାମ୍ବାଦିକ ସଞ୍ଜୟ କୁମାର ସ୍ବାଇଁ ଅନ୍ତେବାସୀ ମାନଙ୍କୁ ଫଳ ଓ ବିସ୍କୁଟ ବାଣ୍ଟନ କରିଥିଲେ ।


No Result
View All Result