ଓଡ଼ିଶା ତାଜା ନ୍ୟୁଜ (୧୫ ଅଗଷ୍ଟ ସୋମବାର ) ବୈପାରିଗୁଡା :- ଆଜି ୭୬ ତମ ସ୍ୱାଧୀନତା ଦିବସ ସାରା ଦେଶରେ ଆଡମ୍ବର ରେ ପାଳନ ହେଉଥିବା ବେଳେ ବୈପାରିଗୁଡା ବ୍ଲକର ପ୍ରତ୍ୟେକ ଗାଁ ଗହଳି ଠାରେ ମଧ୍ୟ ଆଜାଦି କି ଅମୃତ ମହୋତ୍ସବ ପାଳନ କରିବା ସହ ୭୬ ତମ ସ୍ୱାଧୀନତା ଦିବସ ପାଳନ କରିଛନ୍ତି । ବୈପାରିଗୁଡା ବିଡିଓ ଅଭିମନ୍ୟୁ କବି ଶତପଥିଙ୍କ ଅଧ୍ୟକ୍ଷତାରେ ବୈପାରିଗୁଡା ପଂଚାୟତ ସମିତି ପରିସରରେ ବ୍ଲକସ୍ତରୀୟ ୭୬ ତମ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିବା ବେଳେ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଗୁପ୍ତା ମୁଖ୍ୟଅତିଥି ଭାବେ ଯୋଗଦାନ କରି ଜାତୀୟ ପତାକା ଉତୋଳନ କରିଥିଲେ ।
ତାଙ୍କ ଅଭିଭାଷଣରେ କହିଥିଲେ ଯେ ମଦମୁକ୍ତ ବୈପାରିଗୁଡା ବ୍ଲକ ଗଠନ କରିବା ନେଇ ସମସ୍ତ ଜନସାଧାରଣଙ୍କୁୁ ଆହ୍ନାନ ହେବା ସହ ଏବେ ମଧ୍ୟ ବୈପାରିଗୁଡା ବ୍ଲକରେ ଶିକ୍ଷା,ସ୍ୱାସ୍ଥ୍ୟ,ପାନୀୟଜଳ ଭଳି ବହୁ ସମସ୍ୟା ରହିଯାଇଛି ।
ତେବେ ଏହି ମୌଳିକ ସମସ୍ୟା ଗୁଡିକ ସମାଧାନ ହେବ ସେହି ଦିନ ହିଁ ବୈପାରିଗୁଡା ବ୍ଲକ ସ୍ୱାଧୀନତାର ଶ୍ରାଦ୍ଦ ପାଇବ ବୋଲି କହିଛନ୍ତି । ସେହି ପରି ଭାବେ ବୈପାରିଗୁଡା ସ୍ଥିତ ୧୫୧ ବିଏନ ବିଏସଏଫ କ୍ୟାମ୍ପରେ କମାଣ୍ଡଣ୍ଠ ଶ୍ରୀ ଅଜୟ କୁମାର ,ତହସିଲ କାର୍ଯ୍ୟଳୟରେ ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀ, ଥାନାରେ ଆଇଆଇସି ଅଶ୍ୱିନୀ କୁମାର ପଟ୍ଟନାୟକ, ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅଧିରାଜ ସାହୁ,
ବିଜେପି କାର୍ଯ୍ୟଳୟରେ ମଣ୍ଡଳ ସଭାପତି ଉମେଶ ପଟ୍ଟନାୟକ ଙ୍କ ସହ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ମାନଙ୍କରେ ୭୬ ତମ ସ୍ୱାଧୀନତା ଦିବସ ପାଳନ କରିବା ସହ ଜାତୀୟ ପତାକା ଉତୋଳନ କରାଯାଇଛି । ବ୍ଲକ ପରିସର ଭିତରେ ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତି ରେ ସ୍ୱାଧୀନତା ଦିବସ ଅବସରରେ ସହିଦଙ୍କୁ ସମ୍ମାନ ଜଣାଯାଇଛି ।
ବ୍ଳକ ପରିସର ଭିତରେ ସମନ୍ୱିତ ଶିଶୁ ବିକାଶ ଯୋଜନା କାର୍ଯ୍ୟଳୟ ତରଫରୁ ଛୋଟ ଛୋଟ ଶିଶୁ ମାନଙ୍କ ଦ୍ୱାରା ଏକ ସାସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଟିତ ହୋଇଯାଇଛି । ପ୍ରବଳ ବର୍ଷା ସତେ ସରକାରୀ ବେସରକାରୀ ସଂସ୍ଥା ରେ ଜନସାଧାରଣ ମାନେ ବର୍ଷାରେ ଭିଜି ଭିଜି ଠିଆ ହୋଇ ଜାତୀୟ ସଂଙ୍ଗିତଗାନ କରିବା ସହ ଜାତୀୟ ପତକା ଉତୋଳନ ଅଧିକାରୀ ମାନେ କରୁଥିବାର ଦେଖିବାକୁ ମିଳିଛି ।














