No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ଅଗଷ୍ଟ ରବିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଜି ବର୍ଷର ତୃତୀୟ ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଜାତୀୟ ଆଇନସେବା ପ୍ରାଧିକରଣ ଓ ରାଜ୍ୟ ଆଇନସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଏହି ଜିଲ୍ଲା ସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ଓ ଦୌରା ଜଜ ଶ୍ରୀ ପ୍ରଣବ କୁମାର ରାଉତରାୟ ଉପସ୍ଥିତ ରହି ବିଭିନ୍ନ କୋର୍ଟ କାର୍ଯ୍ୟ ତଦାରଖ କରିବା ସହ ନିଜ କୋର୍ଟ କାର୍ଯ୍ୟ ପରିଚାଳନା କରିଥିଲେ । ଆୟୋଜିତ ଏହି ରାଷ୍ଟ୍ରୀୟ ଲୋକଅଦାଲତ କାର୍ଯ୍ୟକ୍ରମରେ ବିଭିନ୍ନପ୍ରକାରରବିଚାରଧୀନ ଥିବା ଓ ପ୍ରାକ୍ ମକଦ୍ଦମା ମାମଲାର ତ୍ୱରିତ ବିଚାର ପାଇଁ ପଦକ୍ଷେପ ସ୍ୱରୂପ ବିଭିନ୍ନ କୋର୍ଟ ବ୍ୟାଙ୍କ୍ ମାନ ପ୍ରତିଷ୍ଠା କରାଯାଇଥିଲା ଏହି ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ରେ ପ୍ରାୟତଃ ସମସ୍ତ ପ୍ରକାରର ମକଦ୍ଦମା
ଯଥା :- ବ୍ୟାଙ୍କ୍ ସମ୍ବନ୍ଧୀୟ , ଦେୱାନୀ , ଫୌଜଦାରୀ , ମୋଟର ଗାଡି ଜନିତ ଓ ପ୍ରାକ୍ ମକଦ୍ଦମା ସମାଧାନ ଯୋଗ୍ୟ କେଶର ସମାଧାନ କରା ଯାଇଥିଲା ଲୋକଅଦାଲତ କାର୍ଯ୍ୟକ୍ରମରେ ପରିବାର ଅଦାଲତ ଜଜ ଶ୍ରୀ ସୁବ୍ରତ ମହାନ୍ତି , ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଶ୍ରୀ ପ୍ରଦୀପ କୁମାର ସାମଲ , ଆଇନସେବା ପ୍ରାଧିକରଣ ସଚିବ ଶ୍ରୀ ରବି ନାରାୟଣ ବେହେରା , ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀ ସନ୍ତୋଷ କୁମାର ଅଗ୍ରୱାଲ , କୋର୍ଟ ରେଜିଷ୍ଟ୍ରାର ଶ୍ରୀ ସତ୍ୟବ୍ରତ ରାଣା , ଉପଖଣ୍ଡିୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀମତୀ ବର୍ଷା ଶର୍ମା , ଏବଂ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ଶୁଭାଜିତ ବେହେରା ପ୍ରମୁଖ ଉପସ୍ଥିତ ରହି ନିଜ ନିଜ କୋର୍ଟ କାର୍ଯ୍ୟ ସମ୍ପାଦନ କରିଥିଲେ ।
ସେହିପରି ଭାବେ ରସ ଉଦୟଗିରି କୋର୍ଟଠାରେ ଆୟୋଜିତ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମରେ ଦେୱାନୀ ବିଚାରପତି ତଥା ସବଜଜ୍ ଶ୍ରୀ ପୁଣ୍ୟଶ୍ଲୋକ ରଥ ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ପାରସ ପାଢ଼ୀ , ମୋହନା ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ବିରଜା ପ୍ରସାଦ ପଣ୍ଡା ଓ କାଶୀନଗର କୋର୍ଟ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଅଙ୍କିତା ଗୁରୁ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ କୋର୍ଟ କାର୍ଯ୍ୟ ସମ୍ପାଦନ କରିଥିଲେ ।ସେହିଭଳି ଆଞ୍ଚଳିକଟ ପରିବହନ ବିଭାଗର ବରିଷ୍ଠ ଅଧିକାରୀ ଶ୍ରୀ ତୁଷାର ହେମ୍ରମ ଉପସ୍ଥିତ ରହି ଯାନବାହାନ ଯାଞ୍ଚ ସମ୍ବନ୍ଧୀୟ କେଶ ଗୁଡ଼ିକର ତ୍ୱରିତ ଫାଇସଲା ଓ ସମାଧାନ କରିଥିଲେ ।ଆୟୋଜିତ ଲୋକ ଅଦାଲତ କାର୍ଯ୍ୟକ୍ରମରେ ରାଜ୍ୟ ଆଇନସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ୍ ର ଅଧିକାରୀ ମାନେ ମଧ୍ୟ ଉପସ୍ଥିତ ରହି ବିଭିନ୍ନ ବ୍ୟାଙ୍କ୍ ସମ୍ବନ୍ଧୀୟ ବିଭିନ୍ନ ମାମଲାର ସମାଧାନ ପାଇଁ ଚେଷ୍ଟା କରିଥିଲେ ।
ବିଭିନ୍ନ ତହସିଲଦାର କୋର୍ଟ ମାନଙ୍କରେ ମଧ୍ୟ ଲୋକ ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି ଲୋକ ଅଦାଲତ କାର୍ୟ୍ୟକ୍ରମରେ ଜିଲ୍ଲା କୋର୍ଟ ଓକିଲ ସଂଘର ଓକିଲବୃନ୍ଦ ଓ ବରିଷ୍ଠ ଆଇନଜୀବି ମାନେ ଯଥା:- ଅଶୋକ କୁମାର ପାଣିଗ୍ରାହୀ , ଶ୍ରୀ ହିରାଚାନ୍ଦ୍ ପଟ୍ଟନାୟକ , ଶ୍ରୀ ପ୍ରମୋଦ ପାଣିଗ୍ରାହୀ , ଶ୍ରୀ ସ୍ୱରୂପ କୁମାର ପାଳ , ଜିତେନ୍ଦ୍ର ପଟ୍ଟନାୟକ , ଉମେଶ ରଥ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ କୋର୍ଟରେ ନିଜ ନିଜ ମକଦ୍ଦମା ପରିଚାଳନାରେ ସହଯୋଗ କରିଥିଲେ ।ଏହି ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମରେ ସମୁଦାୟ ୨ ହଜାର ୭୫୫ ଟି କେଶର ତ୍ୱରିତ ବିଚାରକୁ ନିଆଯାଇ ମୋଟ ୨ ହଜାର ୪୨୧ ଟି କେଶର ସମାଧାନ କରାଯାଇ ସର୍ବମୋଟ ୨୧ ଲକ୍ଷ ୮୬ ହଜାର ୫୨୭ ଟଙ୍କା ଆଦାୟ କରା ଯାଇଥିଲା ।ଏହି ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନସେବା ପ୍ରାଧିକରଣର କର୍ମଚାରୀ ଶ୍ରୀ ରମେଶ ଚନ୍ଦ୍ର ସେଠୀ , ଶ୍ରୀ ରଘୁ ନନ୍ଦନ ଦାସ , ଶ୍ରୀ ଶିବ ପ୍ରସାଦ ସେନାପତି ଓ ଶ୍ରୀ କାହ୍ନୁ ଚରଣ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ ।

No Result
View All Result