No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ଅଗଷ୍ଟ ରବିବାର ) ପାରଳାଖେମୁଣ୍ଡି :- ପାରଳାଖେମୁଣ୍ଡି ସହରର ୱାର୍ଡନଂ ୫ ରାଣୀ ପଦ୍ମାବତି ସାହି ରେ ଥିବା ସ୍ୱାସ୍ତିକ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଦ୍ୱାରା ହର ଘର ତିରଙ୍ଗା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଗୋଷ୍ଠୀ ର ସଦସ୍ୟ ମାନେ ନିଜସ୍ୱ ପାଣ୍ଠି ରେ ଭାରତୀୟ ପତାକା କିଣି ସହର ର ରାଜଦାଣ୍ଡ, ପଦ୍ମାବତୀ ସାହି,
ଜଙ୍ଗମ୍ ସାହି, ଗୁଜରାତିପେଣ୍ଠ ସାହି ସହ ଅନ୍ୟାନ୍ୟ ସାହି ରେ ଘରେ ଘରେ ତ୍ରିରଙ୍ଗା ଲଗାଇବା ସହ ଦେଶାତ୍ମକବୋଧୋ ସଙ୍ଗୀତ ବଜାଇ ଲୋକଙ୍କ ମଧ୍ୟରେ ଦେଶାତ୍ମକ ଚିନ୍ତା ଧାରା ସୃଷ୍ଟି କରିଥିଲେ, ସଦସ୍ୟ ମାନେ ନିଜସ୍ୱ ପାଣ୍ଠି ରୁ ଏପରି କାର୍ଯ୍ୟ କରିଥିବା ଯୋଗୁଁ ପାରଳା ବାସୀ ଗୋଷ୍ଠୀ କୁ ଭୂୟସୀ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମ କୁ ଗୋଷ୍ଠୀ ର ସଭାନେତ୍ରୀ ରଞ୍ଜିତା ପ୍ରଧାନ ଓ ସମ୍ପାଦିକା ଗାୟତ୍ରୀ ରାଜ ପରିଚାଳନା କରିଥିବା ବେଳେ ପ୍ରାୟ ୧୦ ରୁ ଅଧିକ ସଦସ୍ୟ ଏଥିରେ ଯୋଗ୍ ଦେଇଥିଲେ

No Result
View All Result