No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ଅଗଷ୍ଟ ରବିବାର ) ପାରଳାଖେମୁଣ୍ଡି :- ବଂଶଧାରା ନଦୀର ଜଳସ୍ତର ବୃଦ୍ଧି ପାଇ ମଧ୍ୟାହ୍ନ ସୁଦ୍ଧା ବିପଦସଙ୍କେତ ଅତିକ୍ରମ କରିଛି । ବିପଦସଙ୍କେତ ୫୪.୬୦ମିଟର ରହିଥିବା ବେଳେ ପୂର୍ବାହ୍ନ ଜଳସ୍ତର ୫୪.୭୫ ମିଟରରେ ପ୍ରବାହିତ ହେଉଥିଲା । ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ଜଳସ୍ତର ବୃଦ୍ଧି ପାଇଛି । ଅନ୍ୟପଟେ ଜଳସ୍ତରକୁ ନଜରରେ ରଖି ଗୋଟା ବ୍ୟାରେଜ୍ର ସମସ୍ତ ୨୨ଟି ଗେଟ ଖୋଲା ଯାଇଥିବା ବେଳେ ୭୩ କ୍ୟୁସେକ ଦେଇ ଜଳ ନିଷ୍କାସିତ ହେଉଛି ।
ଯଦି ବର୍ଷାର ପରିମାଣ ଆହୁରି ବୃଦ୍ଧି ପାଏ କିମ୍ବା ଉପରେ ମୁଣ୍ଡରେ ବର୍ଷା ଲାଗି ରହେ ବନ୍ୟା ଆଶଙ୍କା କରାଯାଉଛି। ବନ୍ୟା ହେଲେ କାଶୀନଗର ବିଜ୍ଞାପିତ ପରିଷଦ ଅଞ୍ଚଳ ସମେତ ୧୧ଟି ପଞ୍ଚାୟତ ଓ ରାୟଗଡ଼ା ଜିଲାର ଗୁଣୁପୁର ସବ୍ଡିଭିଜନ ପ୍ରଭାବିତ ହେବା ଆଶଙ୍କା ରହିଛି ।

No Result
View All Result