• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ପୁରୀ : ରାକ୍ଷୀ ପୂର୍ଣ୍ଣିମା ଓ “ମାଳତୀ ପାଟପୁର”

Proprietor Abhimanyu Maharana by Proprietor Abhimanyu Maharana
August 12, 2022
in Uncategorized
0
ପୁରୀ : ରାକ୍ଷୀ ପୂର୍ଣ୍ଣିମା ଓ “ମାଳତୀ ପାଟପୁର”
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୧ ଅଗଷ୍ଟ ଗୁରୁବାର) ମାଳତୀ ପାଟପୁର :- ପୁରୀ ଯିବା ବେଳେ ବାଟରେ ଏକ ଗ୍ରାମ ପଡେ ଯାହାର ନାଁ “ମାଳତୀ ପାଟପୁର”। ପୂର୍ବରୁ ସେ ଗାଁର ନାଁ ଥିଲା ପାଟପୁର , ସମୟକ୍ରମେ ଏହାର ନାମ ପରିବର୍ତ୍ତନ କରାଗଲା ମାଳତୀ ପାଟପୁର । ଏହାର ନାମ ପରିବର୍ତ୍ତନ ହେବା ପଛରେ ଏକ ସୁନ୍ଦର କୋହଭରା କାହାଣୀ ଅଛି । ପାଟପୁର ଗ୍ରାମର ଏକ ଗରିବ ପରିବାରରେ ଥିଲେ ସ୍ଵାମୀ ,ସ୍ତ୍ରୀ ସେମାନଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଛୋଟ ଝିଅ ନାଁ ତାର ମାଳତୀ । ପର ବିଲରେ ମୂଲ ଲାଗି ପୁରୁଷଟି ଯେତିକି କମାଏ ଚାରି ପ୍ରାଣୀ କୁଟୁମ୍ବ ବିନା କୌଣସି ଅଭିଯୋଗରେ ଖୁସିରେ ଖୁସିରେ ଚଳି ଯାଉଥିଲେ l

ହଠାତ୍ ଦିନେ ସନ୍ଧ୍ୟାରେ ବିଲରୁ କାମ ସାରି ଫେରିବା ବେଳକୁ ଏକ ନାଗ ସାପ ଦଂଶନରେ ସ୍ଵାମୀର ମୃତ୍ୟୁ ହେଲା, ଭାଙ୍ଗିପଡ଼ିଲା ବିଚରା ସ୍ତ୍ରୀଲୋକ ଜଣକ । ପୁଅକୁ ସେତେବେଳେ ମାତ୍ର ୫ବର୍ଷ ଆଉ ଝିଅ ମାଳତୀକୁ ୩ବର୍ଷ । କର୍ପୂର ସିନା ଉଡିଗଲା, ହେଲେ କନା ଖଣ୍ଡକ ତ ଅଛି ।କୁନି ପୁଅର ଦୋରଣ୍ଡି କଥା ଓ କୁନି ଝିଅ ମାଳତୀ ର ଗୁରୁଣ୍ଡି ଚାଲିରେ ସ୍ଵାମୀକୁ ହରେଇବାର ଦୁଃଖକୁ ଆସ୍ତେ ଆସ୍ତେ ମନରୁ ପାସୋରିବାକୁ ଚେଷ୍ଟା କରୁଥିଲା ସ୍ତ୍ରୀ ଲୋକ ଜଣକ ।

ବିଧିର ବିଧାନ କେ କରିବ ଆନ  !.?

ବୋଝ ଉପରେ ନଳିତା ବିଡା ପରି ସ୍ଵାମୀ ର ମୃତ୍ୟୁ କୁ ମନରୁ ନ ଭୁଲୁଣୁ ସେମିତି ସର୍ପାଘାତରେ ପୁଅର ମୃତ୍ୟୁ ହେଲା । ମେରୁଦଣ୍ଡ ଭାଙ୍ଗିବା ପରେ ଶରୀରର ଅବସ୍ଥା ଯେମିତି ହୁଏ ସେମିତି ସ୍ତ୍ରୀ ଲୋକଟିର ମାନସିକ ଅବସ୍ଥା । ଚାହୁଁ ଚାହୁଁ ଦୁଇ ବର୍ଷ ବିତିଗଲା । ସ୍ତ୍ରୀ ଲୋକ ଜଣକ କାହା ଘରେ ବାସନ ମାଜି, କାହା ଘରେ ଝାଡୁ କରି ଯାହା କିଛି ରୋଜଗାର କରେ ସେଥିରେ ଓଳିଏ ଖାଇ ଓଳିଏ ଓପାସ ରହି ଚଳି ଯାଆନ୍ତି ଉଭୟ ମା ଓ ୫ ବର୍ଷର ଝିଅ ମାଳତୀ । ଖୁବ୍ ଜାକଜମକରେ ବାର ମାସରେ ତେର ପର୍ବ ପାଳନ ହେଉଥିବା ଓଡ଼ିଶାରେ ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା ମଧ୍ୟ ବାଦ୍ ପଡେ ନାହିଁ ।

ରାକ୍ଷୀ ପୂର୍ଣ୍ଣିମାର ଦୁଇ ଦିନ ଆଗରୁ ମାଳତୀର ସାଙ୍ଗ ମାନେ ରାକ୍ଷୀ କିଣୁଥିଲେ । ଛୋଟ ପିଲା ମାଳତୀ ଏହା ଦେଖି ମା ପାଖରେ ଯାଇ ଅଳି କରିଲା, “ଏ ମା , ମା ଲୋ ମୋତେ ବି ପଇସା ଦେ, ମୁଁ ବି ରାକ୍ଷୀ କିଣିବି ।”ମା ମାଳତୀ ମୁଣ୍ଡକୁ ଆଉଁସି କାହା ଘରୁ କାମ କରି ଆଣି କାନିରେ ବାନ୍ଧି ରଖିଥିବା ଦଶ ପଇସିଟେ ଧରେଇ ଦେଲା ମାଳତୀ ହାତକୁ । ପରଦିନ ସକାଳୁ ମାଳତୀ ଦୋକାନ ଯାଇ ରାକ୍ଷୀଟିଏ କିଣିଲା , ସାଙ୍ଗମାନଙ୍କ ଠାରୁ ବୁଝିଲା ଯେ ଏଇଟା ଭାଇ ମାନଙ୍କ ହାତରେ ବନ୍ଧା ଯାଏ ।

ସନ୍ଧ୍ୟା ରେ ଖେଳା ଖେଳି ସାରି ଘରକୁ ଫେରିଲା ମାଳତୀ, ଦିନ ସାରା କାମରେ କ୍ଳାନ୍ତ ହୋଇ ଚିରା ସପଟିଏ ବିଛେଇ ତଳେ ଶୋଇଥାଏ ମା । ମା ପାଖରେ ବସି ମାଳତୀ ପଚାରିଲା, “ମା ମୋ ଭାଇ କାହିଁ !..? ମୋ ସବୁ ସାଙ୍ଗ ମାନେ ତାଙ୍କ ଭାଇ ହାତରେ ରାକ୍ଷୀ ବାନ୍ଧିବେ । ଦୁଇଦିନ ମାତ୍ର ରାକ୍ଷୀପୂର୍ଣ୍ଣିମା, ମୋ ଭାଇ କେଉଁଠି ଅଛି କହ ମୁଁ ବି ରାକ୍ଷୀ ବାନ୍ଧିବି ମୋ ଭାଇ ହାତରେ ।”

କାନ୍ଦି ପକେଇଲା ମା

ମାଳତୀ କୁ କୋଳେଇ ନେଇ କହିଲା, “ତୋ ଭାଇ ର ନାଁ ହେଉଛି ଜଗା ଭାଇ, ଆଉ ସିଏ ଶ୍ରୀମନ୍ଦିରରେ ରହେ ତୁ ତା ହାତରେ ରାକ୍ଷୀ ବାନ୍ଧିବୁ ।” ପାଞ୍ଚବର୍ଷର ଛୋଟ କୁନିଝିଅ ମାଳତୀ ରାତି ୪ରୁ ଉଠି ହାତରେ ରାକ୍ଷୀ ଧରି ଚାଲିଲା ଶ୍ରୀମନ୍ଦିର ଆଡ଼କୁ ତା ମା କହିଥିବା ଜଗା ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ । ବାଟ ସାରା ଲୋକଙ୍କୁ ରାସ୍ତା ପଚାରି ପଚାରି କୁନି କୁନି ଖାଲି ପାଦରେ ମାଳତୀ ଯାଇ ପହଞ୍ଚିଲା ଗାଁ ଠାରୁ ଦଶ କିଲୋମିଟର ଦୂର ଶ୍ରୀମନ୍ଦିର ରେ । ମନ୍ଦିର ର ସବୁ ପଣ୍ଡା, ସେବାୟତ, ସୁଆର ଯାହାକୁ ଦେଖିଲା ପଚାରିଲା ମୋ ଜଗା ଭାଇକୁ କେହି ଦେଖିଛ କି ସିଏ ଏ ମନ୍ଦିର ରେ ରହେ । କିଏ ବା କାହିଁକି ଜାଣିବ କିଏ ତା ଜଗା ଭାଇ, ସମସ୍ତଙ୍କର ସେହି ଗୋଟିଏ ଉତ୍ତର ନା ଆମେ ଜାଣିନାହୁଁ । ମନ୍ଦିର ର ସବୁ ପୂଜାର୍ଚ୍ଚନା, ନୀତିକାନ୍ତି ସରିଲା, ପହଡ଼ ପଡ଼ିଲା । ମାଳତୀ ସେମିତି ଖୋଜୁଥାଏ ତାର ଜଗା ଭାଇକୁ ।

୫ ବର୍ଷର ପିଲାଟିଏ ଦିନ ସାରା ଅଖିଆ ଅପିଆ, ସେଥିରେ ପୁଣି ଦୀର୍ଘ ଦଶ କିଲୋମିଟର ଖାଲି ପାଦରେ ଚାଲି ଚାଲି ପାଦ ସାରା ଫୋଟକାମୟ, ଦିନ ସାରାର ଥକ୍କା ମେଣ୍ଟାଇବା ପାଇଁ ପହଡ଼ ପଡିବା ପରେ ଭାଇକୁ ନପାଇ କାନ୍ଦି କାନ୍ଦି ଶୋଇ ପଡ଼ିଲା ସିଂହ ଦ୍ଵାର ର ଏକ କୋଣରେ । ମଧ୍ୟ ରାତ୍ରିରେ ସାରା ସହର ନିସ୍ତବ୍ଧ, କେହି ଜଣେ ଆସି ମାଳତୀ ମୁଣ୍ଡରେ ହାତ ବୁଲେଇ ଡାକିଲା, “ମାଳତୀ, ଏ ମାଳତୀ ଉଠ ଏବେ l ମୁଁ ପରା ତୋ ଜଗା ଭାଇ, ଆସେ, ଶୀଘ୍ର ରାକ୍ଷୀ ବାନ୍ଧି ଘରକୁ ଯା ତୋ ବୋଉ ତତେ ଦିନ ସାରା ଖୋଜୁଛି ।” ଦିନ ସାରାର କ୍ଳାନ୍ତି ସତେ ଯେମିତି କ୍ଷଣକରେ ଉଭେଇ ଗଲା ମାଳତୀ ଦେହରୁ । ଖୁସିରେ ରାକ୍ଷୀ ବାନ୍ଧି ବାହାରିଲା ଘରକୁ । ଯାଉ ଯାଉ ଅଟକି ଗଲା, ପଛକୁ ଫେରି ଜଗା ଭାଇକୁ କହିଲା, “ଭାଇ ତୁ ବି ଚାଲ ମୋ ସାଙ୍ଗରେ, ମୋତେ ଡ଼ର ଲାଗିବ ବାଟରେ ଏକା ।”

ମାଳତୀ ମୁହଁକୁ ଚାହିଁ ଜଗା ଭାଇ କହିଲା, “ମୋର କାମ ଅଛି, ମୁଁ ପରେ ଯିବି, ତୁ ଏକା ଯା, ମୁଁ ତୋ ପଛେ ପଛେ ଯାଉଛି, ଯେତେବେଳେ ଡ଼ର ଲାଗିବ ତୁ ଖାଲି ପଦେ କହିବୁ – ‘ଜଗା ଭାଇ ତୁ କଉଠି, ମୋତେ ଡ଼ର ଲାଗୁଛି ।’ ଆଉ ମୁଁ ଆସି ପହଞ୍ଚି ଯିବି ତୋ ପାଖରେ ।” ମାଳତୀ ଖୁସିରେ ଖୁସିରେ ଚାଲିଲା ଆଉ ଘରେ ଆସି ପହଞ୍ଚିଲା । ମା ମାଳତୀ କୁ ପଚାରି ବୁଝିଲା ଯେ ସେ ମନ୍ଦିର ଯାଇଥିଲା, ଆଉ ତା ଜଗା ଭାଇ ହାତରେ ରାକ୍ଷୀ ବାନ୍ଧି ଆସିଲା । ମା ବୁଝି ପାରିଲା ନାହିଁ ଝିଅର କଥl, ଭାବିଲା ଛୋଟ ପିଲାଟା ଯାହା ମନକୁ ଆସୁଛି କହୁଛି । ଦିନ ସାରା ମାଳତୀ କୁ ଖୋଜି ଖୋଜି ନୟାନ୍ତ ହୋଇଯାଇଥିବା ମା ମାଳତୀ କୁ ପାଖରେ ପାଇ ଖୁସିରେ ଅନ୍ୟ କୌଣସି କଥା ମନକୁ ପୂରେଇଲା ନାହିଁ ।

ପର ଦିନ ଭୋରୁ ଅର୍ଥାତ ରାକ୍ଷୀ ପୂର୍ଣ୍ଣିମା ଦିନ ମହାବାହୁ ଜଗତର ନାଥ ଜଗନ୍ନାଥଙ୍କ ପହଡ଼ ଫିଟାଗଲା, ସମସ୍ତେ ଆଚମ୍ଵିତ !! ରାକ୍ଷୀ ପୂର୍ଣ୍ଣିମା ନ ହେଉଣୁ ମହାପ୍ରଭୁଙ୍କ ହାତରେ ରାକ୍ଷୀ ବାନ୍ଧିଲା କିଏ !..?

ଖବର ପହଞ୍ଚିଲା ଗଜପତି ମହାରାଜାଙ୍କ ପାଖରେ । ସଙ୍ଗେସଙ୍ଗେ ଆସି ମନ୍ଦିରରେ ପହଞ୍ଚିଲେ ମହାରାଜ । ସବୁ ସେବାୟତ ମାନଙ୍କୁ ପଚରା ଗଲା, ପହଡ଼ ପଡ଼ିବା ପରେ କିଏ ଆସିଥିଲା କାଲି ମନ୍ଦିରକୁ !..? ସମସ୍ତଙ୍କର ଗୋଟିଏ ଉତ୍ତର, “ଆମେ ଜାଣିନାହୁଁ l”

ଅଧିଆ ପଡ଼ିଲେ ମହାରାଜ ଛାମୁଙ୍କ ପାଖରେ । ସ୍ଵପ୍ନାଦେଶ ରେ ମହାପ୍ରଭୁ ଜଣେଇଲେ, ” ପାଟପୁର ଗ୍ରାମର ମାଳତୀ ମୋ ଭଉଣୀ, ସେ ଆସିଥିଲା କାଲି ମୋ ହାତରେ ରାକ୍ଷୀ ବାନ୍ଧିବା ପାଇଁ, ହେଲେ ତମେ ମାନେ କେହି ବି ତାର ଦେଖା କରେଇଲ ନାହିଁ ମୋ ସହ । ରାତିରେ ସେ ସିଂହ ଦ୍ଵାର ପାଖରେ ଶୋଇଥିଲା, ମୁଁ ବାଧ୍ୟ ହୋଇ ନିଜେ ଯାଇ ପିନ୍ଧିଲି ତା ହାତରୁ ରାକ୍ଷୀ ।” ରାଜା ବଡ଼ପଣ୍ଡାଙ୍କ ଠାରୁ ପଚାରି ବୁଝି ଜାଣିବାକୁ ପାଇଲେ ଯେ କାଲି ଜଣେ ୫ ବର୍ଷର ଝିଅ ଆସିଥିଲା ଓ ଖୋଜୁଥିଲା ତା ଜଗାଭାଇକୁ ।

ସମସ୍ତ ପଣ୍ଡା ପଢିଆରୀଙ୍କୁ ଧରି ରାଜା ପହଞ୍ଚିଲେ ପାଟପୁର ଗ୍ରାମର ମାଳତୀ ଘରେ । ମାଳତୀର ମା ରାଜାଙ୍କୁ ଦେଖି ଆଶ୍ଚର୍ଯ୍ୟ, ଆଉ କୁନି ଝିଅ ମାଳତୀ ରାଜାଙ୍କୁ ଦେଖି ଭୟଭୀତ ହୋଇ ମା’ କୁ ଜାବୁଡି ଧରିଲା । ଗତକାଲି ମାଳତୀ ମନ୍ଦିର ଯାଇଥିଲା ବୋଲି ମା ଜାଣି ଥିଲେ । ମାଳତୀ ର ମା ସଙ୍ଗେ ସଙ୍ଗେ ଯାଇ ରାଜାଙ୍କ ପାଦ ଧରି ଭୁଲ ମାଗି କହିଲା, “ଛାମୁ, ମୋ ଝିଅ କାଲି ମୋତେ ନ ଜଣେଇ ମନ୍ଦିର ଯାଇଥିଲା । ଛୋଟ ପିଲାଟା, ସେ ଯାହା ବି ଭୂଲ କରିଛି, କ୍ଷମା କରନ୍ତୁ ପ୍ରଭୁ । ଯାହା ଦଣ୍ଡ ଦେବା କଥା ମୋତେ ଦିଅନ୍ତୁ, ହେଲେ ମାଳତୀକୁ କ୍ଷମା କରନ୍ତୁ ମହାରାଜ ।”

ମହାରାଜାଙ୍କ ସହିତ ସମସ୍ତ ପଣ୍ଡା ପଢିଆରୀ ଦୌଡି ଆସିଲେ ମାଳତୀ ପାଖକୁ, ପଡିଗଲେ ମାଳତୀର ପାଦ ତଳେ, “ମା’ ଲୋ, ଆମକୁ କ୍ଷମା କରିଦେ, ଆମେ ତୋତେ ଚିହ୍ନି ପାରିଲୁ ନାହିଁ । ସ୍ଵୟଂ ନାରାୟଣ ତୋ ପାଇଁ ରତ୍ନ ସିଂହାସନ ଛାଡ଼ି ପଳେଇ ଆସିଲେ, ହେଲେ ଆମେ ଅଧମ ତୋତେ ମନ୍ଦିର ଭିତରକୁ ଛାଡିଲୁ ନାହିଁ । ମା’ ଲୋ, ତୁ ଆମ କୋଟି ଓଡ଼ିଆ ଙ୍କ ମଉଡ଼ ମଣୀର ଭଉଣୀ, ଆମେ ତୋ ଦାସାନୁଦାସର ଦାସ, ଆମକୁ କଣ କ୍ଷମା ଦେବୁନାହିଁ  !..? “

ମାଳତୀ ଠାରୁ କ୍ଷମା ପ୍ରାର୍ଥନା ମାଗି ସମସ୍ତେ ଫେରିଗଲେ ଶ୍ରୀମନ୍ଦିରକୁ, ଆଉ ସେହିଦିନ ଠାରୁ ମହାରାଜା ପାଟପୁରର ନାମ ପରିବର୍ତ୍ତନ କରି ରଖିଲେ ମାଳତୀ ପାଟପୁର ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସୃଷ୍ଟି ଏକାଡେମି ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆଣ୍ଡ୍‌ ଟେକ୍ନୋଲୋଜିରେ ରକ୍ତଦାନ ଶିବିର ପ୍ରତି ବ୍ୟକ୍ତି ରକ୍ତ ଦେବା ନିହାତି ଆବଶ୍ୟକ

ସୃଷ୍ଟି ଏକାଡେମି ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆଣ୍ଡ୍‌ ଟେକ୍ନୋଲୋଜିରେ ରକ୍ତଦାନ ଶିବିର ପ୍ରତି ବ୍ୟକ୍ତି ରକ୍ତ ଦେବା ନିହାତି ଆବଶ୍ୟକ

May 3, 2026
ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

May 3, 2026
ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା

ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା

May 3, 2026
ପଞ୍ଚସଖା ଶିକ୍ଷା ସେତୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପଞ୍ଚସଖା ଶିକ୍ଷା ସେତୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

May 3, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସୃଷ୍ଟି ଏକାଡେମି ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆଣ୍ଡ୍‌ ଟେକ୍ନୋଲୋଜିରେ ରକ୍ତଦାନ ଶିବିର ପ୍ରତି ବ୍ୟକ୍ତି ରକ୍ତ ଦେବା ନିହାତି ଆବଶ୍ୟକ

ସୃଷ୍ଟି ଏକାଡେମି ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆଣ୍ଡ୍‌ ଟେକ୍ନୋଲୋଜିରେ ରକ୍ତଦାନ ଶିବିର ପ୍ରତି ବ୍ୟକ୍ତି ରକ୍ତ ଦେବା ନିହାତି ଆବଶ୍ୟକ

May 3, 2026
ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

May 3, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version