No Result
View All Result
ଓଡ଼ିଶା ତାଜା ନ୍ୟୁଜ (୯ ଅଗଷ୍ଟ ମଙ୍ଗଳବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ମୋହନା ବ୍ଲକର ଗରଡ଼ମା ପଞ୍ଚାୟତର କିଛି ଏମିତି ଗାଁରହିଛି ବର୍ଷା ଦିନ ହେଲେ ବାହ୍ୟ ଜଗତରୁ ବିଛିନ୍ନ ହେଇଯାଉଛିଗରଡ଼ମାପଞ୍ଚାୟତରେରହିଥିବାଲିମବାଡ,ନାକେଜୁ,ମାତାକୁପା,କାମ୍ବୁଜ ପ୍ରଭୁତି ଗାଁ । ସେହି ଅଞ୍ଚଳର ଜନସାଧାରଣ କିପରି ନିଜ ଜୀବନ କୁ ପାଣି ଛଡାଇ ନଦୀ ଓ ପାହାଡିଆ ନାଳ ପାର ହେଉଛନ୍ତି ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣା ବିକା ସହ
ଜୀବନ କାଟୁଥିବା ବେଳେ ଛୋଟ ଛୋଟ ଛାତ୍ର ଛାତ୍ରୀ ଜୀବନକୁ ବାଜି ଲଗାଇ ବିଦ୍ୟାଳୟକୁ ଶିକ୍ଷା ଗ୍ରହଣ କରିବାକୁ ଯାଉଛନ୍ତି l ଗାଁ କୁ ରାସ୍ତା ନଥିବାରୁ ପିଲାମାନେ ବିଦ୍ୟାଳୟ ଯିବାତ ଦୂରର କଥା, ଦେହ ଖରାପ ହେଲେ ଅଂଚଳ ବାସୀ ନାହିଁନଥିବା ଅସୁବିଧା ର ସମୁଖୀନ ହେଉଛନ୍ତି l ଆମ୍ବୁଲାନ୍ସ ନଯିବା ଯୋଗୁଁ ସ୍ୱାସ୍ଥ୍ୟ ସେବା ଏମାନଙ୍କ ପାଁଇ ସାତ ସପନ l
ଏହି ଅଂଚଳ ର ଲୋକମାନେ ସାଧାରଣତ ପଡୋଶୀ ପଞ୍ଚାୟତ ମାଣ୍ଡିମେରା ଓ ବ୍ଲକ ସଦର ମହକୁମା ମୋହନା ଉପରେ ନିର୍ଭର କରିଥାନ୍ତି l ହେଲେ ବର୍ଷା ହେଲେ ଏହି ଅଂଚଳ କଥା ନକହିବା ଭଲ l ଯେତିକି ଅଳ୍ପ ବହୁତ ରାସ୍ତା ଅଛି ତାହା ପୁଣି ଚିକିଟା ମାଟି ରେ ଭରପୁର l ଯାହା ଫଳରେ ମୋଟର ସାଇକେଲ ହେଉ କିମ୍ବା ପାଦ ଚଲା ଚାଲିବା ବହୁତ କଷ୍ଟକର। ତେବେ ଆଞ୍ଚଳ ବାସୀ ବାରମ୍ବାର ପ୍ରଶାସନ ପାଖରେ ଦାବି ଜଣାଇ ଆସୁଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହେଉଛି lମୌଳିକ ସୁବିଧା ନ ପାଇ ଅଂଚଳ ବାସୀ ବର୍ତମାନ ହତାଶ l
ତେବେ କେବେ ମିଳିବ ଅଂଚଳ ବାସୀ ଙ୍କୁ ରାସ୍ତା ଓ କେବେ ସୁଧୁରିବ ଅଂଚଳ ବାସୀଙ୍କ ସମସ୍ୟା ତାହାହିଁ ଦେଖିବାକୁ ଅପେକ୍ଷାକରି ରହିଛନ୍ତି ଅଞ୍ଚଳ ବାସି।ଏହା ସହ ଗତ କିଛି ବର୍ଷ ପୂର୍ବେ ସେହି ଅଞ୍ଚଳର ବାସିନ୍ଦା ଆମ୍ବ ଟାକୁଆ ଖାଇ ସ୍ୱାସ୍ଥ୍ୟ ସେବା ନ’ପାଇ ମୃତ୍ୟୁ ବରଣ କରିଥିବା ବେଳେ ଆଜି ମଧ୍ୟ ସେହି ଅଞ୍ଚଳ ଜନସାଧାରଣ ସମସ୍ତ ସୁବିଧାରୁ ବଞ୍ଚିତ ଥିବା ଦେଖିବାକୁ ମିଳିଛି।ଆସନ୍ତା କାଲି ଗରଡ଼ମା ଠାରେ ଜନଶୁଣାଣୀ ଶିବିର ଥିବାବେଳେ ସ୍ଥାନୀୟ ଜନସାଧାରଣ ନଦୀ ଉପରେ ଶଙ୍ଖ(ପୋଲ)ନିର୍ମାଣ କରିବା ନିମନ୍ତେ ଦାବୀ କରିବେ ବୋଲି କହିଛନ୍ତି ସ୍ଥାନୀୟ ଲୋକ । ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେ

No Result
View All Result