No Result
View All Result
ଓଡ଼ିଶା ତାଜା ନ୍ୟୁଜ (୯ ଅଗଷ୍ଟ ମଙ୍ଗଳବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ବ୍ଲକର ଗରଡମା ପଂଚାୟତରେ ଜିଲାପାଳ ଲିଙ୍ଗରାଜ ପଣ୍ଡା ଅଭିଯୋଗ ଶୁଣାଣି କରିଛନ୍ତି।ଆଜି ପ୍ରବଳ ବର୍ଷା ହେଉଥିଲେ ମଧ୍ୟ ଜିଲ୍ଲାପାଳ ବର୍ଷାକୁ ପଛରେ ପକାଇ ଲୋକଙ୍କ ନିକଟକୁ ଯାଇ ସୁବିଧା ଅସୁବିଧା ପଚାରି ବୁଝିଥିଲେ।ମୋହନା ବ୍ଲକ ଠାରୁ ପ୍ରାୟ ସ ଗୁତୁରି କିଲୋମିଟର ଦୂର ଗରଡ଼ମା ପଞ୍ଚାୟତ ଅବସ୍ଥିତ।ପ୍ରବଳ ବର୍ଷା ହେଉଥିଲେ ମଧ୍ୟ ଜିଲ୍ଲାପାଳ ଦୁର୍ଗମ ପଞ୍ଚାୟତକୁ ଯାଇ ଥିବାରୁ ଏହାର ସୁଯୋଗ ସ୍ଥାନୀୟ ଜନସାଧାରଣ ହାତ ଛଡା କରିନଥିଲେ।
ଆଜି ଅଭିଯୋଗ ଶୁଣାଣି ସମୟରେ ଅଞ୍ଚଳର ଲୋକେ ବିଭିନ୍ନ ପ୍ରକାର ଅଭିଯୋଗ ଧରି ଜିଲ୍ଲାପାଳଙ୍କ ଠାରେ ପହଞ୍ଚିଥିଲେ।ଆଜି ସମୁଦାୟ ୨୧୩ଟି ଅଭିଯୋଗ ଶୁଣାଣି କରିଥିଲେ ଜିଲ୍ଲାପାଳ।ସେଥି ମଧ୍ୟରୁ ସାମୁହିକ ୪୫ଟି ଥିବା ବେଳେ ବ୍ୟକ୍ତିଗତ ୧୬୮ଟି ଶୁଣାଣି କରି ନିଜେ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇ ସମାଧାନ କରିଥିଲେ।ଆଜି ଅଭିଯୋଗ ଶୁଣାଣି ସ୍ଥଳରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥିବା ୨୩ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ରୁ ୩୨ହଜାର ଟଙ୍କା ସାହାଯ୍ୟ ପ୍ରଦାନ କରିଥିବା ଜଣାପଡିଛି।
ଏହି ଯୁଗ୍ମ ଅଭିଯୋଗ ଶୁଣାଣି ସମୟରେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥି, ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରୀ ଡକ୍ଟର. ପାତ୍ର, ଆଦିବାସୀ ଉନ୍ନୟନ ପ୍ରକଳ୍ପ ସଂସ୍ଥା ପ୍ରକଳ୍ପ ପ୍ରଶାସକ ଫାଲ୍ଗୁନି ମାଝୀ, ବ୍ଲକ ଅଧକ୍ଷ ରଞ୍ଜୀବ ଶବର, ବିଡ଼ିଓ କିଶୋର ଚନ୍ଦ୍ର ଦାସ, ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ଆଶିଷ ଶତପଥୀ, କନିଷ୍ଟ ଯନ୍ତ୍ରୀ ଇଂ. ସଂଗ୍ରାମ କେଶରୀ ବେହେରା, ଗ୍ରାମ୍ୟ ଉନ୍ନୟନ ସଂସ୍ଥା ନିର୍ବାହୀ ଯନ୍ତ୍ରୀ ଇଂ. ଅଧିକାରୀ, ସିଡିପିଓ ଲଳିତା ମଲ୍ଲିକ,ବ୍ଲକ ଏବଂ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।ଦୁର୍ଗମ ଅଞ୍ଚଳରେ ଜିଲ୍ଲାପାଳ ପହଞ୍ଚି ଥିବାରୁ ସ୍ଥାନୀୟ ଜନସାଧାରଣ ଏବଂ ଲୋକ ପ୍ରତିନିଧି ଆଡମ୍ବର ସହ ପାଛୋଟି ନେଇଥିବା ସହ ସ୍ୱାଗତ କରିଥିଲେ।

No Result
View All Result