No Result
View All Result
ଓଡ଼ିଶା ତାଜା ନ୍ୟୁଜ (୯ ଅଗଷ୍ଟ ମଙ୍ଗଳବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକର ସଦର ମହକୁମା ଆର.ଉଦୟଗିରି ସ୍ଥିତ ଶିବ ମନ୍ଦିର ପରିସରରେ ବିଶ୍ୱ ଆଦିବାସୀ ଅବସରରେ ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗଦେଇଥିବା ବେଳେ ଗଜପତି ଜିଲ୍ଲାପରିଷଦ ଅଧ୍ୟକ୍ଷ ଗାବରା ତିରୁପତି ରାଓ, ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝି, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ସଭାକାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ଅତିଥ ମାନଙ୍କୁ ଆର. ଉଦୟଗିରି ଥାନା ଠାରୁ ଆଦିବାସୀଙ୍କ ପାରମ୍ପରିକ ନୃତ୍ୟ ମାଧ୍ୟମରେ ସ୍ୱାଗତ କରାଯିବା ସହ ଏକ ବିଶାଳ ଶୋଭାଯାତ୍ରାରେ ସମାବେଶ ସ୍ଥଳକୁ ପାଛୋଟି ନିଆଯାଇଥିଲା ।
ମୁଖ୍ୟ ଅତିଥି ସାଂସଦ ଶ୍ରୀ ସାହୁ ପ୍ରଦୀପ ପ୍ରଜ୍ଜଳନ କରି ସମାବେଶକୁ ଉଦ୍ଘାଟନ କରିଥିଲେ । ଗଜପତି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ପୂର୍ବତନ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ ସ୍ୱାଗତ ଭାଷଣ ଦେବା ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ଆର.ଉଦୟଗିରି ପଞ୍ଚାୟତ ସମିତି ଅଧ୍ୟକ୍ଷ ଲକ୍ଷ୍ମୀ ନାରୟଣ ଶବର, ରାୟଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ, ନୂଆଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷା ମାଳତୀ ପ୍ରଧାନ, ମୋହନା ପଞ୍ଚାୟତ ସମିତି ଅଧ୍ୟକ୍ଷ ରଞ୍ଜୀବ ଶବର, ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ରକାନ୍ତ ମଲ୍ଲିକ, ସୁନୀଲ ବିଷୋୟୀ, ଯମୁନା ଦଳବେହେରା,
ପିତାମ୍ବର ନାୟକ, ଗୌତମୀ ଜାନୀ, ଏସ. ବାଲରାଜୁଙ୍କ ସମେତ ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ପୂର୍ବତନ ବିଜେଡି ଜିଲ୍ଲା ସଭାପତି ବସନ୍ତ ଦାସଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । ଆର.ଉଦୟଗିରି ପଞ୍ଚାୟତ ସମିତିର ସାଂସଦ ପ୍ରତିନିଧି ତଥା ଜଗବନ୍ଧୁ ଦାସ , ବିଜେଡି ବ୍ଲକ ସଭାପତି ଭୀମ ପାଇକ ଏବଂ ଅନ୍ୟମାନେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଆଦିବାସୀ ଦିବସ ଅବସରରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆଦିବାସୀ ମହିଳା ଓ ପୁରୁଷ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ

No Result
View All Result