No Result
View All Result
ଓଡ଼ିଶା ତାଜା ନ୍ୟୁଜ (୭ ଅଗଷ୍ଟ ରବିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଗୋଷାଣୀ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଗୋଷାଣୀ ବି .ଡି.ଓ .ଶ୍ରୀ ନୀଳ ମାଧବ ମାଝିଙ୍କନେତୃତ୍ୱରେ ରେ ବାଲ୍ୟ ବିବାହ ପ୍ରଥା ଏବଂ ନିଶାମୁକ୍ତି ନିବାରଣ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି ଏହି କାର୍ଯ୍ୟକ୍ରମ ରେ ଗୋଷାଣୀ ଉଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ,ଶିକ୍ଷକ ଶିକ୍ଷୟିତ୍ରୀ ,ବ୍ଲକ ର ସମସ୍ତ କର୍ମଚାରୀ ,ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ର ମହିଳା ମାନେ ଉପସ୍ଥିତ ରହି ବ୍ଲକ କାର୍ଯ୍ୟାଳୟ ଠାରୁ ବାହାରି ବଡ଼ଗୋଷାଣୀ ଗ୍ରାମ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରାଯାଇଥିଲା |
ଉକ୍ତ ଶୋଭାଯାତ୍ରା ରେ ଗାଁ ଓ ସହରରେ ନିଶା ମୁକ୍ତ ଭାରତ ଅଭିଯାନ ର ବାର୍ତା ପ୍ରଚାର ସହ ବାଲ୍ୟ ବିବାହ ଦିଗରେ ଝିଅ କୁ ୧୮ ବର୍ଷ ଏବଂ ପୁଅ କୁ ୨୧ ବର୍ଷ ନ ହେବ ଯାଏଁ ବିବାହ ନ କରାଇବାକୁ ସଚେତନ କରାଯାଇଥିଲା ,ଏହି କାର୍ଯ୍ୟକ୍ରମ ପରେ ସମିତି କାର୍ଯ୍ୟାଳୟ ପରିସର ଠାରେ ଏକ ଶପଥ ପାଠ ମଧ୍ୟ କରାଯାଇଥିଲା ,ଯାହା କି ଗଜପତି ଜିଲାକୁ ଏକ ବାଲ୍ୟ ବିବାହ ଓ ନିଶା ମୁକ୍ତ ଜିଲ୍ଲା ଗଠନ କରିବା ନିମନ୍ତେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଲକ୍ଷ ଅଟେ ଏଥି ରେ ଗୁରାଣ୍ଡି ଥାନା ଏସ .ଆଇ ଓ ତାଙ୍କ କର୍ମଚାରୀ ଆଈନ ଶୃଙ୍ଖଳାରକ୍ଷା କରିଥିଲେ

No Result
View All Result