No Result
View All Result
ଓଡ଼ିଶା ତାଜା ନ୍ୟୁଜ (୭ ଅଗଷ୍ଟ ରବିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ବ୍ଲକର ଗୋବିନ୍ଦପୁର ଗ୍ରାମରେ ଦୁଷିଦ ପାଣି ପିଇ ଗତ ମାସ ୨୬ତାରିଖରେ ୫ଜଣ ହଇଜାରେ ଆକ୍ରାନ୍ତ ହୋଇ ମୋହନା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଥିଲେ।ସେଥି ମଧ୍ୟରୁ ଜଣେ ୯ବର୍ଷର ଏକ ବାଳିକା ସ୍ୱାସ୍ଥ୍ୟ କେନ୍ଦ୍ରରେ ମୃତ୍ୟୁ ବରଣ କରିଥିଲା।ମୃତ୍ୟୁ ବରଣ କରିଥିବା ବାଳିକାର ପରିବାରକୁ ହରିଶ୍ଚନ୍ଦ୍ର ଯୋଜନାରେ ବିଡ଼ିଓ ଦୁଇ ହଜାର ଟଙ୍କା ଆର୍ଥିକ ସହାୟତା ଦେଇଥିବା ବେଳେ ଗଜପତି ଜିଲ୍ଲାପାଳ ରେଡ଼କ୍ରସ ଯୋଜନାରୁ ଦଶ ହଜାର ଟଙ୍କା ଏବଂ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ ଘଟଣା ସ୍ଥଳ ପରିଦର୍ଶନ କରି ମୃତ୍ୟୁ ବରଣ କରିଥିବା ପରିବାରକୁ ଭେଟି ସମବେଦନା ଜଣାଇବା ସହ ନିଜ ହାତ ପାଣ୍ଠିରୁ ପାଞ୍ଚ ହଜାର ଟଙ୍କା ଆର୍ଥିକ ସାହାଯ୍ୟ କରି ଗ୍ରାମର ଜନସାଧାରଣଙ୍କ ନିମନ୍ତେ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା କରିଥିଲେ।
ଏହା ସହ ଜିଲ୍ଲା ଏବଂ ରାଜ୍ୟ ସରକାରଙ୍କ ବହୁ ପଦସ୍ତ ଅଧିକାରୀ ହଇଜା ବ୍ୟାପିଥିବା ଗୋବିନ୍ଦପୁର ଗ୍ରାମ ଗସ୍ତ କରି ଘଟଣା ଅନୁଧ୍ୟାନ କରି ଫେରିଥିଲେ।ବର୍ତ୍ତମାନ ସେହି ଗ୍ରାମ ହଇଜା ନିୟନ୍ତ୍ରଣରେ ଥିବା କହିଛନ୍ତି ବିଡ଼ିଓ କିଶୋର ଚନ୍ଦ୍ର ଦାସ। ଏହି ଘଟଣା ସମୟରେ କେତକ ଦୈନିକ ଖବର କାଗଜରେ ପାନୀୟ ଜଳ ଯୋଗାଣ ବିଭାଗର କନିଷ୍ଟ ଯନ୍ତ୍ରୀ -୨ଙ୍କୁ ଦାୟୀ କରାଯାଇଥିବାରୁ କେତକ ବୁଦ୍ଧିଜୀବୀ ନା’ପସନ୍ଦ କରିଛନ୍ତି।ସେହି ହଇଜା ଅଞ୍ଚଳରେ ସେହି ଯନ୍ତ୍ରୀ ଜଣକ ଦାୟିତ୍ବରେ ନଥିବା ଅନୁସନ୍ଧାନରୁ ପ୍ରକାଶ।

No Result
View All Result