No Result
View All Result
ଓଡ଼ିଶା ତାଜା ନ୍ୟୁଜ (୭ ଅଗଷ୍ଟ ରବିବାର )ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରର କବିଚନ୍ଦ୍ର ସାହି ସ୍ଥିତ କବିଚନ୍ଦ୍ର ପାଠାଗାର ପରିସରରେ ଏକ ମାଗଣା ସ୍ଵାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ବିଶାଖପାଟଣା ର ବିଶିଷ୍ଟ ଅସ୍ଥିସଲ୍ୟ ବିଶେଷଜ୍ଞ ଡ଼ାକ୍ତର ରବିଚନ୍ଦ୍ର ଭାଟିପାଲ୍ଲି ଙ୍କ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପାରଳାଖେମୁଣ୍ଡିର ଅଗ୍ରଣୀ ସଂଗଠନ କ୍ରିଏଟିଭ ଆର୍ଟସ ସହଯୋଗ କରିଥିଲେ । ଉଦଘାଟନୀ କାର୍ଯ୍ୟକ୍ରମ ରେ କ୍ରିଏଟିଭ ଆର୍ଟସ ସଭାପତି ନୃସିଂହ ଚରଣ ପଟ୍ଟନାୟକ,
ଯୁଗ୍ମ ସମ୍ପାଦକ ଆଦର୍ଶ ଦାସ, ଓ ଡ଼ାକ୍ତର ରବିଚନ୍ଦ୍ର ଉପସ୍ଥିତ ଥିବା ବେଳେ ଡ଼ାକ୍ତର ପ୍ରଥମେ ସ୍ଵାସ୍ଥ୍ୟ ସମସ୍ୟା ର କାରଣ ସମ୍ପର୍କ ରେ ଜଣାଇଥିଲେ, ଓ ଗଜପତି ଜିଲ୍ଲା ରୁ ବହୁ ମାତ୍ର ରେ ବିଶାଖାପାଟଣା ରେ ସେ ଚିକିତ୍ସା କରୁଥିବା ରୁ ଗଜପତି ବାସୀ ଙ୍କୁ କିଛି ସେବା ଉଦ୍ଦେଶ୍ୟରେ ଆଜି ଆସିଥିବା କହିଥିଲେ । 42 ଜଣ ବ୍ୟକ୍ତି ସ୍ଵାସ୍ଥ୍ୟ ସମସ୍ୟା ଜଣାଇ ବିନା ମୂଲ୍ୟରେ ଡ଼ାକ୍ତର ପରାମର୍ଶ ନେଇଥିଲେ । ଡ଼ାକ୍ତର ଙ୍କ ସେବା ମନୋଭାବ ପାଇଁ ସହଯୋଗୀ ଅନୁଷ୍ଠାନ ସଭାପତି ସାଧୁବାଦ ଜଣାଇଥିଲେ,

No Result
View All Result