No Result
View All Result
ଓଡ଼ିଶା ତାଜା ନ୍ୟୁଜ (୬ ଅଗଷ୍ଟ ଶନିବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅଡ଼ବା ଠାରେସ୍ବେଚ୍ଛାସେବୀ ସଂଗଠନ “ବିପଦର ବନ୍ଧୁ” ଏବଂ ଅଡବା ଗ୍ରାମବାସୀଙ୍କ ମିଳିତ ଆନୁକୁଲ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ମୋହନା ବ୍ଲକ୍ ଅନ୍ତର୍ଗତ ଅଡବା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଶିବିରକୁ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।କାର୍ଯ୍ୟକ୍ରମ ରେ ମୋଟ ୧୯୬ ଜଣ ରୋଗୀଙ୍କ ଚକ୍ଷୁ ଚିକିତ୍ସା କରାଯାଇଥିଲା ଏବଂ ତନ୍ମଧ୍ୟରୁ ମୋଟ ୭୬ ଜଣଙ୍କୁ ଶଙ୍କର ଚକ୍ଷୁ ଚିକିତ୍ସାଳୟ କୁ ଅସ୍ତ୍ରୋପଚାର ନିମିତ୍ତ ପ୍ରେରଣ କରାଯାଇଛି ।
ଏଥିରେ ସମ୍ମାନିତ ଅତିଥି ଭାବରେ ବିପଦର ବନ୍ଧୁ ଅନୁଷ୍ଠାନର ସଭାପତି ରବିନ କୁମାର ସାହୁ, ବ୍ଲକ ସଂଯୋଜ,କଗୌର ହରି ପୋଲାଇ କୋଷାଧ୍ୟକ୍ଷ ବାଦଲ ତ୍ରିପାଠୀ,ମୁଖପାତ୍ର ଚିନ୍ମୟ ପୋଲାଇ,ଉପ ସଭାପତି ନୀଳ ରାଉଳ, ସନ୍ତୋଷ ମହାନ୍ତି,ପ୍ରଭାତ ପ୍ରତିନିଧି,ରାକେଶ ରୋଶନ ସେନାପତି
ତପନଗୌଡ,ସୁନେମିଗମାଙ୍ଗ(ସରପଞ୍ଚ), ସନ୍ତୋଷ କୁମାର ସାହୁ,(କନିଷ୍ଠଯନ୍ତ୍ରୀ) ମନାସ ଗୋମାଙ୍ଗ(ସରପଞ୍ଚପ୍ରତିନିଧି) ସମେଶ ରାଓ (ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ) ଆଦି ଯୋଗ ଦେଇଥିଲା ବେଳେ ଗ୍ରୁପ୍ ସଦସ୍ୟ ନାରାୟଣ ରାଓ,ସନ୍ତୋଷ ମଳିକ,ମଦରି ଖାନ,ଜଗନ୍ନାଥ ଦାସ,ଜିତେନ୍ଦ୍ର କୁମାର ଗୌଡ,
ଦୂର୍ଗା ପ୍ରସାଦ ରଥ,ରତ୍ନାକର ବିଷୋୟୀ,ସନ୍ତୋଷ କୁମାର ନାୟକ,ଅରକ୍ଷିତ ପରିଛା, ଖଦାଳ ବିଶୋଇ,ସୁଶାନ୍ତ କୁମାର ଦିଗାଲ,କିଶାନ ସାହୁ, କାଳୁ ଚରଣ ଶତପଥୀ,ବିଜୟ କୁମାର ପାତ୍ର,ବି. ଚନ୍ଦ୍ର ରାଓ, ଅକ୍ଷୟ କୁମାର ଶତପଥି ଙ୍କ ସମେତ ସମସ୍ତ ଅଡବା ଗ୍ରାମବାସୀ ବୃନ୍ଦ ଏଥିରେ ସହଯୋଗ କରିଥିଲେ । ଏହି ଶିବିର ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ଶଙ୍କର ଚକ୍ଷୁ ଚିକିତ୍ସାଳୟ, ସମରଝୋଳ ଦ୍ଵାରା ପ୍ରେରିତ ଚିତ୍ରସେନ ଗୌଡ ଙ୍କ ନେତୃତ୍ଵରେ ଲଳିତା, ସୁକେଶ ପାଣିଗ୍ରାହୀ, ବି.ଭାରତୀ ଏବଂ ରାମଚନ୍ଦ୍ର ସାହୁ ଙ୍କ ଦ୍ଵାରା ସମସ୍ତ ରୋଗୀଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା।ଉକ୍ତ ସାମାଜିକ ସେବା କାର୍ଯ୍ୟକୁ ଅଞ୍ଚଳର ସମସ୍ତ ବୁଦ୍ଧିଜୀବୀ ଭୂୟସୀ ପ୍ରଶଂସା କରିଛନ୍ତି।

No Result
View All Result