No Result
View All Result
୫ଗୋଟି ପିଲାଙ୍କୁ ଆଜି ଜିଲ୍ଲାପାଳ ସେମାନଙ୍କର ଦଶମ ପରୀକ୍ଷାର ଫଳାଫଳ ଭଲ କରିଥିବାରୁ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲାପାଳଙ୍କ ସମ୍ମିଳନୀକକ୍ଷ ଠାରେ ସମ୍ମାନିତ କରିଥିଲେ |
ଓଡ଼ିଶା ତାଜା ନ୍ୟୁଜ (୨ ଅଗଷ୍ଟ ମଙ୍ଗଳବାର ) ପାରଳାଖେମୁଣ୍ଡି :- ପ୍ରାକୃତିକ ଦୁର୍ଵିପାକ ଏବଂ ଦୈବ ସିନା ସହିଲାଜି, ପିଲାମାଜଙ୍କ ଠାରୁ ବାପା ଓ ମାଙ୍କୁ ନେଇଗଲା କିନ୍ତୁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନେତୃତ୍ବରେ ଜିଲ୍ଲା ପ୍ରଶାସନ କିନ୍ତୁ ପିଲାମାନଙ୍କ ବାପା ମାଁର ସ୍ନେହ, ମମତା, ଯତ୍ନ ଏବଂ ସୁରକ୍ଷାରେ ଏପରି ବାନ୍ଧି ରଖିଛି ଯେ ପିଲାମାନେ ବର୍ତ୍ତମାନ, ନକଟରେ ପ୍ରକାଶ ପାଇଥିବାଓଡିଶା ସରକାରଙ୍କର ଦଶମ ଶ୍ରେଣୀ ପରୀକ୍ଷାରେ ଶତକଡା ୮୦ ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି |
ସେହି ପିଲାମାନେ କେହି ନୁହଁନ୍ତି ଯେଉଁମାନେ କି ତିତିଲି ମହାବାତ୍ୟା ଏବଂ ପରବର୍ତ୍ତି ଭୁସ୍ଖଳନରେ ନିଜର ପିତାମାତାଙ୍କୁ ହରାଇ ସରକାର ଏବଂ ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ସହଯୋଗରେ ବଢିଚାଲିଛନ୍ତି | ସେହିପରି ୫ଗୋଟି ପିଲାଙ୍କୁ ଆଜି ଜିଲ୍ଲାପାଳ ସେମାନଙ୍କର ଦଶମ ପରୀକ୍ଷାର ଫଳାଫଳ ଭଲ କରିଥିବାରୁ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲାପାଳଙ୍କ ସମ୍ମିଳନୀକକ୍ଷ ଠାରେ ସମ୍ମାନିତ କରିଥିଲେ | ଏହାସହ ପିଲାମାନଙ୍କୁ ଉତ୍ସାହିତ କରିବା ପାଇଁଏବଂ ପିଲାମାନଙ୍କ ସହ ସବୁବେଳେ ପ୍ରଶାସନ ଛିଡି ହୋଇଥିବା କଥା ପ୍ରମାଣ କରିବାକୁ ଯାଇ ଅତିଥି ଭବନରେ ପିଲାମାନଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ |
୫ଜଣ ଶିଶୁମାନେ ହେଲେ ଏସ୍.ଉରୁଡାର ବିବେକାନ୍ଦ ରେସିଡେନସିଆଲ ସ୍କୁଲ, ଆର୍.ସୀତାପୁରର ଶ୍ରୀଜଗନ୍ନାଥ ନିକେତନ, ବି.ସୀତାପୁରର ପ୍ରାଉଡ ଶିଶୁଯତ୍ନ ଓ ସୁରକ୍ଷା ଅନୁଷ୍ଠାନରେ ରହି ଆସୁଛନ୍ତି | ଆଗାମୀ ଦିନରେ ଶିଶୁମାନଙ୍କ ଉଚ୍ଚଶିକ୍ଷା ପାଇଁ ଶିଶୁମାନଙ୍କ ଇଚ୍ଛା ମୁତାବକ ଅନୁଷ୍ଠାନରେ ନାମ ଲେଖାଇ ସମସ୍ତଙ୍କୁ ସହଯୋଗ ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇଛି |

No Result
View All Result