No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨ ଅଗଷ୍ଟ ମଙ୍ଗଳବାର ) ପାରଳାଖେମୁଣ୍ଡି :- ଗଜପତିଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତିଜିଲ୍ଲା ପାଳଙ୍କ କାର୍ଯ୍ୟାଳର ଜନ ଅଭିଯୋଗ ଶୁଣାଣୀ ପ୍ରକୋଷ୍ଠ ଠାରେ ୫ଜଣ ଦୃଷ୍ଟିହୀନଛାତ୍ର ଛାତ୍ରୀଙ୍କୁ ଲାପ ଟପ ବଣ୍ଟନ କରାଯାଇଛି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଏହି ଲାପଟପ ବଣ୍ଟନ କରିଥିଲେ । ଜିଲ୍ଲାରେ ଦୃଷ୍ଟିହୀନ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବ୍ରେଲିପାଠ୍ୟ-ପୁସ୍ତକର କୋଣସି ସୁବିଧା ନାହିଁ । ସେମାନେ ଏହି ପାଇଥିବା ଲାପଟପ ମାଧ୍ୟମରେ ହିଁ ଉଚ୍ଚଶିକ୍ଷାର ଯେଉଁସବୁ ପାଠ୍ୟ ଖସଡ଼ା ରହିଛି , ଏହି ଲାପଟପକୁ ଆଧାର କରି ସେମାନେ ସହଜେ ପଢି ପାରିବେ । ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସହାୟତରେ ଏହି ଲାପଟପ ଗୁଡିକ ଦୃଷ୍ଟିହୀନ ଛାତ୍ରଛାତ୍ରୀ ମାନଙ୍କୁ ବଣ୍ଟନ କରା ଯାଇଥିଲା l
ପାରଳାଖେମୁଣ୍ଡି ଠାରେ ଥିବା ଭିନ୍ନକ୍ଷମ ଅନୁଷ୍ଠାନ “ସମର୍ଥ’ର ସହଯୋଗରେ ସମ୍ପୃକ୍ତ ଛାତ୍ରଛାତ୍ରୀ ମାନେ ଅନ-ଲାଇନ ଯୋଗେ ଲାପଟପ ପାଇବା ପାଇଁ ଦରଖାସ୍ତ କରିଥିଲେ ।ଆଜି ସେହି ଲାପଟପ ଜିଲ୍ଲାପାଳ ଶ୍ରୀ ପଣ୍ଡାଙ୍କ ଠାରୁ ଗ୍ରହଣ କରିଥିବା ଛାତ୍ରଛାତ୍ରୀ ମାନେ ହେଲେ ଶ୍ରୀ ସାଗର ଢୋଲିଆ , ଶ୍ରୀ ସୁଶାନ୍ତ ବଡରଇତ , ଶ୍ରୀ ଡି.ମନ୍ମଥ ରାଓ , ଏଲିସା ଶବର ଏବଂ ମଞ୍ଜୁ ରଇତ ।ଏହି ଲାପଟପ ବଣ୍ଟନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏସପି ଶ୍ରୀ ଜୟରାମ ଶତପଥୀ , ଏଡିଏମ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରୋମାଞ୍ଚଳ ଖମାରୀ , ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଅଧିକାରୀ ଶ୍ରୀ ପବିତ୍ର କୁମାର ଦାସ ଏବଂ ଭିନ୍ନକ୍ଷମ ଅନୁଷ୍ଠାନ ”ସମର୍ଥ’ର ଜିଲ୍ଲା ସମ୍ପାଦକ ଶ୍ରୀ ସନ୍ତୋଷ କୁମାର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।

No Result
View All Result