No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୮ଜୁଲାଇ ଗୁରୁବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ପି. ଗୋବିନ୍ଦପୁର ଗାଁରେ ଝାଡା ବାନ୍ତି ଆତଙ୍କ ଦେଖା ଦେଇଛି । ମଙ୍ଗଳବାର ସନ୍ଧ୍ୟାରେ ହଠାତ ଗାଁରେ ୫ ଜଣ ଝାଡା ବାନ୍ତିରେ ଆକ୍ରାନ୍ତ ହେବା ପରେ ପରିବାର ଲୋକେ ଗୁରୁତର ଅବସ୍ଥାରେ ସେମାନଙ୍କୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ଚିକିତ୍ସିତ ଅବସ୍ଥାରେ ଗାଁର ୯ ବର୍ଷର ନାବାଳିକା ଲିପି ନାୟକ ଗୁରୁତର ହେବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ମେଡ଼ିକାଲ ସ୍ଥାନାନ୍ତର କରିଥିଲେ । କିନ୍ତୁ ପରିବାର ଲୋକେ ଗୁରୁତର ନାବାଳିକାକୁ ବ୍ରହ୍ମପୁର ନ ନେଇ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖିଥିଲେ ।
ବୁଧବାର ସକାଳ ପ୍ରାୟ ୯ଟାରେ ଶିଶୁ କନ୍ୟାର ମୃତ୍ୟୁ ଘଟିଥିବା ଡାକ୍ତର କହିଛନ୍ତି । ଗାଁର ମିଟି ଗୌଡ (୫୦), ପାଣ ନାୟକ (୧୮), ଓମ ସାହୁ (୨)ଝାଡାବାନ୍ତିର ଆକ୍ରାନ୍ତ ହୋଇ ଏବେ ମୋହନା ସ୍ୱାସ୍ଥ୍ୟ କେନ୍ଦ୍ରରେ ରହି ଚିକିତ୍ସିତ ହେଉଛନ୍ତି ଏବଂ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟୁଥିବା ଡାକ୍ତର କହିଥିବା ବେଳେ ରୀନା ଜାନୀ (୩୫) କମଳାପୁର ଆୱ।ରା ସ୍ଵାସ୍ଯୁ କେନ୍ଦ୍ରରେ ରହି ଚିକିସ୍ଥିତ ହେଉଥିବା ଜଣାପଡିଛି ।
କେଉଁ କାରଣରୁ ଗାଁରେ ଝାଡା ବାନ୍ତି ବ୍ୟାପିଛି । ତାକୁ ଅନୁଧ୍ୟାନ କରିବା ପାଇଁ ଗାଁରେ ପହଞ୍ଚିଛନ୍ତି ମେଡ଼ିକାଲ ଟିମ । ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରିଣୀ ଡା.ନିବେଦିତା ପଣ୍ଡା କହିଛନ୍ତି ପାଣି ଓ ଝାଡା ନମୁନା ପରୀକ୍ଷା କରାଯିବା ପରେ ହଇଜା ନା ଆଉ କଣ କାରଣ ତାହାସ୍ପଷ୍ଟ ହେବ । ଗାଁରେ ମେଡ଼ିକାଲ ଟିମଙ୍କ ସମେତ ଆଶା ,ଅଙ୍ଗନବାଡି କର୍ମୀ ପହଞ୍ଚି ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ କରିଛନ୍ତି ।

No Result
View All Result