No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୮ଜୁଲାଇ ଗୁରୁବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆନ୍ତର୍ଜାତିକ ମାନବାଧିକାର ରକ୍ଷକ ଗଜପତି ଜିଲ୍ଲା କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି l ଏହି ଅବସରରେ ଏକ ସାମ୍ବାଦିକ ସମ୍ମିଳନୀ ପାରଳାଖେମୁଣ୍ଡି ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା l ଏହି ସାମ୍ବାଦିକ ସମ୍ମିଳନୀରେ ଆନ୍ତର୍ଜାତିକ ମାନବାଧିକାର ରକ୍ଷକ ର ରାଜ୍ୟ ଚେୟାରମେନ ମୀନକେତନ ପଟନାୟକ ଯୋଗଦେଇ ଏହି ସଂସ୍ଥାର ଆଭିମୁଖ୍ୟ ନେଇ କହିଥିଲେ,
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଆନ୍ତର୍ଜାତିକ ମାନବାଧିକାର ରକ୍ଷକ ର ଜିଲ୍ଲା ସଭାପତି ରଞ୍ଜନ ମହାପାତ୍ର , ଜିଲ୍ଲାର ମହିଳା ସଭାନେତ୍ରୀ ତନୁଜା ଶତପଥୀ, ଉପ ସଭାପତି ନରସିଂହ ମାଳ ବିଷୋୟୀ, ସମ୍ପାଦକ ହିମାଂଶୁ ଲିମ୍ମାପ୍ରମୁଖ ଉଦବୋଧନ ଦେଇ କହିଥିଲେ ଯେ ଯାର କେହି ସାହଭରସା ନାହିଁ ତାକୁ ଏହି ଆନ୍ତର୍ଜାତିକ ମାନବାଧିକାର ରକ୍ଷକ ମାନେ ସମସ୍ତ ପ୍ରକାର ସାହାଯ୍ୟ ଓ ସାହୋଜଗ ଯୋଗାଇ ଦେବ ବୋଲି କହିଥିଲେ l
ଆନ୍ତର୍ଜାତିକ ମାନବାଧିକାର ରକ୍ଷକର ରାଜ୍ୟ ଚେୟାରମେନ ମୀନକେତନ ପଟ୍ଟନାୟକ କହିଥିଲେ ଯେ ଆଗାମୀ ଦିନରେ ସଂତ୍ସା ପକ୍ଷରୁ ଆମ୍ବୁଲାନ୍ସ ସଭିସ, ଅନାଥ ପିଲାମାନଙ୍କ ରହିବା ପାଇଁ ଜର ଶ୍ରମ ନିର୍ମାଣ କରାଯିବ ବୋଲି କହିଥିଲେ5 ଆଜିର ଏହି ଉଦଘାଟନ ଉତ୍ସବ ରେ ଜିଲ୍ଲାର ବିଭିନ୍ନ ବ୍ଲକ ରୁ ମାନବ ଅଧିକାର ରକ୍ଷକ ମାନେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ l

No Result
View All Result