No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୭ ଜୁଲାଇ ବୁଧବାର) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ତହସିଲରେ ସବ୍ ରେଜିଷ୍ଟର କାର୍ଯ୍ୟାଳୟ ଖୋଲିବା ପାଇଁ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ପକ୍ଷରୁ ଅନୁମୋଦନ ମିଳିଛି।ନୂଆଗାଁ ତହସିଲ ରେ ସବ୍ ରେଜିଷ୍ଟର କାର୍ଯ୍ୟାଳୟ ନଥିବା ଯୋଗୁଁ ଲୋକମାନେ ବିଭିନ୍ନ ସଂକ୍ରାନ୍ତୀୟ ପଞ୍ଜିକରଣ ପାଇଁ ନୟାଗଡ ଯାଉଥିଲେ । ଏହି ସମସ୍ୟା କୁ ଉପଲବ୍ଧି କରି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ନୂଆଗାଁ ,
ଗଣିଆ ତହସିଲ ରେ ସବ୍ ରେଜିଷ୍ଟର କାର୍ଯ୍ୟାଳୟ ଖୋଲିବା ପାଇଁ ବିଧାନସଭାରେ ଦାବି ଉପସ୍ଥାପନା କରିଥିଲେ।ଯାହା ଫଳରେ ନୂଆଗାଁ ତହସିଲରେ ସବ୍ ରେଜିଷ୍ଟର କାର୍ଯ୍ୟାଳୟ ଖୋଲିବ। ଏହି ଖବର ପ୍ରସାରିତ ହେବା ପରେ ଅଞ୍ଚଳବାସୀ ଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।ଅଞ୍ଚଳବାସୀ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କୁ କୃତଜ୍ଞତା ଜଣାଇଛନ୍ତି ।

No Result
View All Result