• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମୋହନା ବ୍ଲକ ଅଡବା ଥାନା ପରିସରରେ ତୃତୀୟ ଥର ଶାନ୍ତି କମିଟି ବୈଠକ

Proprietor Abhimanyu Maharana by Proprietor Abhimanyu Maharana
July 28, 2022
in ଓଡ଼ିଶା, ଗଜପତି, ହୋମ୍
0
ମୋହନା ବ୍ଲକ ଅଡବା ଥାନା ପରିସରରେ ତୃତୀୟ ଥର ଶାନ୍ତି କମିଟି ବୈଠକ
Share on FacebookShare on TwitterWhatsapp

ବସିଲା ଶିଆଳିଲଟି ଓ ଗାଲିମେରା ଗ୍ରାମ ମଧ୍ୟରେ ଲାଗି ରହିଥିବା ଜଙ୍ଗଲ ଜମି ବିବାଦର ସମାଧାନ ନୋହିଲା

ଓଡ଼ିଶା ତାଜା ନ୍ୟୁଜ (୨୭ ଜୁଲାଇ ବୁଧବାର) ପାରଳାଖେମୁଣ୍ଡି :- ମୋହନା ବ୍ଲକ ଅଡବା ଥାନା ଅନ୍ତର୍ଗତ ଗୁଲୁବା ପଞ୍ଚାୟତ ଅଧିନ ଗାଲିମେରା ଓ ଚୁଡଙ୍ଗପୁର ପଞ୍ଚାୟତ ଅଧିନ ଶିଆଳିଲଟି ଗ୍ରାମ ମଧ୍ୟରେ ୨ ବର୍ଷ ଧରି ଲାଗି ରହିଥିବା ଜଙ୍ଗଲ ଜମି ବିବାଦର ଶାନ୍ତିପୂର୍ଣ୍ଣ ଭାବେ ସ୍ଥାୟୀ ସମାଧାନ ପାଇଁ ମୋହନା ତହସିଲଦାର କିଶୋର ଚନ୍ଦ୍ର ଦାସ, ବନଖଣ୍ଡ ଅଧିକାରିଣୀ କଳ୍ପନା ନାଇକ, ଅଡବା ଥାନା ଅଧିକାରୀ ଆନନ୍ଦ ଚ଼ନ୍ଦ୍ର ପାତ୍ର , ଚୁଡଙ୍ଗପୁର ସରପଞ୍ଚ ସେବତୀ ଗମାଙ୍ଗ, ଗୁଲୁବା ସରପଞ୍ଚ ରେଜିନା ପ୍ରଧାନୀ,ଚନ୍ଦ୍ରଗିରି ରାଜସ୍ଵ ନିରୀକ୍ଷକ ମିଖାଇଲ ରାଇକା, ବିରିକୋଟ ରାଜସ୍ୱ ନିରୀକ୍ଷକ ଇ. ଗଣପତି ରାଓଙ୍କ ସମେତ ଉଭୟ ଗ୍ରାମର ଭଦ୍ର ବ୍ୟକ୍ତିଙ୍କ ଉପସ୍ଥିତିରେ ପ୍ରଥମେ ଅଡବା ଥାନା ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସେଠାରେ ସମାଧାନର ସୂତ୍ର ବାହାରିଲା ନାହିଁ ।

ପୁଣି ମୋହନା ପଞ୍ଚାୟତ ସମିତି ସଭାଗୃହରେ ଉପଜିଲ୍ଲାପାଳ ଆଲୋକ କୁମାର ପ୍ରଧାନ ,ରା.ଉଦୟଗିରି ଏସଡି ପିଓ ଦିଲ୍ଲୀପ କୁମାର ନାୟକ, ତହସିଲଦାର କିଶୋର ଚନ୍ଦ୍ର ଦାସ, ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର, ଅତିରିକ୍ତ ତହସିଲଦାର ସୁଧାଂଶୁ ଭୂଷଣ ପଲାଇ ଓ ଗୁଲୁବା ପଞ୍ଚାୟତ ସରପଞ୍ଚ ଉପସ୍ଥିତ ଥିଲେ। କିନ୍ତୁ ନୋଟିସ ପାଇନଥିବା ଯୋଗୁଁ ଚୁଡଙ୍ଗପୁର ସରପଞ୍ଚ ଓ ଶିଆଳିଲଟି ଗ୍ରାମବାସୀ ଉପସ୍ଥିତ ହୋଇପାରିନଥିଲେ। ଯାହାଫଳରେ ଶାନ୍ତି କମିଟି ବୈଠକ ହୋଇପାରିନଥିଲା। ପୁଣି ୨୬/୭ରେ ଉଭୟ ଗାଁର ଗ୍ରାମବାସୀ , ସରପଞ୍ଚ ଓ ଅଧିକାରୀଙ୍କ ଉପସ୍ଥିତିରେ ତୃତୀୟ ଶାନ୍ତି କମିଟି ବୈଠକ ମୋହନା ପଞ୍ଚାୟତ ସମିତି ସଭାଗୃହରେ ବସିଥିଲା। ତଥାପି ସମସ୍ୟାର ସମାଧାନ ହୋଇପାରିଲା ନାହିଁ ।

ଯାହାଫଳରେ ଉଭୟ ଗ୍ରାମବାସୀ ନିରାଶ ହୋଇ ଫେରିଥିଲେ। ପୁଣି କିଛି ଦିନ ମଧ୍ୟରେ ଉଭୟ ଗ୍ରାମବାସୀଙ୍କୁ ନେଇ ଶାନ୍ତି କମିଟି ବୈଠକ ବସି ଶାନ୍ତିପୂର୍ଣ୍ଣ ସମାଧାନ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି। ସୂଚନା ଯୋଗ୍ୟ ଉଭୟ ଗ୍ରାମର କିଛି ଗ୍ରାମବାସୀ ସରକାରୀ ଜଙ୍ଗଲ ଜମିକୁ ଦଖଲ କରି ଅସ୍ଥାୟୀ ଗୃହ ନିର୍ମାଣ କରିବା ସହିତ ଜମିରେ କାଜୁ ଗଛ ଲଗାଇ ନିଜର ଗୁଜୁରାଣ ମେଣ୍ଟାଉଥିଲେ। ଏହା ସହିତ ଉଭୟ ଗ୍ରାମ ମଧ୍ୟରେ ଜଙ୍ଗଲ ଜମି ସୀମା ବିବାଦ ମଧ୍ୟ ରହିଛି। କିଛି ଅଣ ଆଦିବାସୀ ଖଳ ପ୍ରକୃତିର ଲୋକେ ସିଆଳିଲଟି ଗ୍ରାମର ଲୋକେ ଲଗାଇଥିବା କାଜୁ ଗଛକୁ ଉପାଡି ଫିଙ୍ଗି ଦେବା ସହ ଅସ୍ଥାୟୀ ଘରକୁ ନିଆଁ ଲଗାଇ ଦେଇଥିବା ସୀମିଅ ଗମାଙ୍ଗ,ଯାକୋବ ମଣ୍ଡଳ, ଡାମିଏଲ ଭୂୟାଁ, ମାଥ୍ୟୁ ରଇତ ,ଆଯୁବ ଗମାଙ୍ଗ ଥାନାରେ ଅଭିଯୋଗ କରିଥିଲେ। ଏହାକୁ ନେଇ ଦୀର୍ଘ ବର୍ଷ ହେଲା ଉଭୟ ଗ୍ରାମ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ୨୪ ଜୁନ ୨୦୨୦ରେ କିଛି ଜମିକୁ ଚିହ୍ନଟ କରାଯାଇଥିଲା ।

ସମୟ ଅଭାବରୁ ୨ ଦିନ ପରେ ମାପ ହୋଇ ନଥିବା ଜମି ଚିହ୍ନଟ କରାଯିବ ବୋଲି ରାଜସ୍ଵ ନିରୀକ୍ଷକ ଉଭୟ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ । ନିର୍ଦ୍ଧାରିତ ସମୟରେ ଶିଆଳିଲଟି ଓ ଝରଣାପୁର ଗ୍ରାମବାସୀ ଉପସ୍ଥିତ ରହିଥିବା ବେଳେ ଗୁଲୁବା ପଞ୍ଚାୟତର ଗାଲିମେରା, କାପେଲବାଜୁ,ଚନ୍ଦନପୁର ଗ୍ରାମବାସୀ ଉପସ୍ଥିତ ହୋଇନଥିଲେ । ଯାହାଫଳରେ ଜମି ଚିହ୍ନଟ ହୋଇପାରି ନଥିଲା । ଏହାକୁ ନେଇ ୨ ଗ୍ରାମବାସୀଙ୍କ ମଧ୍ୟରେ ଉପୁଜିଥିବା ବିବାଦର ଶାନ୍ତିପୂର୍ଣ୍ଣଭାବେ ସ୍ଥାୟୀ ସମାଧାନ ପାଇଁ ଉଭୟ ପକ୍ଷଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା । ଏକ ମାସ ପରେ ସ୍ଥାୟୀ ସମାଧାନ କରାଯିବ ବୋଲି ଉଭୟ ପକ୍ଷଙ୍କ ଉପସ୍ଥିତିରେ ସ୍ଥିର କରାଯାଇଥିଲା । ଏହାରି ମଧ୍ୟରେ ଉକ୍ତ ଜମିରେ ୧୪୪ ଧାରା ଜାରି କରାଯିବା ସହ କୌଣସି ବ୍ୟକ୍ତି ବିବାଦୀୟ ଜମିରେ ଘର ନିର୍ମାଣ କରିବେ ନାହିଁ, ବୃକ୍ଷ ରୋପଣ କରିବେ ନାହିଁ, ଉଭୟ ଗ୍ରାମବାସୀ ଶାନ୍ତି ଶୁଙ୍ଗଳା ରକ୍ଷା କରିବେ,ବିବାଦୀୟ ଜମିକୁ ଚିହ୍ନଟ କରିବା ପାଇଁ ଉଭୟ ଗ୍ରାମବାସୀ ସହଯୋଗ କରିବେ,ଜମିରୁ କେବଳ କାଜୁ ସଂଗ୍ରହ କରି ପଞ୍ଚାୟତକୁ ତା’ର ନିର୍ଦ୍ଧାରିତ ଖଜଣା ପୈଠ କରିବାକୁ ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଥିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ହୋଟେଲ ଓ ଫ୍ଲାଟର ବର୍ଜ୍ୟଜଳ ମଙ୍ଗଳା ନଦୀରେ ମିଶୁଛି ଡ୍ରେନଜ ଓ ଜଳସମ୍ପଦ ଅଧିକାରୀ କୁମ୍ଭକର୍ଣ୍ଣ ନିଦ୍ରାରେ

ହୋଟେଲ ଓ ଫ୍ଲାଟର ବର୍ଜ୍ୟଜଳ ମଙ୍ଗଳା ନଦୀରେ ମିଶୁଛି ଡ୍ରେନଜ ଓ ଜଳସମ୍ପଦ ଅଧିକାରୀ କୁମ୍ଭକର୍ଣ୍ଣ ନିଦ୍ରାରେ

May 11, 2026
ଚନ୍ଦନପୁର ୨ ହଜାର ଲିଟର ପୋଚ ୨୦ ଲିଟର ଦେଶୀମଦ ଜବତ

ଚନ୍ଦନପୁର ୨ ହଜାର ଲିଟର ପୋଚ ୨୦ ଲିଟର ଦେଶୀମଦ ଜବତ

May 11, 2026
ମେ ୨୬ ଓ ୨୭ରେ ଓଡ଼ିଶା ଅମଲା ରାଜ୍ଯସଂଘର ସମ୍ମିଳନୀ

ମେ ୨୬ ଓ ୨୭ରେ ଓଡ଼ିଶା ଅମଲା ରାଜ୍ଯସଂଘର ସମ୍ମିଳନୀ

May 11, 2026
ଚାଙ୍ଗଡା ଘରେ ରକ୍ତଛିଟା ମହାପ୍ରଭୁଙ୍କ ମହାସ୍ନାନ

ଚାଙ୍ଗଡା ଘରେ ରକ୍ତଛିଟା ମହାପ୍ରଭୁଙ୍କ ମହାସ୍ନାନ

May 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ହୋଟେଲ ଓ ଫ୍ଲାଟର ବର୍ଜ୍ୟଜଳ ମଙ୍ଗଳା ନଦୀରେ ମିଶୁଛି ଡ୍ରେନଜ ଓ ଜଳସମ୍ପଦ ଅଧିକାରୀ କୁମ୍ଭକର୍ଣ୍ଣ ନିଦ୍ରାରେ

ହୋଟେଲ ଓ ଫ୍ଲାଟର ବର୍ଜ୍ୟଜଳ ମଙ୍ଗଳା ନଦୀରେ ମିଶୁଛି ଡ୍ରେନଜ ଓ ଜଳସମ୍ପଦ ଅଧିକାରୀ କୁମ୍ଭକର୍ଣ୍ଣ ନିଦ୍ରାରେ

May 11, 2026
ଚନ୍ଦନପୁର ୨ ହଜାର ଲିଟର ପୋଚ ୨୦ ଲିଟର ଦେଶୀମଦ ଜବତ

ଚନ୍ଦନପୁର ୨ ହଜାର ଲିଟର ପୋଚ ୨୦ ଲିଟର ଦେଶୀମଦ ଜବତ

May 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version