No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୫ ଜୁଲାଇ ସୋମବାର) ପାରଳାଖେମୁଣ୍ଡି :- ଗଜପତି ଜିଲାରେ ବଜ୍ରାଘାତ ଯୋଗୁଁ 30 ଛେଳିର ମୃତ୍ୟୁ ଘଟିଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶଯେ ଗତ କିଛିଦିନଧରି ଗଜପତି ଜିଲ୍ଲାରେ ଲଗାତର ବର୍ଷା ସହ ବିଭିନ୍ନ ସମୟରେ ବଜ୍ରାଘାତ ଲାଗିରହିଛି. ଗତକାଲି ରାତିରେ ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଅନ୍ତର୍ଗତ ଗୁରୁଜାଙ୍ଗ ଗ୍ରାମରେ ବଜ୍ରାଘାତ ଘଟି 30 ଗୋଟି ଛେଳିର ମୃତ୍ୟୁ ଘଟିଛି. ଛେଳିଗୁଡିକ ରାତ୍ର ସମୟରେ ବିଶ୍ରାମ ନେଉଥିବାବେଳେ ବଜ୍ରାଘାତ ଘଟିଥିବା ଜଣାଯାଇଛି. ଗୁରୁଜାଙ୍ଗ ଗ୍ରାମର କାନ୍ତମାଙ୍କ 8 ଗୋଟି ଛେଳି ଏବଂ ଭୀମା ରାଓଙ୍କ 22 ଗୋଟି ଛେଳି ମୋଟ 30 ଗୋଟି ଛେଳିର ଏହି ବଜ୍ରାଘାତ ଯୋଗୁଁ ମୃତ୍ୟୁ ଘଟିଥିବା ସୂଚନା ମିଳିଛି.
ବଜ୍ରାଘାତ ଯୋଗୁଁ ଛେଳିଗୁଡିକ ମୃତ୍ୟୁବରଣ କରିଥିବା ଘଟଣା ଆଜି ସକାଳେ ଗ୍ରାମବାସୀ ଜାଣିବା ପରେ ସମ୍ପୃକ୍ତ ଘଟଣା ନେଇ ଗଜପତି ଜିଲ୍ଲା ପରିଷଦ ଅଧକ୍ଷ ଜି. ତିରୁପତି ରାଓଙ୍କୁ ଜଣାଇଥିଲେ. ଶ୍ରୀ ରାଓ ଆଜି କୌଣସି କାମରେ ଆନ୍ଧ୍ରର ବିଶାଖାପାଟଣାରେ ରହିଥିଲେ ସୁଧା ଘଟଣା ନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ସହ ଜିଲ୍ଲା ପ୍ରାଣୀଧନ ଅଧିକାରୀଙ୍କୁ ଜଣାଇଥିଲେ. ଏହାପରେ ପ୍ରାଣୀଧନ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଆବଶ୍ୟକ ଅନୁଧ୍ୟାନ କରିବା ସହ ମୃତ ଛେଳି ଗୁଡିକର ରାଜସ୍ବ କର୍ମଚାରୀଙ୍କ ଉପସ୍ଥିତିରେ ବେଵଚ୍ଛେଦ କରିଥିବା ଜଣାଯାଇଛି. ବଜ୍ରାଘାତରେ ଛେଳି ଗୁଡିକର ମୃତ୍ୟୁ ଘଟିଥିବା ନେଇ ଆବଶ୍ୟକ କ୍ଷତିପୂରଣ ସରକାରୀ ନିୟମାନୁଯାୟି ଦିଆଯିବ ବୋଲି ଜିଲ୍ଲା ପରିଷଦ ଅଧକ୍ଷ ତିରୁପତି ରାଓ ସୂଚନା ଦେଇଛନ୍ତି.

No Result
View All Result