No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୪ ଜୁଲାଇ ରବିବାର) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ବିଦ୍ୟାଳୟ ଗୁଡିକରେ କାର୍ଯ୍ୟରତ ୪୮ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ପଦୋନ୍ନତି ହୋଇଛି । ଏହି ଶିକ୍ଷକ ଶିକ୍ଷୟତ୍ରୀ ମାନେ ଲେବୁଲ୍ ୫ ଏ ରୁ ୫ ବି କୁ ପଦୋନ୍ନତି ପାଇଛନ୍ତି । କାଟାଗୋରୀ ୧ ରେ ମାଟ୍ରିକ ଏବଂ ଯୁକ୍ତ ୨ ସିଟି ଯୋଗ୍ୟତା ଥିବା ୨୩ ଜଣ ଶିକ୍ଷକ , ଶିକ୍ଷୟତ୍ରୀ ଏବଂ କାଟାଗୋରୀ ୨ ରେ ବି .ଏ ସିଟି ଏବଂ ବି .ଏ ବିଇଡି ଯୋଗ୍ୟତା ଥିବା ୨୫ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ପଦୋନ୍ନତି ହୋଇଛି ।
ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟରେ ପଦୋନ୍ନତି ପାଇଥିବା ୪୮ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ କାଉନସେଲିଂ ହୋଇଥିବା ବେଳେ ଶିକ୍ଷକ ଶିକ୍ଷୟତ୍ରୀ ମାନେ ନିଜ ମନ ପସନ୍ଦ ର ବିଦ୍ୟାଳୟ ଚୟନ କରିଥିବା ଜଣା ପଡ଼ିଛି।ପଦୋନ୍ନତି ପାଇଥିବା ୪୮ ଜଣ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ ୪୦ ଜଣ ଶିକ୍ଷକ ଏବଂ ୮ ଜଣ ଶିକ୍ଷୟତ୍ରୀ ଙ୍କ ପଦୋନ୍ନତି ହୋଇଛି ।

No Result
View All Result