No Result
View All Result
ଓଡ଼ିଶା ତାଜା ନ୍ୟୁଜ(୨୩ ଜୁଲାଇ ଶନିବାର) ନୂଆଗାଁ :- ନୟାଗଡ ଜିଲ୍ଲା ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ନୂଆଗାଁ ,ଦଶପଲ୍ଲା , ଗଣିଆ ବ୍ଲକ୍ କୁ ନେଇ ଗଠିତ । ଦେଖିବାକୁ ଗଲେ ୩ ଟି ବ୍ଲକ୍ ରେ ଦୁର୍ଗମ ଅଞ୍ଚଳ ଅଧିକ । ଯାହା ଫଳରେ ଅଧିକାଂଶ ଦୁର୍ଗମ ଅଞ୍ଚଳ ରେ କୌଣସି ଟାୱାର ନଥିବା ଯୋଗୁଁ ଲୋକ ମାନେ ମୋବାଇଲ ସେବା ରୁ ବଞ୍ଚିତ ହେବା ସହ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଉଛନ୍ତି।ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ରେ ଥିବା ଦୁର୍ଗମ ଅଞ୍ଚଳ ର ଲୋକମାନଙ୍କ ଏଭଳି ସମସ୍ୟା କୁ ନେଇ ଦୁର୍ଗମ ଅଞ୍ଚଳ ରେ ଟାୱାର ନିର୍ମାଣ ପାଇଁ ବିଧାନସଭା ରେ ପ୍ରଶ୍ନ ମାଧ୍ୟମରେ ଦାବି ଉପସ୍ଥାପନା କରିଛନ୍ତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ।
ଏପରିକି ଦୁର୍ଗମ ଅଞ୍ଚଳ ରେ ମୋବାଇଲ ଟାୱାର ନଥିବା ଯୋଗୁଁ ଅଞ୍ଚଳ ଅଞ୍ଚଳ ମଧ୍ୟରେ ଅନ୍ତରାୟ ସୃଷ୍ଟି ହେଉଥିବା ପ୍ରକାଶ କରିଥିଲେ ଦଶପଲ୍ଲା ବିଧାୟକ । ଏହାର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ତୁଷାର କାନ୍ତି ବେହେରା କହିଥିଲେ ଯେ ଦୁର୍ଗମ ଅଞ୍ଚଳ ରେ ଟାୱାର ନିର୍ମାଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ତରଫରୁ କ୍ୟାବିନେଟ୍ ରେ ଯୁଗାନ୍ତକାରୀ ପଦକ୍ଷେପ ନିଆଯାଇଛି । ତତ୍ ଦଶପଲ୍ଲା ବିଧାୟକ ବିଭାଗୀୟ ମନ୍ତ୍ରୀ ଏବଂ ବିଭିନ୍ନ ମୋବାଇଲ ଟାୱାର ର ଅଧିକାରୀ ଙ୍କ ସହ ଏହି ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଦୁର୍ଗମ ଅଞ୍ଚଳ ର ଲୋକମାନଙ୍କ ବିଭିନ୍ନ ସମସ୍ୟା କୁ ନେଇ ବିଧାନସଭାରେ ଦାବି ଉପସ୍ଥାପନା କରିବା କାର୍ଯ୍ୟ କୁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଜନ ସାଧାରଣ ପ୍ରଶଂସା କରିଛନ୍ତି ।


No Result
View All Result