No Result
View All Result
ରବି ଟକିଜ୍ ଟଙ୍କପାଣି ରୋଡ ପାଇଁ ୨.୬୮ କୋଟି
ଓଡ଼ିଶା ତାଜା ନ୍ୟୁଜ୍/୨୦ ଜୁଲାଇ ବୁଧବାର/ଭୁବନେଶ୍ୱର :- ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ରବି ଟକିଜ୍ ଟଙ୍କପାଣି ରୋଡ ଉନ୍ନତିକରଣ କାର୍ଯ୍ୟ ପାଇଁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଦ୍ଵାରା ଶୁଭାରମ୍ଭ ହୋଇଯାଇଛି । ମନ୍ତ୍ରୀ ଶ୍ରୀ ପଣ୍ଡା ଙ୍କ ଉଦ୍ୟମରେ ପୂର୍ତ୍ତ ବିଭାଗ ପକ୍ଷରୁ ଏହି ୨ କିଲୋମିଟର ରାସ୍ତା ପାଇଁ ୨.୬୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । କାର୍ଯ୍ୟକ୍ରମ ରେ ବିଧାୟକ ସୁଶାନ୍ତ ରାଉତ, ପ୍ରଣବ ବଳବନ୍ତରାୟ,
ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, କର୍ପୋରେଟର ଶ୍ରୀମତୀ କେ ଶାନ୍ତି, ସନ୍ତୋଷ ସିଂ,ଅଜିତ୍ ବେହେରା,ନମିତା ମହାପାତ୍ର,ଶିବ ପ୍ରସାଦ ରାୟ ପ୍ରମୁଖ ଉପସ୍ଥିତ ଥିଲେ।ପରେ ଭୁବନେଶ୍ୱର ମହାନଗର ନିଗମ ଦ୍ଵାରା ୧୧ ଲକ୍ଷ ଟଙ୍କାରେ ୱାର୍ଡ ନଂ ୫୬ର ଗଧିଆଖାଲ ଡ୍ରେନ ସହ କଭର ସ୍ଲାବ ଏବଂ ୨୦ ଲକ୍ଷ ଟଙ୍କାରେ ବି ଜେ ବି ନଗର ରେ ଏକ ରାସ୍ତା ନିର୍ମାଣ ପାଇଁ ମଧ୍ୟ ମନ୍ତ୍ରୀ ଶ୍ରୀ ପଣ୍ଡା ଭିତ୍ତିପ୍ରସ୍ତର କରିଥିଲେ ।

No Result
View All Result