No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୧୭ ଜୁଲାଇ ରବିବାର /ପାରଳାଖେମୁଣ୍ଡି :- ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ଏବଂ ଗଜପତି ଜିଲ୍ଲା ଦୌରାଜଜ ତଥା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସତ୍ୟପୀର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା କାଶିନଗର ବ୍ଲକ ଅନ୍ତର୍ଗତ ଅଲଡା ଗ୍ରାମ ସ୍ଥିତ ଆଦର୍ଶ ବିଦ୍ୟାଳୟ ପରିସରରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟତଃ , ଏହି ଆଇନ ସଚେତନତା କାର୍ଯ୍ୟକ୍ରମ ଶିଶୁ ଓ କିଶୋର ନ୍ୟାୟ ଏବଂ ଶିଶୁ ମାନଙ୍କ ପାଇଁ ବାଧ୍ୟତା ମୂଳକ ଶିକ୍ଷା ଅଧିକାର ସମ୍ପର୍କରେ ଅନୁଷ୍ଠିତ ହୋଇଥିଲା ଏହି ଆଇନ ସଚେତନତା କାର୍ଯ୍ୟକ୍ରମରେ ପ୍ରାଧିକରଣର ସଚିବ ଶ୍ରୀ ରବି ନାରାୟଣ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରାଧିକରଣ କିଭଳି ତୃଣମୂଳ ସ୍ତରରୁ ଆବଶ୍ୟକ ହେଉଥିବା ବିଭିନ୍ନ କ୍ଷେତ୍ରରେ
କାର୍ଯ୍ୟ କରିଥାଏ ଏବଂ ଶିଶୁ ଓ କିଶୋର ନ୍ୟାୟ ଆଇନର ଉପକାରୀତା ଓ କାର୍ଯ୍ୟକାରୀତା ଉପରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ କାଶିନଗର ଥାନାଧିକାରୀ ଶ୍ରୀ ଶୁସାନ୍ତ କୁମାର ସାହୁ , ଅତିଥି ଭାବେ ଯୋଗଦେଇ ଶିଶୁମାନଙ୍କ ପ୍ରତି ଥାନା ମାନଙ୍କରେ ପୋଲିସ ଅଧିକାରୀ ଓ କର୍ମଚାରି ମାନେ କିଭଳି ବ୍ୟବହାର କରିବାକୁ ହେବ କହିବା ସହ ବିଭିନ୍ନ ଶିଶୁ ହିତକର ଆଇନ ବିଷୟରେ ଆଲୋକପାତ କରିଥିଲେ । କାଶିନଗର ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ଶ୍ରୀ ଜମାନା କାରେୟା ଉପସ୍ଥିତ ରହି ଶିକ୍ଷା ଅଧିକାର ଆଇନର ବିଭିନ୍ନ ଦିଗ ଉପରେ ଗୁରୁତ୍ୱାରୋପ କରିଥିଲେ ।
ଜିଲ୍ଲା ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା ଶ୍ରୀମତୀ ଅଳକା ସାହୁ , ଅନ୍ୟତମ ଅତିଥି ଭାବେ ଯୋଗଦେଇ ଶିଶୁ ମଙ୍ଗଳ ସମିତି , ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ଶିଶୁ ମାନଙ୍କ ପାଇଁ କିଭଳି କାର୍ଯ୍ୟ କରିଥାଏ , ସେ ସମ୍ପର୍କରେ ଉପସ୍ଥିତ ଶିଶୁ ମାନଙ୍କୁ ବିସ୍ତୃତ ଭାବେ ବୁଝାଇ ଥିଲେ । ଆଦର୍ଶ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସନ୍ତୋଷିନୀ ପାଢ଼ୀ ମଞ୍ଚାସିନ ରହି ସମ୍ପୃକ୍ତ ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହିତ ଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ପ୍ରାଧିକରଣର କର୍ମଚାରି ମାନେ ପରିଚାଳନା କରିଥିଲେ

No Result
View All Result