No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୧୪,ଜୁଲାଇ , ଗୁରୁବାର/ରାୟଗଡ :- ରାୟଗଡ ବ୍ଲକରେ ଉନ୍ନତ ପ୍ରଣାଳୀରେ ମାଣ୍ଡିଆ ଚାଷ ନିମନ୍ତେ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ରାୟଗଡ ଅଧକ୍ଷା ପୂର୍ଣବାଶୀ ନାୟକ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଉକ୍ତ ରଥର ଶୁଭାରମ୍ଭ କରିଥିଲେ । ଓଡ଼ିଶା ମିଲେଟ୍ ମିଶନର ଓ SWWS ସଂସ୍ଥା ର ମିଳିତ ସହାୟତାରେ ମାଣ୍ଡିଆ ଓ ପୃଷ୍ଟି ଶସ୍ୟର ଉତ୍ପାଦନ ବୃଦ୍ଧି କରିବା ସହିତ ଲୋକମାନଙ୍କ ଦୈନିକ ଖାଦ୍ୟ ସାରଣୀରେ ଏହି ଖାଦ୍ୟକୁ ଅନ୍ତର୍ଭୁକ୍ତ କରିବା ଓ ବଳକା ଉତ୍ପାଦନ କୁ ସରକାରଙ୍କ ସର୍ବନିମ୍ନ ସହାୟକ ମୂଲ୍ୟରେ ବିକ୍ରୟ କରିବା ଉଦ୍ଦେଶ୍ୟରେ ଚାଷୀ ମାନଙ୍କୁ ସଚେତନ କରିବା ପାଇଁ
ଏହି ସଚେତନତା ରଥ ରାୟଗଡ ବ୍ଲକ ପରିସରରେ ଶୁଭାରମ୍ଭ ହୋଇଥିବା ବେଳେ ବ୍ଲକର ୧୯ ଗୋଟି ପଞ୍ଚାୟତକୁ ପରିକ୍ରମା କରି ଚାଷୀଙ୍କୁ ସଚେତନ କରିବାର କାର୍ଯ୍ୟକ୍ରମ ରହିଛି। ଉକ୍ତ କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ବିଡ଼ିଓ ପିତାମ୍ବର ବେହେରା, ବ୍ଲକ କୃଷି ଅଧିକାରୀ (AO)ଦିବ୍ୟସ୍ଵରୂପ ପଣ୍ଡା,AAO ବିଶ୍ଵନାଥ ପ୍ରଧାନ, ଲେମ୍ପସ MD ପ୍ରବାଲ ଲିମା, ପେଶା କର୍ଡିନେଟର ଶ୍ରୀଧର ଦାସ, ଭାରପ୍ରାପ୍ତ GPO ସେନାପତି ଶବର, ପ୍ରମୁଖ ଉପସ୍ଥତ ଥିଲେ । କାର୍ଯ୍ୟକ୍ରମକୁ ମିଲେଟର ବ୍ଲକ ପ୍ରୋଜେକ୍ଟ କୁର୍ଡିନେଟର (BPC)ଆଦର୍ଶ ଜେନା,ABPC ସହଯୋଗ କରିଥିଲେ । ଏଥିରେ ବହୁ SHG ମା ମାନେ ଯୋଗ ଦେଇଥିଲେ।ସଞ୍ଜୀବ କୁମାର ପାଣି ରାୟଗଡ଼ ଗଜପତି

No Result
View All Result