odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com
ଭୁବନେଶ୍ୱର,ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍ )୨୧ ମଇ,ଗୁରୁବାର : ଓଡ଼ିଶାର ୪ ଜିଲ୍ଲାରେ ଅମ୍ପନର ପ୍ରଭାବ ପଡିଛି ଚାଷୀମାନଙ୍କ ମନୋବଳକୁ ଦୃଢ଼ କରିବା ସହ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ପଦକ୍ଷେପ ନେଇଛନ୍ତି କୃଷିମନ୍ତ୍ରୀ ଡ ଅରୁଣ ସାହୁ । କ୍ଷୟକ୍ଷତି ରିପୋର୍ଟ ମିଳିବା ପରେ ଏହା ଉପରେ ଆଲୋଚନା କରାଯାଇ ଚାଷୀଙ୍କ କ୍ଷତି ଭରଣା କରାଯିବ ବୋଲି କୃଷିମନ୍ତ୍ରୀ ଆଶ୍ଵାସନା ଦେଇଛନ୍ତି ।
ସେ କହିଛନ୍ତି ରିଲିଫ କୋର୍ଟ ଅନୁସାରେ ଚାଷୀଙ୍କୁ ସହଯୋଗ କରାଯିବ । ବାତ୍ୟା ଅମ୍ପନର ପ୍ରଭାବ ଓଡ଼ିଶାର ୪ ଜିଲ୍ଲାରେ ପଡିଛି । ଏହି ଜିଲ୍ଲା ଗୁଡିକୁ କିପରି ସହାୟତା ଯୋଗାଇ ଦିଆଯିବ ସେଥିପାଇଁ କୃଷି ଭିଭାଗ ତତ୍ପରତା ପ୍ରକାଶ କରିଛି କୃଷି ବିଭାଗ ।












