• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଲଗାଣ ବର୍ଷା ଯୋଗୁଁ ଗଜପତି ଜିଲ୍ଲାର ନୂଆଗଡ ବ୍ଲକ ପରିମଳ ପଞ୍ଚାୟତର ନୂଆପଲ୍ଲୀ ଗ୍ରାମ ନିକଟସ୍ଥ ପାହାଡ଼ରେ ଭୁ-ସ୍ଖଳନ ୩୯ଟି ପରିବାରଙ୍କୁ ସ୍ଥାନାନ୍ତର କଲା ବ୍ଲକ ପ୍ରଶାସନ

Proprietor Abhimanyu Maharana by Proprietor Abhimanyu Maharana
July 13, 2022
in ଓଡ଼ିଶା, ଗଜପତି, ହୋମ୍
0
ଲଗାଣ ବର୍ଷା ଯୋଗୁଁ ଗଜପତି ଜିଲ୍ଲାର ନୂଆଗଡ ବ୍ଲକ ପରିମଳ ପଞ୍ଚାୟତର ନୂଆପଲ୍ଲୀ ଗ୍ରାମ ନିକଟସ୍ଥ ପାହାଡ଼ରେ ଭୁ-ସ୍ଖଳନ ୩୯ଟି ପରିବାରଙ୍କୁ ସ୍ଥାନାନ୍ତର କଲା ବ୍ଲକ ପ୍ରଶାସନ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍/୧୩,ଜୁଲାଇ ,ବୁଧ ବାର/ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନ୍ତର୍ଗତ ପରିମଳ ପଞ୍ଚାୟତର ନୂଆପଲ୍ଲୀ ଗ୍ରାମ ନିକଟସ୍ଥ ପାହାଡରେ ଭୁ-ସ୍ଖଳନ ଘଟିଛି ।ଗତକାଲି ରାତିସାରା ବର୍ଷା ଲାଗି ରହିବା ସହ ଆଜି ସକାଳେ ମଧ୍ୟ ଲଗାଣ ବର୍ଷା ଜାରୀ ରହିଥିଲା ।ଫଳରେ ଗ୍ରାମକୁ ଲାଗି ରହିଥିବା ପାହାଡରେ ଭୁ-ସ୍ଖଳନ ଘଟିଥିଲା ଭୁ-ସ୍ଖଳନର ପ୍ରକୋପରେ ପାହାଡ଼ ଉପରୁ ଛୋଟ-ବଡ଼ ପଥର ସହ ଗଛ ଉପାଡି ହୋଇ ବିରାଟ ଶବ୍ଦ ହୋଇ ଝରଣା ଭଳି ମାଟି ଓ ପଥର ଅତଡ଼ା ଧସି ଗ୍ରାମ ଭିତରେ ପଶି ଯାଇଛି ।ଏହୀ ଭୁ-ସ୍ଖଳନ ଦ୍ୱାରା ପ୍ରାୟ ୭ ଟି ଘରେ ପାହାଡର ମାଟି ଓ ପଥର ଅତଡ଼ା ପଶିଯାଇ ଘର ନଷ୍ଟ ହୋଇଯିବା ସହ ଘରେ ଥିବା ୫ ଟି ବାଇକ ମଧ୍ୟ ମାଟି ଅତଡ଼ାରେ ପୋତି ନଷ୍ଟ ହୋଇ ଯାଇଛି ।

ସେହି ବାଇକ ଗୁଡାକୁ ଉଦ୍ଧାର କରାଯିବା ସହ ମାଟି ଓ ପଥର ଅତଡ଼ା ଧସି ସୃଷ୍ଟି ହୋଇଥିବା ଅସ୍ୱାଭାବିକ ସ୍ଥାନରେ ଜେସିପି ମେସିନ ଯୋଗେ ପରିସ୍ଥିତି ସ୍ୱାଭାବିକ କରାଯାଉଛି ।ଏତଦ ବ୍ୟତୀତ ସେହି ଘର ମାନଙ୍କରେ ଥିବା କାଜୁ-ଭାଲିଆ , ସାଇକଲ , ବାସନ କୁସଂସ୍କାର ଓ ବହୁ ଆସବା ପତ୍ର ମଧ୍ୟ ନଷ୍ଟ ହୋଇ ଯାଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି ।ପୁଣିଥରେ ଆସନ୍ତା ୧୪ଓ ୧୫ ତାରିଖ ବେଳକୁ ଲଗାଣ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ପକ୍ଷରୁ ସତର୍କ ସୂଚନା ମିଳିଥିବା ଯୋଗୁଁ ସମ୍ପୃକ୍ତ ପାହାଡ଼ ତଳିଆ ଗ୍ରାମବାସୀ ବର୍ତ୍ତମାନ ଅତ୍ୟନ୍ତ ଭୟଭୀତ ଅବସ୍ଥା\’ରେ ରହିଛନ୍ତି ।ଘଟଣା ସମ୍ପର୍କରେ ଖବର ପାଇ ଘଟଣା ସ୍ଥଳରେ ନୂଆଗଡ଼ ଓ ରା ଉଦୟଗିରି ବ୍ଲକ ପ୍ରଶାସନର ବିଡ଼ିଓତଥା ଭାରପ୍ରାପ୍ତ ତହସିଲଦାର ଶ୍ରୀ ଲାଵଣ୍ୟେନ୍ଦୁ ମହାନ୍ତି , ନୂଆଗଡ଼ ବ୍ଲକ ସହକାରୀ ଯନ୍ତ୍ରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପଟନାୟକ ,

ଡବ୍ଲ୍ୟୁଇଓ ଶ୍ରୀ ସଞ୍ଜୟ ଲେଙ୍କା , ଜିପିଇଓ ଶ୍ରୀ ନୃସିଂହ ଚରଣ ମିଶ୍ର , ବ୍ଲକ ସାମାଜିକ ଶିକ୍ଷା ସଂଗଠକ ଶ୍ରୀ ଜି: ଆନନ୍ଦ ରାଓ , ଯୋଗାଣ ନିରୀକ୍ଷକ ଶ୍ରୀ ଜୀବନ ଜ୍ୟୋତି ପାଣିଗ୍ରାହୀ ଆରଆଇ ଶ୍ରୀ ନଳିନୀ କାନ୍ତ ପଟନାୟକ ଓ ଆରଆଇ ଶ୍ରୀ ସତ୍ୟ ନାରାୟଣ ପଣ୍ଡା , ପରିମଳ ପିଇଓ ଶ୍ରୀ ପି: ଲିଙ୍ଗରାଜ ଏବଂ ସ୍ଥାନୀୟ ସରପଞ୍ଚ ଶ୍ରୀ ଉମାଶଙ୍କର କାର୍ଜି ପ୍ରମୁଖ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ କ୍ଷୟକ୍ଷତି ଆକଳନ କରିଥିବା ଜଣାଯାଇଛି । ଘଟଣା ସ୍ଥଳରେ ଆର.ଉଦୟଗିରି ଅଗ୍ନିଶମ ବିଭାଗ ସମେତ ଖଜୁରୀପଦା ଓ ଆର. ଉଦୟଗିରି ପୋଲିସ ଷ୍ଟାଫ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରୀ ରଖିଛନ୍ତି ।ସମ୍ବଲପୁର–ରା: ଉଦୟଗିରି ଭାୟା ପରିମଳ ରାସ୍ତା ଉପରେ ପାହାଡ଼ର ମାଟି ଓ ପଥର ଅତଡ଼ା ଧସି ପଡିଥିବା ସମସ୍ତକୁ ଯୁଦ୍ଧ କାଳୀନ ପରିସ୍ଥିତିରେ ଅଗ୍ନିଶମ ଓ ପୋଲିସ ଷ୍ଟାଫ ସଫା କରିବା ସହ ପରିସ୍ଥିତିକୁ ସ୍ୱାଭାବିକ କରିବାରେ ଲାଗି ପଡିଛନ୍ତି ।

ଆସନ୍ତା ୧୪ ଓ ୧୫ ତାରିଖ ବେଳକୁ ପୁଣି ଲଗାଣ ବର୍ଷା ହେବାର ସମ୍ଭାବନା ଥିବା ଯୋଗୁଁ ଏହାକୁ ଦୃଷ୍ଟିରେ ରଖି ବ୍ଲକ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ବିପନ୍ନ ନୂଆପଲ୍ଲୀ ଗ୍ରାମର ସମସ୍ତ ୩୯ଟି ପାରିବାରଙ୍କୁ ପରିମଳ ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇ ଆସ୍ଥାୟୀ ଭାବେ ଥଇଥାନର ବ୍ୟବସ୍ଥା କରା ଯାଇଥିବା ଜଣାଯାଇଛି ।ସେହିଭଳି ଥଇଥାନ ହୋଇଥିବା ସମସ୍ତ ୩୯ ଟି ପରିବାରଙ୍କୁ ପରିମଳ ପଞ୍ଚାୟତ ପକ୍ଷରୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଅଜାଚିତ ସାହାଯ୍ୟ ମାଧ୍ୟମରେ ଦୁଇବେଳା ରନ୍ଧା ଖାଦ୍ୟ ଦିଆ ଯିବାର ବ୍ୟବସ୍ଥା କରା ଯାଇଥିବା ଜଣାପଡ଼ିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଚନ୍ଦନପୁର ୨ ହଜାର ଲିଟର ପୋଚ ୨୦ ଲିଟର ଦେଶୀମଦ ଜବତ

ଚନ୍ଦନପୁର ୨ ହଜାର ଲିଟର ପୋଚ ୨୦ ଲିଟର ଦେଶୀମଦ ଜବତ

May 11, 2026
ମେ ୨୬ ଓ ୨୭ରେ ଓଡ଼ିଶା ଅମଲା ରାଜ୍ଯସଂଘର ସମ୍ମିଳନୀ

ମେ ୨୬ ଓ ୨୭ରେ ଓଡ଼ିଶା ଅମଲା ରାଜ୍ଯସଂଘର ସମ୍ମିଳନୀ

May 11, 2026
ଚାଙ୍ଗଡା ଘରେ ରକ୍ତଛିଟା ମହାପ୍ରଭୁଙ୍କ ମହାସ୍ନାନ

ଚାଙ୍ଗଡା ଘରେ ରକ୍ତଛିଟା ମହାପ୍ରଭୁଙ୍କ ମହାସ୍ନାନ

May 11, 2026
ନୟାଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ନୟାଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର କୃତୀ ଛାତ୍ରୀଙ୍କୁ ସମ୍ବର୍ଦ୍ଧନା

May 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଚନ୍ଦନପୁର ୨ ହଜାର ଲିଟର ପୋଚ ୨୦ ଲିଟର ଦେଶୀମଦ ଜବତ

ଚନ୍ଦନପୁର ୨ ହଜାର ଲିଟର ପୋଚ ୨୦ ଲିଟର ଦେଶୀମଦ ଜବତ

May 11, 2026
ମେ ୨୬ ଓ ୨୭ରେ ଓଡ଼ିଶା ଅମଲା ରାଜ୍ଯସଂଘର ସମ୍ମିଳନୀ

ମେ ୨୬ ଓ ୨୭ରେ ଓଡ଼ିଶା ଅମଲା ରାଜ୍ଯସଂଘର ସମ୍ମିଳନୀ

May 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version