ଏକ ସ୍ୱାଧିନ ଏବଂ ବିଶ୍ୱସ୍ତରରେ ପ୍ରସିଦ୍ଧ ମୋବାଇଲ ଆନାଲିଟିକ୍ସ ଏବଂ ଇନସାଇଟ କମ୍ପାନୀ, ଓପନସିଗନାଲ ଭିଡିଓ ଏବଂ ଗେମିଙ୍ଗ ଅନୁଭୂତି ଦୃଷ୍ଟିରୁ ଏୟାରଟେଲକୁ ଭାରତର ସର୍ବୋଚ୍ଚ ମୋବାଇଲ ନେଟୱର୍କର ମାନ୍ୟତା ଦେଇସାରିଛି । ଏହି ଅନୁସନ୍ଧାନଗୁଡ଼ିକ ସମଗ୍ର ଭାରତର ଲକ୍ଷ ଲକ୍ଷ ସ୍ମାର୍ଟଫୋନର ତଥ୍ୟର ବିଶ୍ଲେଷଣ ଉପରେ ଆଧାରିତ । ଏହା ସମ୍ପର୍କରେ ଶ୍ରୀ ସୌମେନ୍ଦ୍ର ସାହୁ, ସିଓଓ, ଓଡ଼ିଶା, ଭାରତୀ ଏୟାରଟେଲ କହିଛନ୍ତି ଯେ, “ସ୍ମାର୍ଟଫୋନ ଆମ ଜୀବନର ଏକ ଅଂଶ ହୋଇଯାଇଛି ଏବଂ ଏକ ଉନ୍ନତମାନର ଡାଟା ଅନୁଭୂତି ଆମ ସମସ୍ତ ଗ୍ରାହକମାନଙ୍କର ଏକ ଚରମ ଇଚ୍ଛାରେ ପରିଣତ ହୋଇଛି । ଭାରତର ଅଗ୍ରଣୀ ସ୍ମାର୍ଟଫୋନ ନେଟୱର୍କ ଭାବେ, ଏୟାରଟେଲ ଓଡ଼ିଶା ଡିଜିଟାଲ ଭାରତ ପାଇଁ ନିର୍ମିତ ଏହାର ନେଟୱର୍କ ଗୁଣବତା ପାଇଁ ଆଉ ଏକ ଅନୁମୋଦନ ଗ୍ରହଣ କରି ଅତ୍ୟନ୍ତ ଆନନ୍ଦିତ ।”© 2023 Odisha Taza News.