No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୧୧ ଜୁଲାଇ ସୋମବାର/ପାରଳଖେମୁଣ୍ଡି :- ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ପାରଳାଖେମୁଣ୍ଡି ବଡଦାଣ୍ଡରେ ଶ୍ରୀଜୀଉ ମାନେ ରଥ ଉପରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ଆଜି ପବିତ୍ର ବଡ ଏକାଦାଶି ତିଥିରେ ସୁନା ବେଶରେ ଦର୍ଶନ ଦେଇଛନ୍ତି ।ଶ୍ରୀ ଜୀଉ ମାନଙ୍କ ଏହି ଦୁର୍ଲଭ ସୁନାବେଶ ଦେଖିବା ପାଇଁ ୫୦ ହଜାରରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁ ଲୋକଙ୍କ ସମାଗାମ ହୋଇଥିଲା ।ଶ୍ରୀଜୀଉ ମାନଙ୍କ ସୁନାବେଶ ଅବସରରେ ପାରଳାଖେମୁଣ୍ଡି ମହାରାଜାଙ୍କ ରାଜ ଉଆସରେ ଥିବା ରତ୍ନ ଭଣ୍ଡାରରୁ ଠାକୁର ମାନଙ୍କ ସୁନା ଅଳଙ୍କାର ଓ ଗହଣା ସବୁ ପୋଲିସ ସୁରକ୍ଷା ବଳୟ ମଧ୍ୟରେ ଆସି ରଥ ପାଖରେ ପହଞ୍ଚିଥିଲା । ତିନି ରଥରେ ଶ୍ରୀଜୀଉ ମାନଙ୍କୁ ସେବାୟତ ପୂଜାରି ମାନେ ସୁନା ଗହଣା ସବୁ ପିନ୍ଧାଇ ସଜ୍ଜିତ କରିବା ପରେ ଅପେକ୍ଷାରତ ଶ୍ରଦ୍ଧାଳୁ ମାନଙ୍କୁ ଠାକୁର ମାନେ ସୁନାବେଶରେ ଦର୍ଶନ ଦେଇଥିଲେ ।
ସନ୍ଧ୍ୟା ୭ ଟା ସମୟରେ ଠାକୁରଙ୍କ ସମସ୍ତ ପାରମ୍ପରିକ ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପନ୍ନ ହେବା ପରେ ସନ୍ଧ୍ୟା ଆଳତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଏହି ଦୁର୍ଲଭ ସୁନାବେଶ ଓ ସନ୍ଧ୍ୟା ଆଳତି କାର୍ଯ୍ୟକ୍ରମ ଦର୍ଶନ କରିବା ପାଇଁ ୫୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା ଆଳତି ସମୟରେ ଶ୍ରଦ୍ଧାଳୁ ମହିଳା ମାନଙ୍କ ହୁଳହୁଳି ଓ ସଂକୀର୍ତ୍ତନ ମଣ୍ଡଳୀଙ୍କ ତାଳ ମୃଦଙ୍ଗ ଗିନି ଓ ସର୍ବୋପରି ରଥ ଉପରେ ସେବାୟତ ମାନଙ୍କ ଶଙ୍ଖ ଓ ଘଣ୍ଟ ନାଦରେ ଆଧ୍ୟାତ୍ମିକ ପରିବେଶରେ ବଡଦାଣ୍ଡ ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା ।ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଆରକ୍ଷୀ ଅଧିକ୍ଷକ ଶ୍ରୀ ଜୟରାମ ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵବଧାନରେ ଆଦର୍ଶ ଥାନାଧିକାରୀ ଶ୍ରୀ ବିବେକା ନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ବ୍ୟାପକ ପୋଲିସ ବାହିନୀ ମୃତୟନ ହୋଇଥିଲେ

No Result
View All Result