odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com
ହିଞ୍ଜିଳିକାଟୁ,ରିପୋର୍ଟ / ଶେଷଦେବ ସାହୁ (ଓଡିଶା ତାଜା ନ୍ୟୁଜ୍ ) ୨୦ ମଇ ବୁଧବାର :- ମହାମାରୀ କରୋନା ଭୁତାଣୁ ସଂକ୍ରମଣ ସକାଶେ ସରକାର ଗତ ମେ ୧୭ ତାରିଖ ପର୍ଯ୍ୟନ୍ତ ତୃତୀୟ ପର୍ଯ୍ୟାୟ ଲକଡ଼ାଉନ ଘୋଷଣା କରିଥିଲେ । ହେଲେ ଚତୁର୍ଥ ପର୍ଯ୍ୟାୟ ଲକଡ଼ାଉନ ଆସନ୍ତା ମେ୩୧ ତାରିଖ ପର୍ଯ୍ୟନ୍ତ ଘୋଷଣା କରାଯାଇଥିବା ବେଳେ କିଛିଟା କଟକଣାକୁ କେହାଳ କରାଯାଇଛି । ରାତି ପାହିଲେ ଗୁରୁବାର ପରଦିନ ସାବିତ୍ରୀ ଅମବାସ୍ୟା । ଘରେ ଆମିଷ ରୋଷେଇ ସମ୍ପୁର୍ଣ୍ଣ ବନ୍ଦ ରହିବ । ଆମିଷ ଖାଇବା ପାଇଁ ଆଜି ଅର୍ଥାତ ବୁଧବାର ଠିକ୍ ଥିବା ବେଳେ ହିଞ୍ଜିଳିକାଟୁ ପୌରାଂଚଳ ଆରଏମସି ପରିସର ମଧ୍ୟରେ ଥିବା ଆମିଷ ବଜାରରେ ଗ୍ରାହକଙ୍କ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଥିଲା ।
ଆମିଷ କିଣିବାକୁ ଆସିଥିବା ଗ୍ରାହକ ମାନେ ନିଜ ନିଜ ମୋଟର ସାଇକେଲକୁ ସ୍ଥାନୀୟ ଆରଏମସି କାର୍ଯ୍ୟାଳୟ ସମ୍ମୁଖରେ ରଖି ମାଛ, ମାଂସ ଓ ଚିକେନ୍ କିଣିବାରେ ବ୍ୟସ୍ତ ରହିଥିଲେ । ଉକ୍ତ ସମୟରେ ଏକ ଜରୁରୀ ରୋଗୀଙ୍କୁ ଚିକିତ୍ସାଳୟରେ ଭର୍ତି କରିବା ସକାଶେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ ଆସିଥିଲା । ସ୍ଥାନୀୟ ନିୟନ୍ତ୍ରିତ ବଜାର ପରିସର ମଧ୍ୟରେ ସ୍ଥାନୀୟ ଅଂଚଳର ୨ଟି ଆମ୍ଭୁଲାନ୍ସରେ କାର୍ଯ୍ୟରତ କର୍ମଚାରୀ ମାନେ ରହୁଥିବା ବେଳେ ଫୋନ୍ କଲ୍ ପାଇଁ ଜରୁରୀ ସେବା ସକାଶେ ଆମ୍ବୁଲାନ୍ସ ନେଇ ଠିକଣା ସ୍ଥଳକୁ ବାହାରିଥିଲେ ।
ହେଲେ ଆମିଷ ବଜାରରେ ଗ୍ରାହକଙ୍କ ଅସମ୍ଭବ ଭିଡ଼ ସାଙ୍ଗକୁ ଦ୍ୱାର ସମ୍ମୁଖରେ ମୋଟର ସାଇକେଲ ରଖାଯାଇଥିବା ଯୋଗୁଁ ପ୍ରାୟ ୨୦ମିନଟ ଧରି ଆମ୍ବୁଲାନ୍ସ ଅଟକି ରହିଥିଲେ ମଧ୍ୟ କୌଣସି ଗ୍ରାହକ ନିଜ ବାଇକ୍ ସାଇଡ଼୍ କରିବାକୁ ଆସିନଥିଲେ । ଖବର ପାଇଁ ସ୍ଥାନୀୟ ପୌର ଓ ପୁଲିସ ପ୍ରଶାସନ ଘଟଣା ସ୍ଥଳରେ ପଂହଚି ଭିଡ଼ ହଟାଇବା ପରେ ଆମ୍ବୁଲାନ୍ସଟି ଗନ୍ତବ୍ୟ ସ୍ଥଳରେ ବାହାରିଥିଲା । ଏଭଳି ଘଟଣା ଆଜି କିମ୍ବା କାଲିର ନୁହେଁ ଏଭଳି ଭାବେ ପ୍ରାୟତଃ ପ୍ରତ୍ୟେକ ସପ୍ତାହର ରବିବାର, ବୁଧବାର ଓ ଶୁକ୍ରବାର ସକାଳ ସମୟରେ ଦେଖିବାକୁ ମିଳୁଛି । ଆଜିର ଘଟଣା ପରେ ସ୍ଥାନୀୟ ପୌର ପ୍ରଶାସନ ପକ୍ଷରୁ ଆମିଷ ବଜାର ପରିସର ମଧ୍ୟକୁ ଗାଡ଼ି ମୋଟର ନେବା ପାଇଁ ନିଷିଦ୍ଧ ଘୋଷଣା କରିଛି ।












