No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୫ ଜୁଲାଇ ମଙ୍ଗଳବାର/ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ବ୍ଲକରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସରକାରୀ ଜମିକୁ ନେଇ ବାଦ ବିବାଦ ଓ ରକ୍ତାକ୍ତ ସଂଘର୍ଷ । ସରକାରୀ କଳର ଉଦାସୀନତା ସାଙ୍ଗକୁ ସ୍ଥାନୀୟ ଲୋକଙ୍କ ବୁଝାମଣାର ଅଭାବ ଯୋଗୁଁ ଏଭଳି ଘଟଣା ଘଟୁଥିବା ବୃଦ୍ଧିଜୀବି ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ସୂଚନା ଯୋଗ୍ୟ କର୍ଚ୍ଚବାଡି ପଞ୍ଚାୟତ ଅଧିନ କେହେଲିକୁଆ (ଆଶ୍ରୟପୁର) ଗ୍ରାମର ରମେଶ ମଳିକ ସୋମବାର ଦିନ ପ୍ରାୟ ଘଣ୍ଟେ ସମୟରେ ଦୀର୍ଘବର୍ଷ ଧରି ଚାଷ କରୁଥିବା ଜମିର ଲଟାବୁଦାକୁ ସଫା କରିବା ସମୟରେ ହଠାତ ବୁଡ୍ରିଙ୍ଗ ଗ୍ରାମର ପ୍ରେମାନାୟକ (୩୩) ଙ୍କ ସହିତ ମୋହନା ଅଞ୍ଚଳର ପ୍ରାୟ ୧୦ ଜଣ ଯୁବକ ଗୁଣ୍ଡାସାଜି ମୋ ଉପରେ ଓ ମୋ ସ୍ତ୍ରୀ ସୁକୁମାରୀ ମଳିକ ଉପରେ ଆକ୍ରମଣ କରିଥିଲେ ।
ସେମାନେ ପ୍ରଥମେ ମୋତେ ଓ ମୋ ସ୍ତ୍ରୀକୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହ ମୋ ନିକଟରେ ରହିଥିବା ଆମ ଗ୍ରାମର କିଛି ଲୋକଙ୍କୁ ଠେଙ୍ଗା ,ବାଡି , ଚାପୁଡ଼ା ମାରିବା ସହ ତଳେ ପକାଇ ଚକୁଡି ଦେଇଥିଲେ । ଆମ ସମସ୍ତଙ୍କୁ ସୁରକ୍ଷା ଦେବାପାଇଁ ଆସୁଥିବା ରମେଶ ସିଂ ଓ ତାଙ୍କ ସ୍ତ୍ରୀ ଆଶା ସିଂଙ୍କୁ ମଧ୍ୟ ପ୍ରେମା ଓ ଗୁଣ୍ଡାମାନେ ମିଶି ପ୍ରଚୁର ମାଡ ମାରିବା ସହ ପଥରରେ ମୁଣ୍ଡକୁ ମାରି ଜୀବନରେ ମାରିଦେବାକୁ ଚେଷ୍ଟା କରିଥିଲେ । ଏକ ଠେଙ୍ଗା ଦ୍ୱାରା ରମେଶଙ୍କ ମୁଣ୍ଡକୁ ଶକ୍ତ ଆଘାତ ଦେବା ଫଳରେ ତାଙ୍କ ମୁଣ୍ଡ ଫାଟି ଭୀଷଣ ରକ୍ତସ୍ରାବ ହୋଇଥିଲା ।
ତାଙ୍କ ସ୍ତ୍ରୀଙ୍କୁ ତଳେ ପକାଇ ଚକୁଡିବା ସହିତ ତାଙ୍କର ଲୁଗାପଟା ଚିରି ଦେବା, ଚୁଡି ଭାଙ୍ଗି ଦେବା ଓ ମାଡ ମାରିବା ଆଦି ଥାନାରେ ଅଭିଯୋଗ କରିଛନ୍ତି ରମେଶ ମଳିକ । ଏହି ଯୋଜନାବଦ୍ଧ ଆକ୍ରମଣରେ ପ୍ରେମାର ଶଳା ନିଲୁ ନାୟକ ସଂପୃକ୍ତ ଥିବା ଅଭିଯୋଗ ହୋଇଛି । ଏଣୁ ଏହାର ବିହିତ ପଦକ୍ଷେପ ଗ୍ରହଣ କରି ଦୋଷୀକୁ ଦଣ୍ଡ ଦିଆଯାଉ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୂର୍ବରୁ ଏହି ଜମି ବିବାଦକୁ ନେଇ ମାଡପିଟ ହେବା ସହ ପ୍ରଶାସନର ଦ୍ଵାରସ୍ଥ ହୋଇଥିଲେ ଗ୍ରାମବାସୀ । କିନ୍ତୁ ତାହାର ସୁସମାଧାନ ହୋଇ ନ ପାରିବା ପ୍ରଶାସନର ପାରିବା ପଣିଆକୁ ଇଙ୍ଗିତ କରୁଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।

No Result
View All Result